ଏହି ୪ ଲୋକ ଭୁଲରେ ବି କିଣନ୍ତୁନାହିଁ Royal Enfield Bullet , ନଚେତ୍‌ ମୁଣ୍ଡ ବାଡେଇବାକୁ ବାଧ୍ୟ ହେବେ

ରୟାଲ ଏନଫିଲଡ୍‌ ବୁଲେଟ ଲୋକଙ୍କ ହୃଦୟରେ ରାଜ୍‌ କରିଆସୁଛି କିନ୍ତୁ ଏହା ଜରୁରୀ ନୁହେଁ ଯେ ରୟାଲ ଏନଫିଲ୍ଡ ବୁଲେଟ୍‌ ସବୁ ଲୋକଙ୍କ ପାଇଁ ଏକଦମ୍‌ ସୁଇଟେବଲ। ବାସ୍ତବରେ ବୁଲେଟ୍‌ ହେଉ କିମ୍ବା କୌଣସି ବାଇକ, ସବୁ ଲୋକଙ୍କୁ ସୁଟ୍‌ କରିନଥାଏ। ଯେତେବେଳେ ବି କୌଣସି ବ୍ୟକ୍ତି ନୂଆ ବାଇକ କିଣିଥାନ୍ତି ସେତେବେଳେ ସେ ନୂଆ ବାଇକକୁ ନେଇ ବହୁତ କିଛି ଆଶା ରଖିଥାନ୍ତି। ଯେମିତିକି ଧରିନିଅନ୍ତୁ ଆପଣ କୌଣସି ବାଇକ୍‌ କିଣିଛନ୍ତି ଆଉ ଆପଣ ଚାହୁଁଛନ୍ତି କି ତାହା ଅଧିକ ମାଇଲେଜ୍‌ ଦେବ, କିମ୍ବା ତାର ସର୍ଭିସ କଷ୍ଟ୍‍ କମ୍‌ ହୋଇଥିବ କିମ୍ବା ଆପଣଙ୍କ ବାଇକ ଅଧିକ ପାଓ୍ଵାର ଜେନେରେଟ୍‌ କରୁଥିବ ଏବଂ ଅଧିକ ରେସିଙ୍ଗ କରୁଥିବ। ଏମିତି ଅନେକ କିଛି ଫିଚର୍ସର ଆଶା ବାନ୍ଧି ରଖିଥାନ୍ତି ଗ୍ରାହକ। ଯଦି ଆପଣ ମଧ୍ୟ ଏମିତି କିଛିର ଆଶା ରଖିଛନ୍ତି ତାହେଲେ ସାବଧାନ୍‌ ହୋଇଯିବା ଉଚିତ। କାହିଁକିନା ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଲୋକଙ୍କ ପାଇଁ ରୟାଲ ଏନଫିଲଡ୍‌ ବୁଲେଟ୍‌ ଭଲ ବିକଳ୍ପ ନୁହେଁ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ନୂଆ ବାଇକ ଅଧିକ ମାଇଲେଜ୍‌ ଦେଉ ତାହେଲେ ତାହା ବୁୁଲେଟରେ ସମ୍ଭବ ନୁହେଁ। ବୁଲେଟର ଇଞ୍ଜିନ୍‌ ୩୫୦ସିସି ର ହୋଇଥାଏ ଅର୍ଥାତ୍‌ ଏହା ବଡ ଇଞ୍ଜିନ୍‌ ଅଟେ ଏବଂ ବଡ ଇଞ୍ଜିନ୍‌ ହେବା କାରଣରୁ ଏହା ଫୁଏଲ୍‌ ଏଫିସିଏନସି କମ୍‌ ଦେଇଥାଏ। ଏମିତିରେ ଆପଣଙ୍କୁ ଏହାକୁ ଚଲାଇବା ଖର୍ଚ୍ଚ ଅଧିକ ଆସିବ।

ଯଦି ଆପଣ କୌଣସି ଲାଇଟେଓ୍ଵଟ୍‌ ବା କମ୍‌ ଓଜନିଆ ମୋଟରସାଇକେଲ କିଣିବାକୁ ଚାହୁଁଛନ୍ତି, ତାହେଲେ ବୁଲେଟ୍‌ ଆପଣଙ୍କ ପାଇଁ ଭଲ ବିିକଳ୍ପ ହୋଇନପାରେ। କାହିଁକିନା ବୁୁଲେଟର ଓଜନ ବହୁତ ଅଧିକ ହୋଇଥାଏ। ଏଥିପାଇଁ ଲାଇଟେଓ୍ଵଟ, ମୋଟରସାଇକେଲ କିଣିବାର ଇଚ୍ଛା ରଖୁଥିବା ଲୋକଙ୍କୁ ବୁଲେଟ ସୁହାଇବ ନାହିଁ।

ରୟାଲ ଏନଫିଲଡ ବୁଲେଟକୁ ଲଗଜରୀ ପ୍ରଡକ୍ଟରେ ଧରାଯାଏ, କାହିଁକିନା ଲୋକମାନେ ଏହାକୁ ଷ୍ଟାଟସ୍‌ ସିମ୍ବଲ ରୂପରେ ନେବାକୁ ଲାଗିଲେଣି। ଏହାର ସର୍ଭିସିଙ୍ଗ କଷ୍ଟ ମଧ୍ୟ ଅଧିକ ଆସିଥାଏ। ଏମିତିରେ ଯଦି ଆପଣ କୌଣସି ଏମିତି ବାଇକ୍‌ କିଣିବାକୁ ଚାହୁଁଛନ୍ତି ଯାହାର ସର୍ଭିସିଙ୍ଗ କଷ୍‌ଟ କମ୍‌ ଆସୁ, ତାହେଲେ ଆପଣଙ୍କ ପାଇଁ ବୁଲେଟ ଆଦୌ ବି ଭଲ ବିକଳ୍ପ ହେବନାହିଁ।

ରୟାଲ ଏନଫିଲ୍ଡ ବୁଲେଟର ଆକ୍ସେସରିଜ୍‌ ଏବଂ ମାଞ୍ର୍ଚେଡାଇଜ୍‌ ମଧ୍ୟ ବହୁତ ଅଧିକ କଷ୍ଟଲୀ। ଯଦି ଆପଣ ଚାହିଁବେ ତ ଏମିତି ବାଇକ୍‌ କିଣିବେ ଯାହାର ଆକ୍ସେସରିଜ୍‌ ଏବଂ ମଞ୍ର୍ଚେଡାଇଜ୍‌ ଶସ୍ତାରେ ଆସିଯିବ ତାହେଲେ ରୟାଲ ଏନଫିଲ୍ଡ ଆପଣଙ୍କ ପାଇଁ ଭଲ ଅପ୍ସନ୍‌ ରହିବନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.