ସ୍ୱେରେଜ ଲାଇନ ସଫେଇ ବେଳେ ଶ୍ରମିକ ମୃତ୍ୟୁ ଘଟଣା : ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୬କୁ ଧାର୍ଯ୍ୟ

କଟକ (କେନ୍ୟୁଜ): ସ୍ବେରେଜ ଲାଇନ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟିବା ପ୍ରସଙ୍ଗରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି। ୱାଟକୋ ପକ୍ଷରୁ ଦାଖଲ ହୋଇଥିବା ୧୫୧ ପୃଷ୍ଠା ବ୍ୟାପି ସତ୍ୟପାଠ ଉପରେ ଠିକାଦାର ଦୀପକ ନାୟକ ସତ୍ୟପାଠ ମାଧ୍ୟମରେ ପ୍ରତିଜବାବ ରଖିବା ସହ ଅଧିକାରୀଙ୍କ ସହ ଯେଉଁ କଥାବାର୍ତ୍ତା ହୋଇଥିଲା ତାର ଅଡିଓ ରେକର୍ଡିଙ୍ଗ ଦାଖଲ କରିଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୬କୁ ଧାର୍ଯ୍ୟ ହୋଇଛି।

ଆମିକସ୍ କ୍ୟୁରୀ ବିଭୁ ପ୍ରସାଦ ତ୍ରିପାଠୀ ଓ ପି.ରଥ ଏହି ମାମଲା ପରିଚାଳନା କରୁଛନ୍ତି। ପୂର୍ବରୁ ୱାଟର କର୍ପୋରେସନ୍ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ କଟକର ସିଡିଏରେ ସ୍ବେରେଜ ଲାଇନ ସଫେଇ ବେଳେ ପ୍ରାଣ ହରାଇଥିବା ଦୁଇ ଶ୍ରମିକଙ୍କ ପରିବାରକୁ ଘରୋଇ ଠିକା ସଂସ୍ଥା ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରିଛି। ଏହି ଘଟଣାରେ ଆହତ ଜଣଙ୍କୁ ଠିକା ସଂସ୍ଥା ୨ ଲକ୍ଷ ଟଙ୍କା ଦେଇଛି।

ଅନ୍ୟପକ୍ଷରେ ଭୁବନେଶ୍ବରରେ ସ୍ବେରେଜ ଲାଇନ ସଫେଇ ବେଳେ ପ୍ରାଣ ହରାଇଥିବା ଦୁଇ ଶ୍ରମକଙ୍କ ଘର ମୟୂରଭଞ୍ଜ ଓ ଝାଡଖଣ୍ଡ ହୋଇଥିବା ବେଳେ କ୍ଷତିପୂଣ ବାବଦରେ ଘରୋଇ ନିର୍ମାଣକାରୀ ସଂସ୍ଥା ୨୧ ଲକ୍ଷ ଟଙ୍କା ଦେଇଛି। ସେହଭଳି ଭାବେ ୱାଟର କର୍ପୋରେସନ୍ ପକ୍ଷରୁ ଦୁଇ ପୀଡିତ ପରିବାର ପାଇଁ ଯଥାକ୍ରମେ ୫ ଲକ୍ଷ ଓ ୧ ଲକ୍ଷ ୨୬ହଜାର ଟଙ୍କା ଅଦାଲତରେ ଜମା କରାଯାଇଛି। ଭୁବନେଶ୍ୱରରେ ଝାଡ଼ଖଣ୍ଡର ସୁନାରାମ ସର୍ଦାର ଓ ମୟୁରଭଞ୍ଜର ସିଲୁପ ବିରୁଆଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି କଟକରେ ତିନିକୋଣିଆ ବଗିଚାର ପି ଶଙ୍କର ଓ ବଡ଼ମ୍ବାର ବିଷ୍ଣୁ ନାୟକ ମୃତ୍ୟୁ ବରଣ କରିଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.