Below header

ଗ୍ରାହକଙ୍କ ପାଇଁ ଖାସ ସୁବିଧା ଉପଲବ୍ଧ କଲା SBI, ଏବେ ଘରେ ବସି କରିପାରିବେ ଏସବୁ କାମ

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) କରୋନା ଭାଇରସ ପ୍ରଭାବରୁ ନିଜ ଗ୍ରାହକଙ୍କୁ ବଞ୍ଚାଇବା ପାଇଁ ଏକ ଖାସ ସୁବିଧା ଆରମ୍ଭ କରିବାକୁ ଯାଉଛି। ଏହି ସୁବିଧା ଅନ୍ତର୍ଗତ ଗ୍ରାହକମାନେ ନିଜ ବ୍ୟାଙ୍କିଙ୍ଗ କାମ ଘରେ ବସି ମଧ୍ୟ କରିପାରିବେ। ଯଦି ଗ୍ରାହକଙ୍କୁ ନଗଦ ଟଙ୍କା ଆବଶ୍ୟକ ତେବେ ବ୍ୟାଙ୍କ ତରଫରୁ ଘରେ ଆଣି ଟଙ୍କା ଡେଲିଭରି କରିବା ସୁବିଧା ଦେବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ତେବେ ବର୍ତ୍ତମାନ କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ।

SBI Online user? You won't be able to do net banking if you don't ...

ଜାଣନ୍ତୁ SBI ଡୋରଷ୍ଟେପ ବ୍ୟାଙ୍କିଙ୍ଗ ସର୍ଭିସେଜ ବିଷୟରେ କେତେକ ଖାସ କଥା…

୧. ଏହି ସେବାରେ ନଗଦ ଦେବା, ନଗଦ ନେବା, ଚେକ୍ ଦେବା, ଡ୍ରାଫ୍ଟ ଡେଲିଭରି, ଟର୍ମ ଡିପୋଜିଟ ଆଡ଼ଭାଇଜର ଡେଲିଭରି, ଲାଇଫ ସାର୍ଟିଫିକେଟ ଓ KYC ଡକ୍ୟୁମେଣ୍ଟ ଦେବା ଭଳି ସୁବିଧା ରହିଛି।
୨. ଅଫିସିଆଲ ଡେ ରେ ସକାଳ ୯ରୁ ସନ୍ଧ୍ୟା ୪ଟା ଯାଏଁ ୧୮୦୦୧୧୧୧୦୩ ନମ୍ବରରେ କଲ କରି ସେବା ପାଇଁ ଅନୁରୋଧ କରିପାରିବେ।
୩. ଏଥିପାଇଁ କେବଳ ହୋମ ବ୍ରାଞ୍ଚରେ ହିଁ ରେଜିଷ୍ଟ୍ରେସନ କରିପାରିବେ।
୪. କେବଳ KYC ହୋଇଥିବା ଗ୍ରାହକ ହିଁ ଏହି ସେବାର ଲାଭ ଉଠାଇପାରିବେ।
୫. ପ୍ରତି ଭିଜିଟରେ ବିତ୍ତୀୟ ନେଣଦେଣ ପାଇଁ ୧୦୦ ଟଙ୍କା ଓ ଅନ୍ୟ ନେଣଦେଣ ପାଇଁ ୬୦ ଟଙ୍କା ଶୁଳ୍କ ଦେବାକୁ ପଡିବ।

୬. ଦିନକୁ ମାତ୍ର ୨୦ ହଜାର ଟଙ୍କା ନଗଦ ଡିପୋଜିଟ ଓ ଉଠାଣ କରିପାରିବେ।
୭.ଏହି ସେବା ପାଇଁ ଖାତାଧାରକ ହୋମ ବ୍ରାଞ୍ଚ ଠାରୁ ୫ କିଲୋମିଟର ଭିତରେ ରେଜିଷ୍ଟ୍ରର ନମ୍ବରରେ ରେଜିଷ୍ଟ୍ରେସନ କରିପାରିବେ।
୮. ଜଏଣ୍ଟ ଆକାଉଣ୍ଟ ଥିବା ଗ୍ରାହକ ଏହି ସେବାର ଲାଭ ଉଠାଇପାରିବେ ନାହିଁ।
୯. ନାବାଳକ ମଧ୍ୟ ଏହି ସେବାର ଲାଭ ଉଠାଇପାରିବେ ନାହିଁ।
୧୦. ଟଙ୍କା ଉଠାଣ କେବଳ ଚେକ ଓ ପାସବୁକ ଦ୍ୱାରା ହିଁ କରିହେବ।

SBI ସମେତ HDFC, ICICI, AXIS ବ୍ୟାଙ୍କ ଓ kotak ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କୁ ଡୋର ଷ୍ଟେପ ବ୍ୟାଙ୍କିଙ୍ଗ ସର୍ଭିସ ଉପଲବ୍ଧ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.