କରୋନା ସହ ଲଢ଼ିବା ପାଇଁ ରେଲୱେରେ ନିଯୁକ୍ତି ଜାରି, ଫୋନ କଲ ଜରିଆରେ ହେବ ଇଣ୍ଟରଭ୍ୟୁ

ଦେଶରେ ଲକଡାଉନ ଜାରି ରହିଥିବା ବେଳେ ରେଲୱେ ଏହିସମୟରେ ନିଯୁକ୍ତି କରିବାକୁ ଯାଉଛି। ଏହି ନିଯୁକ୍ତି କରୋନା ଅଲଗା ଅଲଗା ରେଲୱେ ଜୋନରେ ହେବ। ରିପୋର୍ଟ ଅନୁଯାୟୀ ଆମେ ଆପଣଙ୍କୁ ଦକ୍ଷିଣ ମଧ୍ୟ ରେଲୱେ ବିଷୟରେ କହିବାକୁ ଯାଉଛୁ।

ସୂଚନା ମୁତାବକ ସାଉଥ ସେଣ୍ଟ୍ରାଲ ରେଲୱେ ଏଥିପାଇଁ ସୂଚନା ମଧ୍ୟ ଜାରି କରିବା ସହ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ସବୁଠାରୁ ଖାସ କଥା ହେଉଛି ଏହି ଚାକିରୀରେ ନିଯୁକ୍ତି ପାଇଁ ଆପଣଙ୍କୁ କେଉଁଠିକୁ ଯିବାକୁ ପଡ଼ିବ ନାହିଁ। ଆପଣ ହ୍ଵାଟ୍ସଆପରେ ଫର୍ମ ପଠାଇବା ସହ ଫୋନ ମାଧ୍ୟମରେ ଆପଣଙ୍କର ଇଣ୍ଟରଭ୍ୟୁ ନିଆଯିବ।

କରୋନା ପାଇଁ ରେଲୱେରେ ହେବାକୁ ଯାଉଥିବା ଏହି ନିଯୁକ୍ତିରେ ଆବେଦନ ପ୍ରକ୍ରିୟା ଗତ ୧୧ ଏପ୍ରିଲରୁ ଆରମ୍ଭ ହୋଇସାରିଛି। ଇଛୁକ ଆବେଦନକାରୀ ଏହି ପଦବୀରେ ଆସନ୍ତା ୧୫ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏଥିସହ ଟେଲିଫୋନିକ ଇଣ୍ଟରଭ୍ୟୁ କାର୍ଯ୍ୟକ୍ରମ ଆସନ୍ତା ୧୮ ଏପ୍ରିଲରୁ ଆରମ୍ଭ ହେବ।

9701370624 ଏହି ନମ୍ଭର ମାଧ୍ୟମରେ ହ୍ଵାଟ୍ସଆପ ଜରିଆରେ ଆବେଦନ କରିପାରିବେ। ଏଥିସହ engcmpparamedscr@gmail. com ଇ-ମେଲ ଜରିଆରେ ଆବେଦନ ଫର୍ମ ପଠାଇବେ।

South-Central-Railway

ଜାଣନ୍ତୁ କେଉଁ ପଦବୀ ହେବ ନିଯୁକ୍ତି

ସ୍ପେଶାଲିଷ୍ଟ ଡାକ୍ତରଙ୍କ ୯ଟି ପଦବୀରେ ନିଯୁକ୍ତି ହେବ। ଏଥିରେ ୩ଟି ଜେନେରାଲ ମେଡ଼ିସିନ, ୩ଟି ପଲମନାରୀ ମେଡ଼ିସିନ ଏବଂ ୩ଟି ଏନେଷ୍ଟେଟସ ରେ ନିଯୁକ୍ତି ହେବ। ଜିଡିଏମଓ (GDMO) ଡାକ୍ତର ପଦବୀରେ ୩୪ଟି ପଦରେ ନିଯୁକ୍ତି ହେବ। ନର୍ସିଂ ସୁପରିଡେଣ୍ଟସର ୭୭ଟି ପଦରେ ନିଯୁକ୍ତି ଜାରି କରାଯାଇଛି। ଲ୍ୟାବ ଆସିଷ୍ଟାଣ୍ଟରେ ୭ଟି ପଦବୀ ଏବଂ ହସ୍ପିଟାଲ ଆସିଷ୍ଟାଣ୍ଡର ସମୁଦାୟ ୭୭ଟି ପଦବୀରେ ନିଯୁକ୍ତି ଜାରି ଜରାଯାଇଛି। ଅର୍ଥାତ ସାଉଥ ସେଣ୍ଟ୍ରାଲ ରେଲୱେର ଏହି ନିଯୁକ୍ତି ଜରିଆରେ କରୋନା ସହ ଲଢ଼ିବା ପାଇଁ ସମୁଦାୟ ୨୦୪ଟି ପଦବୀରେ ନିଯୁକ୍ତି ହେବ।

whatsapp

ଦରମା ଏବଂ ବୟସ ସୀମା

ସ୍ପେଶାଲିଷ୍ଟ ଡାକ୍ତର ପଦବୀରେ ପ୍ରତି ମାସରେ ଦରମା ରହିଛି ୯୫ ହଜାର ଟଙ୍କା ଦରମା ରହିଛି। ଏଥିପାଇଁ ଅଧିକତମ ବୟସ ସୀମା ୫୪ ବର୍ଷ ନିର୍ଧାରିତ କରାଯାଇଛି। ସେହିଭଳି ଜିଦିଏମଓ ଡାକ୍ତରଙ୍କୁ ମାସିକ ୭୫ ହଜାର ଟଙ୍କା ସହ ବୟସ ସୀମା ୫୪ ବର୍ଷ ନିର୍ଧାରିତ କରାଯାଇଛି। ନର୍ସିଂ ସୁପରିଡେଣ୍ଟସ ପଦବୀରେ ମାସିକ ଦରମା ୪୪,୯୦୦ ଟଙ୍କା ଏବଂ ନ୍ୟୁନତମ ବୟସ ସୀମା ୨୦ ଓ ଅଧିକତମ ବୟସ ସୀମା ୫୪ ବର୍ଷ ନିର୍ଧାରିତ କରାଯାଇଛି। ସେହିଭଳି ଲ୍ୟାବ ଆସିଷ୍ଟାଣ୍ଟ ପଦବୀରେ ମାସିକ ୨୧,୭୦୦ ଟଙ୍କା ଏବଂ ହସ୍ପିଟାଲ ଆସିଷ୍ଟାଣ୍ଟ ପଦବୀରେ ମାସିକ ୧୮ ହଜାର ଟଙ୍କା ଦରମା ରହିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ବୟସ ସୀମା ୧୮ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.