୩ ଲକ୍ଷରୁ କମ୍‌ ଦାମ୍‌ରେ ବିକ୍ରି ହେଉଛି ଏହି CNG ଗାଡ଼ି; ଦୂର ହୋଇଯିବ ମହଙ୍ଗା ପେଟ୍ରୋଲ-ଡିଜେଲ ଚିନ୍ତା!

ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଇବା ହେତୁ ଏବେ ସିଏନଜି ଗାଡ଼ିଗୁଡ଼ିକର ଡିମାଣ୍ଡ ବହୁତ ବଢ଼ି ଯାଇଛି। ଯଦି ଆପଣ ନୂଆ ସିଏନ୍‌ଜି କାର୍ କିଣିବାକୁ ଚାହୁଁଛନ୍ତି, ତ ଏହା ଉପରେ ଲମ୍ବା େଓ୍ଵଟିଂ ପରିୟଡ୍‌ ଚାଲିଛି। ଏହା ବ୍ୟତୀତ ନୂଆ ଗାଡ଼ି ବହୁତ ମହଙ୍ଗା ମଧ୍ୟ ପଡ଼ୁଛି। ଏମିତି ସ୍ଥିତିରେ ଅନେକ ଲୋକ ପୁରୁଣା ସିଏନଜି କାର ଖୋଜୁଛନ୍ତି। ଏଠାରେ ଆମେ ଆପଣଙ୍କୁ ୩ ଲକ୍ଷ ଟଙ୍କା ବଜେଟରେ ମିଳୁଥିବା ସେକେଣ୍ଡ ହ୍ୟାଣ୍ଡ ସିଏନଜି କାର୍‌ ବିଷୟରେ କହିବୁ। ଆସନ୍ତୁ ଜାଣିବା।

Maruti Suzuki Wagon R (2015)

ଏହି ମାରୁତି Wagon R ସିଏନ୍‌ଜିର ବିଜ୍ଞାପନ OLXରେ ଦିଆଯାଇଛି। ଏହି କାର୍‌ ୫୧,୦୦୦ କିଲୋମିଟର ରାସ୍ତା ଯାଇଛି। କାର ଧଳା ରଙ୍ଗର ଥିବା ବେଳେ ଏଥିରେ କଳା ରଙ୍ଗର ହ୍ଵିଲ୍‌ କ୍ୟାପ୍ ଦିଆଯାଇଛି। ବିକ୍ରେତା ଏଥିପାଇଁ ୨,୯୫,୦୦୦ ଟଙ୍କା ମାଗିଛନ୍ତି।

Maruti Suzuki Alto 800 (2015)

ଏହି ମାରୁତି ସୁଜୁକି ଆଲ୍ଟୋ ସିଏନ୍‌ଜିର ବିଜ୍ଞାପନ Droomରେ ଦିଆଯାଇଛି। କାର ମାତ୍ର ୧୫ ହଜାର କିଲୋମିଟର ଚାଲିଛି। ଏଥିରେ 796cc ଇଞ୍ଜିନ୍ ଦିଆଯାଇଛି, ଯାହା 40 bhp ପର୍ଯ୍ୟନ୍ତ ପାଓ୍ଵାର ଏବଂ 60 Nmର ପିକ୍‌ ଟର୍କ ଜେନେରେଟ୍‌ କରିଥାଏ। ବିକ୍ରେତା ଏଥିପାଇଁ ୩,୦୫,୩୫୦ ଟଙ୍କା ମାଗିଛନ୍ତି।

Hyundai I10 (2013)

ହୁଣ୍ଡାଇ i10 ସିଲନ୍‌ଜିର ବିଜ୍ଞାପନ OLXରେ ଦିଆଯାଇଛି। କାର ୫୮ ହଜାର କିଲୋମିଟର ବାଟ ଚାଲିଛି। ଧଳା ରଙ୍ଗର ଏହି କାର୍‌ର ଇଣ୍ଟିରିୟର ବହୁତ ସଫାସୁତରା ରହିଛି। ବିକ୍ରେତା ଏଥିପାଇଁ ୨,୯୦,୦୦୦ ଟଙ୍କା ଡିମାଣ୍ଡ କରିଛନ୍ତି।

Maruti Suzuki Alto 800 (2013)

ଏହି ମାରୁତି ୱାଗନ୍ଆର୍ ସିଏନ୍‌ଜିର ବିଜ୍ଞାପନ marutisuzukitruevalueରେ ଦିଆଯାଇଛି। କାର ୧,୦୪,୮୮୨ କିଲୋମିଟର ଯାତ୍ରା କରିଛି। କାରଟି ଧଳା ରଙ୍ଗର ଥିବା ବେଳେ ବିକ୍ରେତା ଏଥିପାଇଁ ୨,୧୫,୦୦୦ ଟଙ୍କା ମାଗିଛନ୍ତି।

(ବି.ଦ୍ର: କୌଣସି ବି ଗାଡ଼ି କିଣିବା ପୂର୍ବରୁ ଏହାକୁ ଭଲ ଭାବରେ ଯାଞ୍ଚ କରି କିଣନ୍ତୁ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.