ରୁଟିର ଦାମ୍ ୩୦ ଟଙ୍କା, ପାକିସ୍ତାନରେ ଜନତାଙ୍କୁ ମହଙ୍ଗାମାଡ

ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ମହଙ୍ଗାମାଡରେ ଭାଙ୍ଗିଗଲାଣି ଲୋକଙ୍କ ମେରୁଦଣ୍ଡ । ଧୀରେ ଧୀରେ ବଢୁଛି ସବୁ ଜିନିଷର ଦାମ । ଗହମ ଏବଂ ଅଟାର ମୂଲ୍ୟ ଏବେ ଆକାଶ ଛୁଆଁ । ପରିସ୍ଥିତି ଏମିତି ଗୋଟିଏ ରୁଟିର ଦାମ୍ ଏବେ ୨୦ ରୁ ୩୦ ମଧ୍ୟରେ ପହଂଚିଲାଣି । ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ଦେଶବାସୀଙ୍କ ଉପରେ ନୂଆ ନୂଆ ଟ୍ୟାକ୍ସ ଲଗାଉଛି ପାକ୍ ସରକାର । ଏବେ ଗହମ ଏବଂ ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇଛି ସରକାର । ଏହା ସହ ଜମାଖୋରଙ୍କ ବିରୋଧରେ ପୁରା ଦେଶରେ ଚାଲିଛି ଅଭିଯାନ ।

ରିପୋର୍ଟ ମୂତାବକ, ଏହି ମହଙ୍ଗାମାଡର ସବୁଠାରୁ ବଡ଼ କାରଣ ହେଉଛି କମ୍ ଗହମ ଉତ୍ପାଦନ । ପାକରେ ଚଳିତ ବର୍ଷ ୩୩ ପ୍ରତିଶତ କମ୍ ଗହମ ଉତ୍ପାଦନ ହୋଇଛି । ଏହା ସହ ଦେଶରେ ଦାରଦ୍ର‌୍ୟ ବଢିବା ସହ ରୋଜଗାର ନାହିଁ କହିଲେ ଚଳେ ।

ଏହା ସହ ପଢନ୍ତୁ ଆମେରିକାରେ ଇମରାନଙ୍କୁ ଅନ୍ତରାଷ୍ଟ୍ରୀୟ ଅପମାନ, ମେଟ୍ରୋରେ ବସି ପହଂଚିଲେ ହୋଟେଲ୍

ଅନ୍ୟପଟେ ଦେଶର ଅର୍ଥବ୍ୟବସ୍ଥାକୁ ଚଲାଇବା ପାଇଁ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷରୁ କଡା ସର୍ତ୍ତରେ କୋଟି କୋଟି ଟଙ୍କା ଋଣ ନେଉଛି ପାକିସ୍ତାନ । ଆଉ ଏଥିପାଇଁ ଲୋକଙ୍କ ଉପରେ ନୂଆ ନୂଆ ଟ୍ୟାକ୍ସ ଲଗାଉଛି ପାକ୍ ସରକାର । ତେବେ ଚିନ୍ତାର ବିଷୟ ଯେ ପାକର ଆର୍ଥିକ ସଙ୍କଟ ସୁଧୁରିବା ପରିବର୍ତ୍ତେ ଧୀରେ ଧୀରେ ବିଗିଡିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.