SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ! ୩୧ ମାର୍ଚ୍ଚ ପୂର୍ବରୁ ସାରିଦିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା

ଯଦି ଆପଣ ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ ବ୍ୟାଙ୍କର ଏକ ଆକାଉଣ୍ଟଧାରୀ ଅଟନ୍ତି, ତେବେ ଆପଣଙ୍କ ପାଇଁ ଜରୁରୀ ସୂଚନା। ବ୍ୟାଙ୍କ ଏହାର ସମସ୍ତ ଗ୍ରାହକଙ୍କୁ ଟ୍ୱିଟ୍ କରି କହିଛି ଯଥାଶୀଘ୍ର ସେମାନଙ୍କ ଆକାଉଣ୍ଟ ସହିତ ଜଡିତ ସମସ୍ତ କାର୍ଯ୍ୟ ସାରିଦେବା ଉଚିତ । ନଚେତ୍ ବ୍ୟାଙ୍କ ଆପଣଙ୍କ ବ୍ୟାଙ୍କିଙ୍ଗ୍ ସେବା ପରେ ବନ୍ଦ ହୋଇପାରେ। ବ୍ୟାଙ୍କ ଗ୍ରାହକମାନଙ୍କୁ କହିଛି ଯେ ମାର୍ଚ୍ଚ ୩୧, ୨୦୨୨ ପୂର୍ବରୁ, ଆପଣ ପ୍ୟାନ କାର୍ଡକୁ ଗ୍ରାହକଙ୍କ ଆଧାର ସହିତ ଲିଙ୍କ କରିବା ଉଚିତ୍। ଏହି ସମୟସୀମା ପର୍ଯ୍ୟନ୍ତ ଯେଉଁମାନେ ଏହି କାମକୁ ନକରନ୍ତି, ତେବେ ତାଙ୍କର ବ୍ୟାଙ୍କ ସେବା ବନ୍ଦ ହୋଇପାରେ । ଏଥିରେ ତାଙ୍କର ବଡ଼ କ୍ଷତି ହୋଇପାରେ ବୋଲି ବ୍ୟାଙ୍କ କହିଛି ।

ଇନକମ ଟ୍ୟାକ୍ସ ନିୟମ ଅନୁଯାୟୀ ପ୍ୟାନକୁ ଆଧାର କାର୍ଡ ସହିତ ସଂଯୋଗ କରିବା ବର୍ତ୍ତମାନ ବାଧ୍ୟତାମୂଳକ ହୋଇଛି। ଏପରି ପରିସ୍ଥିତିରେ, ଯଦି କେହି ତାଙ୍କ ପାନ୍କୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ତାଙ୍କର ପାନ୍ କାର୍ଡ ଅବୈଧ ହୋଇଯିବ। ଅନ୍ୟପକ୍ଷରେ, ଅସୁବିଧାକୁ ଏଡାଇବା ପାଇଁ ପ୍ୟାନ କାର୍ଡ ଏବଂ ଆଧାର କାର୍ଡକୁ ଯଥାଶୀଘ୍ର ଲିଙ୍କ କରିବାକୁ ଏସବିଆଇ ଗ୍ରାହକଙ୍କୁ ସତର୍କ କରାଇଛି। ଅନ୍ୟଥା, ଯଦି ଏପରି ଗ୍ରାହକଙ୍କ ପାନ୍ କାର୍ଡ ବୈଧତା ନଥାଏ ତେବେ ବ୍ୟାଙ୍କ ବ୍ୟାଙ୍କିଙ୍ଗ୍ ସେବା ବନ୍ଦ କରିବ।

ତେବେ ପାନ୍ କାର୍ଡ ଏବଂ ଆଧାର କାର୍ଡକୁ ସଂଯୋଗ କରିବାର ଶେଷ ସମୟ ସୀମା ପୂର୍ବରୁ ୩୦ ସେପ୍ଟେମ୍ବର ୨୦୨୧ ଥିଲା । ଲୋକଙ୍କ ସୁବିଧା ପାଇଁ ଏହାକୁ ସରକାର ୩୧ ମାର୍ଚ୍ଚ ୨୦୨୨ କୁ ବୃଦ୍ଧି କରିଥିଲେ । ଏହାର ଅର୍ଥ ହେଉଛି ଯଦି ଆପଣ ଏହି ସମୟ ସୁଦ୍ଧା ଆପଣଙ୍କର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ ନକରନ୍ତି, ତେବେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ହୋଇଯିବ ।

ପାନ୍ କାର୍ଡ ଏବଂ ଆଧାର କାର୍ଡକୁ କିପରି ଲିଙ୍କ୍ କରିବେ –

୧. ସର୍ବପ୍ରଥମେ ଇନକମ ଟ୍ୟାକ୍ସ ୱେବସାଇଟ https://www.incometaxindiaefiling.gov.in/homeକୁ ଯାଆନ୍ତୁ ।

୨. ଆଧାର କାର୍ଡରେ ଦିଆଯାଇଥିବା ନାମ, ପାନ୍ ନମ୍ବର ଏବଂ ଆଧାର ନମ୍ବର ଏଣ୍ଟର୍ କରନ୍ତୁ ।

୩. ଆଧାର କାର୍ଡରେ ଯଦି କେବଳ ଜନ୍ମ ବର୍ଷ ଦିଆଯାଇଥାଏ ତେବେ ସ୍କାଆର୍ ରେ ଟିକ୍ କରନ୍ତୁ ।

୪. ଏବେ କ୍ୟାପଚା କୋଡ୍ ପ୍ରବେଶ କରାନ୍ତୁ ।

୫. ବର୍ତ୍ତମାନ ଲିଙ୍କ୍ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୬. ଆପଣଙ୍କର ପାନ୍ ଆଧାର ସହିତ ଲିଙ୍କ୍ ହେବ ।

ଆପଣ ମାନେ ଏସଏମଏସ୍ ଜରିଆରେ ମଧ୍ୟ ଲିଙ୍କ୍ କରିପାରିବେ । ଏସଏମଏସ୍ ଜରିଆରେ ଫୋନ୍ ମାଧ୍ୟମରେ ଲିଙ୍କ୍ କରିବାକୁ ଚାହୁଁଥିଲେ ଫୋନରେ UIDPAN ଟାଇପ୍ କରି ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରବେଶ କରନ୍ତୁ । ତା’ପରେ ୧୦ ଅଙ୍କ ବିଶିଷ୍ଟ ପାନ୍ ନମ୍ବର ପ୍ରବେଶ କରନ୍ତୁ । ବର୍ତ୍ତମାନ ଷ୍ଟେପ୍ ୧ ରେ ୫୬୭୬୭୮ କିମ୍ବା ୫୬୧୬୧ ରେ ମେସେଜ୍ ପଠାଇଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.