• Likes
  • Followers
  • Followers
  • Subscribers
  • Subscribe
  • Saturday, July 11, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • ଆପଣଙ୍କ ଏସବିଆଇ ଆକାଉଣ୍ଟରୁ ଟଙ୍କା କଟୁଛି କି? ଜାଣନ୍ତୁ ଏହା ପଛରେ କାରଣ

ଆପଣଙ୍କ ଏସବିଆଇ ଆକାଉଣ୍ଟରୁ ଟଙ୍କା କଟୁଛି କି? ଜାଣନ୍ତୁ ଏହା ପଛରେ କାରଣ

By D Sonali Last updated Jan 20, 2022
sbi
pc: amarujala

ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ଆକାଉଣ୍ଟରୁ କଟୁଛି ପଇସା। କଣ ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି କି। ତେବେ ଏହା ପଛରେ ଯାହା କାରଣ ରହିଛି। ତାହା ସମ୍ପର୍କରେ ଆଜି ଆମେ କହିବୁ । ବ୍ୟାଙ୍କରୁ ଟଙ୍କା କଟିବାର କାରଣ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

ଭାରତୀୟ ଷ୍ଟେଟବ୍ୟାଙ୍କ ନିଜ ଗ୍ରାହକ ମାନଙ୍କୁ କିଛି ଦିନ ହେବ ମେସେଜ ପଠାଉଛି। ଯେଉଁଥିରେ ଲେଖାଯାଉଛି ଯେ ସେମାନଙ୍କ ଆକାଉଣ୍ଟରୁ ୧୪୭ ଟଙ୍କା ୫୦ ପଇସା କଟୁଛି। ଏହାକୁ ଦେଖିବା ପରେ ଲୋକମାନେ ବୁଝି ପାରୁ ନାହାନ୍ତି ଯେ, ସେମାନଙ୍କ ଆକାଉଣ୍ଟରୁ ଟଙ୍କା କଣ ପାଇଁ କଟୁଛି।

ତେବେ ବ୍ୟାଙ୍କରୁ ଆସୁଥିବା ମେସେଜରେ କେବଳ ଟଙ୍କା କଟୁଥିବାର କହୁଥିବା ବେଳେ ଏହା ପଛରେ ଥିବା କାରଣ ସମ୍ପର୍କରେ କିଛି କୁହାଯାଇନାହିଁ। ଏହା ଆପଣ ସେତେବେଳେ ଜାଣିପାରିବେ ଯେତେବେଳେ ବ୍ୟାଙ୍କର ଷ୍ଟେଟମେଣ୍ଟ ଦେଖିବେ।

ଗତ କିଛିଦିନ ମଧ୍ୟରେ ଅନେକ ଲୋକ ମିଛ ଖବର ତଥା ଅନଲାଇନ ଫ୍ରଡ ସମ୍ପର୍କରେ ଅଭିଯୋଗ ଦେଇଛନ୍ତି। ଏଥିରେ ସେମାନେ ପ୍ରଶ୍ନ ପଚାରୁଛନ୍ତି ଯେ କଣ ପାଇଁ ଟଙ୍କା କଟୁଛି। ଲୋକମାନେ ଏଥିପାଇଁ ଟ୍ଵିଟରରେ ଏସବିଆଇକୁ ଟ୍ୟାଗ କରୁଛନ୍ତି।

account
pc: amarujala

ପ୍ରକୃତରେ ବ୍ୟାଙ୍କ ତରଫରୁ ଏହି ଟଙ୍କା ଏଟିଏମ ଆନୁଆଲ ବା ବାର୍ଷିକ ଚାର୍ଜ ପାଇଁ କଟାଯାଇଛି। ଏଥିରେ ଜିଏସଟି ବି ସାମିଲ ଅଛି। ଏହା ମୋଟ ୧୪୭ ଟଙ୍କା ୫୦ ପଇସା। ପୂର୍ବ ବର୍ଷ ଏପ୍ରିଲରେ ବ୍ୟାଙ୍କ ଏହି ଚାର୍ଜରେ ପରିବର୍ତ୍ତନ କରିଥିଲା। ସେହି ସମୟରେ ଚାର୍ଜ ମଧ୍ୟ ବଢ଼ାଇ ଦିଆଯାଇଥିଲା। ତେବେ ଡେବିଟ କାର୍ଡ ବାଷିର୍କ ଚାର୍ଜରେ ୧୨୫ ଟଙ୍କା କଟୁଥିବା ବେଳେ ଏହା ବଢ଼ି ୧୪୭ ଟଙ୍କା ହୋଇଛି । ଏଥିରେ ଜିଏସଟି ମଧ୍ୟ ଆଡ ଅଛି।

ଆପଣ ଏସବିଆଇରେ ଏଥିପାଇଁ ମେସେଜ କରିପାରିବେ। ଆପଣ UNHAPPY ଲେଖି ୮୦୦୮ ୨୦୨୦୨୦ କୁ ମେସେଜ ପଠାଇବେ। ୧୦ ଦିନ ମଧ୍ୟରେ ଯଦି ସମସ୍ୟାର ସମାଧାନ ନହୁଏ ତେବେ ନେଟଓ୍ଵାର୍କ ନୋଡାଲ ଅଫିସରକୁ ଅଭିଯୋଗ କରିପାରିବେ। ଏହାସହ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଚେୟାରମ୍ୟାନକୁ ଅଭିଯୋଗ ମଧ୍ୟ କରିପାରିବେ।

debit cardmdeductionSBI account
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Image Adds
Recent Posts
  • ହାଇୱା ସହିତ ଟ୍ରକ ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

    Jul 11, 2026 0
  • ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ, ଦିଲ୍ଲୀ ଯିବ ଶ୍ରୀମନ୍ଦିର…

    Jul 11, 2026 0
  • ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଆହତ

    Jul 11, 2026 0
  • ଭୁବନେଶ୍ୱର ପେଟ୍ରୋଲ ଓ ଡିଜେଲ ଦାମରେ ସାମାନ୍ୟ ପରିବର୍ତ୍ତନ,…

    Jul 11, 2026 0
  • ବାହାମାସରେ ପ୍ଲେନ କ୍ରାସ୍, ୧୦ ମୃତ

    Jul 11, 2026 0
  • ଦୁଇ ଯୁବକଙ୍କ ଉପରକୁ ଝାମ୍ପି ପଡ଼ିଲା ଭାଲୁ, ଆତଙ୍କିତ ସହରବାସୀ

    Jul 11, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ