କାହାକୁ ଛାଡ଼ୁନି କରୋନା! ୧୧ ପୋଷା ଜୀବ ବାହାରିଲେ ସଂକ୍ରମିତ, ୨୦୦୦ ହାମଷ୍ଟରଙ୍କୁ ତୁରନ୍ତ ମାରି ଦେବାକୁ ନିର୍ଦ୍ଦେଶ!

ହଂକଂରେ ମଙ୍ଗଳବାର ୨,୦୦୦ ହାମଷ୍ଟର୍ (ମୂଷା ପରି ଦେଖା ଯାଉଥିବା ଜୀବ)ଙ୍କୁ ମାରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୋଷା ଜୀବମାନଙ୍କର ଏକ ଷ୍ଟୋରରେ ଅନେକ ହାମଷ୍ଟର୍ କୋଭିଡ୍-୧୯ ସଂକ୍ରମିତ ଥିବା ଜଣା ପଡ଼ିଥିଲା, ଯାହା ପରେ ଏହି ଜୀବଙ୍କୁ ପାଳିଥିବା ମାଲିକମାନଙ୍କୁ ଭୁଲ୍‌ରେ ବି ସେମାନଙ୍କୁ ଚୁମ୍ବନ ନ ଦେବାକୁ ଚେତାବନୀ ଦିଆଯାଇଛି। ସୂଚନାଥାଉ କି, ପ୍ରଥମେ ଷ୍ଟୋରର ଜଣେ କର୍ମଚାରୀଙ୍କଠାରେ କରୋନା ଭାଇରସ୍‌ର ଡେଲଟା ଭାରିଆଣ୍ଟ ମିଳିଥିଲା। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଷ୍ଟୋରର ଶତାଧିକ ଜୀବଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେଥି ମଧ୍ୟରୁ ୧୧ ହାମଷ୍ଟର ପଜିଟିଭ୍‌ ମିଳିଥିଲେ। ଏହାପରେ ହିଁ ଚୀନ୍ ଶାସିତ ହଂକଂରେ ଜିରୋ କୋଭିଡ୍ ନୀତି ଅଧୀନରେ ୨,୦୦୦ ହାମଷ୍ଟରକୁ ହତ୍ୟା କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି। କହି ରଖୁଛୁ ଯେ ମୂଷା ଭଳି ଦେଖା ଯାଉଥିବା ଏହି ଜୀବ ଦୁନିଆର ଅଧିକାଂଶ ଲୋକଙ୍କର ପସନ୍ଦ ହୋଇଥାଏ। ଲୋକେ ଏହାକୁ ଘରେ ଖୁବ୍‌ ଆଦର, ଯତ୍ନରେ ପାଳି ଥାଆନ୍ତି।

ଆମଦାନୀ ଏବଂ ରପ୍ତାନୀ ଉପରେ ପ୍ରତିବନ୍ଧକ

ସୂଚନାଥାଉ କି, ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ ସୋଫିଆ ଚାନ୍ ଏକ ସାମ୍ବାଦିକ ସମ୍ମିଳନୀରେ ଜୋର ଦେଇ କହିଛନ୍ତି ଯେ ଗୃହପାଳିତ ଜୀବମାନେ ମନୁଷ୍ୟକୁ ସଂକ୍ରମିତ କରି ପାରିବେ ବୋଲି, ଏହାର କୌଣସି ପ୍ରମାଣ ମିଳି ନାହିଁ। କିନ୍ତୁ ଦାନ୍ତରେ କାମୁଡ଼ୁଥିବା ଏହି ପ୍ରଜାତିର ଜୀବଙ୍କ ଆମଦାନୀ ଏବଂ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍। ଏଥିରେ ନିହାତି ଭାବେ ସାବଧାନତା ଅବଲମ୍ବନ କରାଯିବା ଦରକାର।

ଜୀବମାନଙ୍କୁ ଛୁଇଁବା ପରେ ହାତ ଧୁଅନ୍ତୁ

କୃଷି, ମତ୍ସ୍ୟ ପାଳନ ଓ ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ଲେଉଙ୍ଗ୍ ସିଉ-ଫଇ ଲେଉଙ୍ଗ୍ କହିଛନ୍ତି, ‘ଗୃହପାଳିତ ପଶୁମାନଙ୍କର ମାଲିକମାନଙ୍କୁ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଜୀବନମାନଙ୍କୁ ଛୁଇଁବା ପରେ ହାତ ଧୋଇବା, ସେମାନଙ୍କ ଖାଦ୍ୟ କିମ୍ବା ଅନ୍ୟାନ୍ୟ ଜିନିଷକୁ ଗୋଟିଏ ସ୍ଥାନରେ ହିଁ ରଖିବା ଏବଂ ସେମାନଙ୍କୁ ଚୁମ୍ବନ ଦେବାଠାରୁ ଦୂରେଇ ରହିବା ଉଚିତ’।

କେବଳ ହାମଷ୍ଟରମାନଙ୍କଠାରେ ହିଁ ସଂକ୍ରମଣ

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଯଦି କେହି ହାମଷ୍ଟର ରଖିଛନ୍ତି, ତ ସେମାନଙ୍କୁ ଘରେ ହିଁ ରଖିବା ଉଚିତ, ବାହାରକୁ ଅଣାଯିବା ଉଚିତ ନୁହେଁ’। କହି ରଖୁଛୁ କି, ଠେକୁଆ ଏବଂ ଚିନ୍‌ଚିଲା ଜୀବଙ୍କ ପରୀକ୍ଷା ପାଇଁ ମଧ୍ୟ ଶହ ଶହ ନମୁନା ସଂଗ୍ରହ କରାଯାଇଛି, କିନ୍ତୁ ଏ ପର୍ଯ୍ୟନ୍ତ କେବଳ ହାମଷ୍ଟରଙ୍କଠାରେ ହିଁ ସଂକ୍ରମଣ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.