ଆପଣଙ୍କ ଏସବିଆଇ ଆକାଉଣ୍ଟରୁ ଟଙ୍କା କଟୁଛି କି? ଜାଣନ୍ତୁ ଏହା ପଛରେ କାରଣ

ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ଆକାଉଣ୍ଟରୁ କଟୁଛି ପଇସା। କଣ ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି କି। ତେବେ ଏହା ପଛରେ ଯାହା କାରଣ ରହିଛି। ତାହା ସମ୍ପର୍କରେ ଆଜି ଆମେ କହିବୁ । ବ୍ୟାଙ୍କରୁ ଟଙ୍କା କଟିବାର କାରଣ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।
ଭାରତୀୟ ଷ୍ଟେଟବ୍ୟାଙ୍କ ନିଜ ଗ୍ରାହକ ମାନଙ୍କୁ କିଛି ଦିନ ହେବ ମେସେଜ ପଠାଉଛି। ଯେଉଁଥିରେ ଲେଖାଯାଉଛି ଯେ ସେମାନଙ୍କ ଆକାଉଣ୍ଟରୁ ୧୪୭ ଟଙ୍କା ୫୦ ପଇସା କଟୁଛି। ଏହାକୁ ଦେଖିବା ପରେ ଲୋକମାନେ ବୁଝି ପାରୁ ନାହାନ୍ତି ଯେ, ସେମାନଙ୍କ ଆକାଉଣ୍ଟରୁ ଟଙ୍କା କଣ ପାଇଁ କଟୁଛି।
ତେବେ ବ୍ୟାଙ୍କରୁ ଆସୁଥିବା ମେସେଜରେ କେବଳ ଟଙ୍କା କଟୁଥିବାର କହୁଥିବା ବେଳେ ଏହା ପଛରେ ଥିବା କାରଣ ସମ୍ପର୍କରେ କିଛି କୁହାଯାଇନାହିଁ। ଏହା ଆପଣ ସେତେବେଳେ ଜାଣିପାରିବେ ଯେତେବେଳେ ବ୍ୟାଙ୍କର ଷ୍ଟେଟମେଣ୍ଟ ଦେଖିବେ।
ଗତ କିଛିଦିନ ମଧ୍ୟରେ ଅନେକ ଲୋକ ମିଛ ଖବର ତଥା ଅନଲାଇନ ଫ୍ରଡ ସମ୍ପର୍କରେ ଅଭିଯୋଗ ଦେଇଛନ୍ତି। ଏଥିରେ ସେମାନେ ପ୍ରଶ୍ନ ପଚାରୁଛନ୍ତି ଯେ କଣ ପାଇଁ ଟଙ୍କା କଟୁଛି। ଲୋକମାନେ ଏଥିପାଇଁ ଟ୍ଵିଟରରେ ଏସବିଆଇକୁ ଟ୍ୟାଗ କରୁଛନ୍ତି।

ପ୍ରକୃତରେ ବ୍ୟାଙ୍କ ତରଫରୁ ଏହି ଟଙ୍କା ଏଟିଏମ ଆନୁଆଲ ବା ବାର୍ଷିକ ଚାର୍ଜ ପାଇଁ କଟାଯାଇଛି। ଏଥିରେ ଜିଏସଟି ବି ସାମିଲ ଅଛି। ଏହା ମୋଟ ୧୪୭ ଟଙ୍କା ୫୦ ପଇସା। ପୂର୍ବ ବର୍ଷ ଏପ୍ରିଲରେ ବ୍ୟାଙ୍କ ଏହି ଚାର୍ଜରେ ପରିବର୍ତ୍ତନ କରିଥିଲା। ସେହି ସମୟରେ ଚାର୍ଜ ମଧ୍ୟ ବଢ଼ାଇ ଦିଆଯାଇଥିଲା। ତେବେ ଡେବିଟ କାର୍ଡ ବାଷିର୍କ ଚାର୍ଜରେ ୧୨୫ ଟଙ୍କା କଟୁଥିବା ବେଳେ ଏହା ବଢ଼ି ୧୪୭ ଟଙ୍କା ହୋଇଛି । ଏଥିରେ ଜିଏସଟି ମଧ୍ୟ ଆଡ ଅଛି।
ଆପଣ ଏସବିଆଇରେ ଏଥିପାଇଁ ମେସେଜ କରିପାରିବେ। ଆପଣ UNHAPPY ଲେଖି ୮୦୦୮ ୨୦୨୦୨୦ କୁ ମେସେଜ ପଠାଇବେ। ୧୦ ଦିନ ମଧ୍ୟରେ ଯଦି ସମସ୍ୟାର ସମାଧାନ ନହୁଏ ତେବେ ନେଟଓ୍ଵାର୍କ ନୋଡାଲ ଅଫିସରକୁ ଅଭିଯୋଗ କରିପାରିବେ। ଏହାସହ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଚେୟାରମ୍ୟାନକୁ ଅଭିଯୋଗ ମଧ୍ୟ କରିପାରିବେ।