ନୂଆବର୍ଷରେ ଇଲେକ୍ଟ୍ରିକ୍‌ କାର ଲଞ୍ଚ୍‌ କରିବ ଟାଟା, ଜାଣନ୍ତୁ କ’ଣ ରହିଛି ଫିଚର

ଅଟୋମୋବାଇଲ୍‌ ସେକ୍ଟରରେ ଲାଗି ରହିଥିବା ଅନିୟମିତତା ମଧ୍ୟରେ ଟାଟା ମୋଟର୍ସର ଏମ୍‌ଡି ଇଣ୍ଡଷ୍ଟ୍ରୀରେ ସବୁକିଛି ଠିକ୍‌ ଥିବା କହିଛନ୍ତି। ଆଗକୁ କମ୍ପାନୀ ଉଭୟ ଇନ୍ଧନ ଓ ବ୍ୟାଟେରୀ ଚାଳିତ ଯାନ ନିର୍ମାଣ କରିବ ବୋଲି ସେ ସୂଚନା ଦେଇଛନ୍ତି। ଦେଶରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଟାଟା ପକ୍ଷରୁ ବ୍ୟାଟେରୀଚାଳିତ କାର୍‌ ନିର୍ମାଣ ଦିଗରେ ଅଧିକ ଗୁରୁତ୍ୱ ଦିଆଯାଉଛି।

ଟାଟା ମୋଟର୍ସର ଏମ୍‌ଡି କହିଛନ୍ତି ଯେ ଇଲେକ୍ଟ୍ରିକ୍‌ ଯାନର ଚାର୍ଜିଂ ପାଇଁ କମ୍ପାନୀ ତରଫରୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରିକ୍‌ ଷ୍ଟେସନ୍‌ର ନିର୍ମାଣ କାର୍ଯ୍ୟ ଚାଲିଛି। ଗତମାସରେ ଗାଡ଼ି ବିକ୍ରି ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇଛି। ଫେମ୍‌ ୨ ନିୟମ ଏବଂ ଇଲେକ୍ଟ୍ରିକ୍‌ ଯାନରେ ଜିଏସ୍‌ଟି ଲାଗୁ ହେବା ପରେ କମ୍ପାନୀକୁ ଫାଇଦା ମିଳିଛି। ତେବେ ବ୍ୟାଟେରୀଚାଳିତ ଯାନ ନିର୍ମାଣ ପାଇଁ ଟାଟା ଗ୍ରୁପ ସହ ପୂରା ଇକୋ ସିଷ୍ଟମ୍‌ ପ୍ରସ୍ତୁତ ରହିଥିବା ଟାଟାର ଏମ୍‌ଡି କହିଛନ୍ତି।

ଏହାସହ ପଢନ୍ତୁ: ଆଉ ଫୋନ୍‌ ଚାର୍ଜିଂରେ ନଷ୍ଟ ହେବନି ସମୟ, ସୁପରଫାଷ୍ଟ ଚାର୍ଜିଂ ସୁବିଧା ସହ ଲଞ୍ଚ୍‌ ହେବାକୁ ଯାଉଛି Oppo Reno Ace

ଇଲେକ୍ଟ୍ରିକ୍‌ ଯାନର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ଟାଟା ପକ୍ଷରୁ ଜିପ୍‌ଟ୍ରନ୍‌ ଟେକ୍ନୋଲୋଜି ଲଞ୍ଚ କରାଯାଇଛି। ଏଥିରେ ମୋଟର ଓ ବ୍ୟାଟେରୀର ଓ୍ଵାରେଣ୍ଟି ୮ ବର୍ଷ ପର୍ଯ୍ୟନ୍ତ ରହିବ। ଏମ୍‌ଡିଙ୍କ କହିବାନୁସାରେ, ଆସନ୍ତାବର୍ଷର ଆରମ୍ଭରେ ଜିପ୍‌ଟ୍ରନ୍‌ ଟେକ୍ନୋଲୋଜି ଥିବା ପ୍ରଥମ ଇଲେକ୍ଟ୍ରିକ୍‌ କାର ଲଞ୍ଚ୍‌ ହେବ।