ଏସ୍‌ବିଆଇ ପକ୍ଷରୁ ଆରମ୍ଭ ହେଲା ଆରୋଗ୍ୟମ୍ ସ୍ୱାସ୍ଥ୍ୟସେବା ବ୍ୟବସାୟ ଋଣ,୧୦ ଲକ୍ଷରୁ ଆରମ୍ଭ କରି ସର୍ବାଧିକ ୧୦୦ କୋଟି ପର୍ଯ୍ୟନ୍ତ ନେଇ ହେବ ଲୋନ୍

ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ସହାୟତା ପ୍ରଦାନ କରିବା ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଆରୋଗ୍ୟମ୍‌ ସ୍ୱାସ୍ଥ୍ୟ ସେବା ବ୍ୟବସାୟ ଋଣକୁ ଉନ୍ମୋଚନ କରାଯାଇଛି । ଏଥିରେ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଥିବା ସବୁ ପ୍ରକାର ସଂସ୍ଥା ଯଥା ହସ୍ପିଟାଲ୍‌, ନର୍ସିଂ ହୋମ୍‌, ଡାଏଗ୍ନୋଷ୍ଟିକ୍‌ ସେଣ୍ଟର, ପାଥୋଲୋଜି ଲ୍ୟାବ୍‌, ନିର୍ମାତା, ଯୋଗାଣକାରୀ, ଆମଦାନିକାରୀ ଓ ଲଜିଷ୍ଟିକ୍‌ ସଂସ୍ଥା ୧୦ ବର୍ଷରେ ପରିଶୋଧ କରିହେଉଥିବା ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ ।

ଆରୋଗ୍ୟମ ଋଣକୁ ଆଧୁନିକୀକରଣକୁ ସହାୟତା ପାଇଁ ମିଆଦୀ ଋଣ ଭାବେ କିମ୍ବା କ୍ୟାସ କ୍ରେଡିଟ, ବ୍ୟାଙ୍କ ଗ୍ୟାରେଣ୍ଟି ଭାବେ ହାସଲ କରିହେବ । ମେଟ୍ରୋ ଅଞ୍ଚଳଗୁଡ଼ିକରେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତର ଆରୋଗ୍ୟମ ଋଣ ନେଇହେବ । ପ୍ରଥମ ଶ୍ରେଣୀ ଓ ସହରାଞ୍ଚଳ କେନ୍ଦ୍ର ପାଇଁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ଓ ଦ୍ୱିତୀୟରୁ ଚତୁର୍ଥ ଶ୍ରେଶୀ କେନ୍ଦ୍ର ପାଇଁ ୧୦ କୋଟି ଟଙ୍କାର ଋଣ ନେଇହେବ । ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତର ଋଣ ନେବାକୁ ଚାହୁଥିବା ସଂସ୍ଥାଗୁଡ଼ିକୁ କୌଣସି ବନ୍ଧକ ଦେବାକୁ ପଡ଼ିବନି କାରଣ ତାହା ଏମ୍‌ଏସ୍‌ଏମ୍‌ଇ ପାଇଁ ଘୋଷଣା କରାଯାଇଥିବା କ୍ରେଡିଟ୍‌ ଗ୍ୟାରେଣ୍ଟି ଫଣ୍ଡ୍‌ ଟ୍ରଷ୍ଟ ସ୍କିମ୍‌ ଅଧୀନରେ ପରିଚାଳିତ ହେବ ।

loan

ଏ ସମ୍ପର୍କରେ ଦୀନେଶ ଖାରା, ଅଧ୍ୟକ୍ଷ, ଏସବିଆଇ କହିଛନ୍ତି ଯେ, “ମହାମାରୀ ସମୟରେ ଗତ ବର୍ଷ ଆମର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଦେଶକୁ ନିରବଚ୍ଛିନ୍ନ ଓ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରିଛି । କୋଭିଡ୍‌-୧୯ ଦେଖାଦେବା ପରେ ସେମାନଙ୍କ ସହଯୋଗକୁ ସମ୍ମାନ ଜଣାଇ ଆମେ ସେମାନଙ୍କ ପାଇଁ ଆରୋଗ୍ୟମ୍‌ ସ୍ୱାସ୍ଥ୍ୟ ସେବା ବ୍ୟବସାୟ ଋଣ ଘୋଷଣା କରିଛୁ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୋଭିଡ୍‌ ରିଲିଫ୍‌ ପଦକ୍ଷେପ ଭାବେ ସୃଷ୍ଟି କରାଯାଇଥିବା କୋଭିଡ୍‌ ଋଣ ପୁସ୍ତିକାରେ ସାମିଲ ହେବା ଲାଗି ଆରୋଗ୍ୟମ ସ୍ୱାସ୍ଥ୍ୟସେବା ବ୍ୟବସାୟ ଋଣ ଯୋଗ୍ୟ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.