SBI ରେ ଖାଲିପଡିଛି ସ୍ପେଶାଲିଷ୍ଟ କ୍ଯାଡର ଅଫିସର (SCO) ପଦବୀ, ଜଲଦି କରନ୍ତୁ ଆବେଦନ

ଯଦି ଆପଣ ସରକାରୀ ଚାକିରି ଖୋଜୁଥାନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ଷ୍ଟେଟ୍ ବ୍ଯାଙ୍କ ଅଫ ଇଣ୍ଡିଆ(SBI) ପକ୍ଷରୁ ସ୍ପେଶାଲିଷ୍ଟ କ୍ଯାଡର ଅଫିସର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏସବିଆଇର ଅଫିସିଆଲ ୱେବସାଇଟ sbi.co.inକୁ ଯାଇ ଆବେଦନ କରିପାରିବେ।

ଆବେଦନ କରିବା ପୂର୍ବରୁ ନୋଟିଫିକେସନକୁ ଭଲଭାବେ ପଢିଦିଅନ୍ତୁ। ନୋଟିଫିକେସନରେ ଦିଆଯାଇଥିବା ଶିକ୍ଷାଗତ ଯୋଗ୍ଯତା, ବୟସ ସୀମା ଏବଂ ଆବେଦନ ସମ୍ବନ୍ଧୀୟ ଅଧିକ ବିବରଣୀ ଦିଆଯାଇଛି। ଫର୍ମରେ କୌଣସି ତ୍ରୁଟି ଥିଲେ ଏହାକୁ ଗ୍ରହଣ କରାଯିବ ନାହିଁ।

ପଦବୀ ବିବରଣୀ: ୧୪୯

ଫାର୍ମାସିଷ୍ଟ: ୬୭
ପ୍ରବନ୍ଧକ: ୫୧
ଉପ ପ୍ରବନ୍ଧକ: ୧୦
ଡାଟା ବିଶ୍ଲେଷଣ: ୮
କନସଲଟାଣ୍ଟ: ୪
ସିନିଅର ସ୍ପେଶାଲ ଏକ୍ସକ୍ଯୁଟିଭ: ୩
ସିନିଅର ଏକ୍ସକ୍ଯୁଟିଭ: ୩
ମୁଖ୍ଯ ଅଫିସର: ୧
ଏକ୍ସକ୍ଯୁଟିଭ: ୧
ଡେପୁଟି ଚିଫ୍ ଟେକ୍ନାଲୋଜି ଅଫିସର: ୧

sbi job

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୩ ମଇ ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା: ଅଲଗା ଅଲଗା ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ଯତା ନିର୍ଦ୍ଧାରଣ କରାଯାଇଛି।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ପ୍ରାର୍ଥୀ ଏସବିଆଇର ଅଫିସିଆଲ ୱେବସାଇଟ bank.sbi/careers କିମ୍ବା https://www.sbi.co.in/careers ଅନଲାଇନ ରେଜିଷ୍ଟ୍ରସନ କରିବାକୁ ହେବ। ଅନଲାଇନ ଶୁଳ୍କ ହେବା ପାଇଁ ଇଣ୍ଟରନେଟ ବ୍ଯାଙ୍କିଂ କିମ୍ବା କ୍ରେଡିଟ କାର୍ଡ ଜରିଆରେ ପଇଠ କରିପାରିବେ।

କେମିତି ହେବ ଚୟନ: ସ୍ପେଶାଲିଷ୍ଟ କ୍ଯାଡର ଅଫିସର ପବଦୀ ପାଇଁ ଅନଲାଇନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଅଧିନରେ ଚୟନ ହେବ। ସେହିଭଳି କେବଳ ସାକ୍ଷାତକାର ଆଧାରରେ ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.