ଖୁବଶୀଘ୍ର ଆସୁଛି ନାନୋର ଏହି ନୂଆ ମଡେଲ, ଫିଚର୍ସ ବି ରହିଛି ଦମଦାର

ଖୁବଶୀଘ୍ର ଆସିବାକୁ ଥିବା ନୂଆ ନାନୋକୁ ବର୍ତ୍ତମାନ ପାଇଁ ଟାଟା ଅର୍ବାନାଇଟ ବୋଲି କୁହାଯାଇଛି । ଅରିଜିନାଲ ଭଳି ଏଥିରେ କିଛି ବି ରହିବ ନାହିଁ । ଏନେଇ ଟାଟା କିଛି ଭିନ୍ନ କରିବାକୁ ଯାଉଛି ।

ନାନୋ କାର ଏକ ବଜେଟ ଫ୍ରେଣ୍ଡଲି କାର । ଏହି କାର ଦାମ ଏତେ ଅଧିକ ନଥିବାରୁ ପରିବାର ପାଇଁ ଉପଯୁକ୍ତ ହୋଇଥାଏ । କିନ୍ତୁ କିଛି ଦିନ ହେବ ଏହାର ସେଲ କମ୍‌ ହୋଇ ଯାଇଛି । ଏହାର କାରଣ ବି ଆମେ ଜାଣିଛୁ । ତେବେ ଏହି କାର ଅଧିକ ଆଭେଲେବଲ ନଥିବା ସହ କମ୍ପିଟିସନ ପାଇଁ ଏହାର ଦାମ୍‌ କମ ହୋଇଥିଲା । କାର ଅଧିକ ଶସ୍ତା ହେବା ଫଳରେ ଲୋକମାନେ ଏହି କାରକୁ କିଣିବା ପାଇଁ ମୁହଁ ଫେରାଇଥିଲେ । ଏତେ ଶସ୍ତା କାର କିଣିବା ପାଇଁ ଲୋକଙ୍କ ମନରେ ଇଚ୍ଛା ହୋଇନଥିଲା । ତେଣୁ ଏହି କାରର ଚାହିଦା ଧିରେ ଧିରେ କମିଥିଲା । କିନ୍ତୁ ବର୍ତ୍ତମାନ ଯଦି କାର ବିଷୟରେ କିଛି ନୂଆ କଥା ଜାଣିବା ପାଇଁ ମିଳିବ ତେବେ ଲୋକଙ୍କ ମନରେ ଏହି କାର କିଣିବା ପାଇଁ ନିଶ୍ଚିତ ଆଗ୍ରହ ଆସିବ ।

ଖୁବଶୀଘ୍ର ଆସିବାକୁ ଥିବା ନୂଆ ନାନୋକୁ ବର୍ତ୍ତମାନ ପାଇଁ ଟାଟା ଅର୍ବାନାଇଟ ବୋଲି କୁହାଯାଇଛି । ଅରିଜିନାଲ ଭଳି ଏଥିରେ କିଛି ବି ରହିବ ନାହିଁ । ଏନେଇ ଟାଟା କିଛି ଭିନ୍ନ କରିବାକୁ ଯାଉଛି । ଆଜିର ଟାଟା ମୋଟର୍ସ ୨୦୦୦ ମସିହା ର ଟାଟା ମୋଟର୍ସ ଭଳି ଆଉ ନାହିଁ । କମ୍ପାନୀ ବର୍ତ୍ତମାନ ଟେକନିକାଲ ଦୃଷ୍ଟିରୁ ଆଡଭାନ୍ସଡ ଏବଂ କ୍ୟାପାବଲ୍‌ ହୋଇଯାଇଛି । ସୁରକ୍ଷା ଏବଂ ଷ୍ଟାଇଲିସକୁ ଦେଖିବାକୁ ଗଲେ ଟାଟାର କାର ଦମଦାର ରହିଛି । ଆପଣ ନୂଆ ନେକ୍ସନ୍, ହ୍ୟାରିଅର୍ ଏବଂ ସଫାରି ଭଳି କାର କୁ ଦେଖି ପାରିବେ । ଯାହାକୁ ଦେଖିଲେ ଆପଣଙ୍କ ସନ୍ଦେହ ଦୂର ହେବ ।

ତେବେ ଏହି କାରର ଦାମ ମଡର୍ଣ୍ଣ କାରର ଦାମ ଭଳି ରହିବ । ଏହି କାର ନାନୋର ଭଲ କ୍ୱାଲିଟିକୁ ଦେଖାଇବ । ଏହି କାରର ଡିଜାଇନକୁ ଦେଖିବାକୁ ଗଲେ ଏଥିରେ ମଡର୍ଣ୍ଣ ଏଗ୍‌ ସେଲ୍‌ ସେପ୍‌ ଦିଆଯାଇଛି ଏବଂ ଇଣ୍ଟେରିୟର ସ୍ପେସ୍‌ ବି ଦମଦାର ରହିଛି । ଯାହା ଏହି କାରକୁ ନେଇ ଥିବା ନେଗେଟିଭିଟିକୁ ଦୂର କରିବ ।

 

ଅରିଜିନାଲ ଟାଟା ନାନୋ ଏହାର ସେଫ୍ଟିକୁ ନେଇ ସନ୍ଦେହର ସାମ୍ନା କରିଥିଲା । ତେଣୁ ନୂଆ ନାନୋ 2.0 ବା ଟାଟା ଅର୍ବାନାଇଟରେ ସେଫ୍ଟିକୁ ଗୁରୁତ୍ୱ ଦିଆଯିବ । ଏଥିରେ 5 ଷ୍ଟାର ସେଫ୍ଟି ରେଟିଙ୍ଗ ରହିବ । କ୍ରାସ ରେସିଷ୍ଟାଣ୍ଟ ପାଇଁ ଫିଚର୍ସ ଦିଆଯିବ । ଏହା ସହିତ ଏୟାରବ୍ୟାଗ୍ ର ଏକ ବଡ଼ ସୁଟ୍ ରହିବ । ଏହି କାର ପରିବାର ଏବଂ ଅନେକ କାର ଲଭର୍ସଙ୍କୁ ଆକର୍ଷିତ କରିବ । ଆଡଭାନ୍ସ ଇଞ୍ଜିନ୍ ସହିତ ଏହି କାର ସ୍ମଥ ଏବଂ ଅଧିକ ସ୍ପିରିଟେଡ୍ ରାଇଡ୍ ଦେବ ।

ଏହି କାରରେ ମଡର୍ଣ୍ଣ ଇନଫୋଟେନ୍ମେଣ୍ଟ ସିଷ୍ଟମ, ଟଚସ୍କ୍ରିନ କଣ୍ଟ୍ରୋଲ, ରିଅର ଭ୍ୟୁ କ୍ୟାମେରା ଏବଂ ସିମଲେସ୍‌ ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ଲ୍ୟାସ ହେବ । ଏଥିରେ ୩୬୦ ଡ଼ିଗ୍ରୀ କ୍ୟାମେରା ଏବଂ ADAS (ଆଡଭାନ୍ସଡ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ) ରହିପାରେ । ଟାଟା ନାନୋ 2.0 କମ୍‌ ଦାମରେ ମିଳିବ ବୋଲି ଆଶା କରାଯାଉଛି । ତେବେ ଏହା ଏତେ ଅଧିକ ଶସ୍ତା ନୁହେଁ । କିନ୍ତୁ ଏହାର ଦାମ୍‌ ୬-୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଏହି କାର ଲୋକଙ୍କୁ କେତେ ପସନ୍ଦ ଆସିବ ତାହା ଭାରତୀୟ ଲୋକ ହିଁ କହି ପାରିବେ । ତେବେ ଏହି ନୂଆ କାରକୁ ପୁରୁଣା ନାନୋ କାର ଅପେକ୍ଷା ଅଧିକ ଭଲ ପାଇବା ମିଳିବ ବୋଲି ଆଶା କରାଯାଉଛି । ତେବେ ଏହି କାର କେତେ ଭଲ ରହିବ ଆପଣ କିଣିଲେ ହିଁ ଜାଣି ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.