କ୍ରିକେଟ ଛାଡି ଟେନିସ ଖେଳିବେ କି ଧୋନି ! ଭିଡିଓ ଭାଇରଲ
ଟେନିସ ଖେଳୁଥିବାର ଭିଡିଓ ଧୋନିଙ୍କର ଭାଇରଲ ହେଉଛି । ଏଥିରେ ଧୋନି ବେସଲାଇନ ପାଖରେ ଠିଆ ହୋଇ ରିଟର୍ନ କରୁଛନ୍ତି । ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ୍ ୨୦୨୪ ପାଇଁ ରିଟେନ କରିଛି ।

ମହେନ୍ଦ୍ର ସିଂ ଧୋନି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ୍ ୨୦୨୪ ପାଇଁ ରିଟେନ କରିଛି । ଅର୍ଥାତ୍ ୨୦୨୪ ଆଇପିଏଲରେ ଖେଳିବେ ଧୋନି । ଏହାମଧ୍ୟରେ ଧୋନିଙ୍କର ଏକ ଭିଡିଓ ଭାଇରଲ ହେଉଛି । ଯେଉଁଥିରେ ଧୋନି ଟେନିସ ଖେଳୁଥିବା ନଜର ଆସିଛନ୍ତି । ଏହି ଭିଡିଓ ଏବେ ଚର୍ଚ୍ଚାରେ ରହିଛି ।
ଧୋନି ଅନ୍ତର୍ରାଷ୍ଟ୍ରୀୟ କ୍ରିକେଟରୁ ୨୦୧୯ରେ ସନ୍ନ୍ୟାସ ନେଇଥିଲେ । କିନ୍ତୁ ଆଜିଯାଏଁ ମଧ୍ୟ ତାଙ୍କ ଲୋକପ୍ରିୟତା କମ୍ ହୋଇନାହିଁ । ଟେନିସ ଖେଳୁଥିବାର ଭିଡିଓ ଧୋନିଙ୍କର ଭାଇରଲ ହେଉଛି । ଏଥିରେ ଧୋନି ବେସଲାଇନ ପାଖରେ ଠିଆ ହୋଇ ରିଟର୍ନ କରୁଛନ୍ତି । ଏହି ଭିଡିଓ ଦେଖି ଫ୍ୟାନ୍ସ ମ୍ୟାଚ ପୂର୍ବରୁ ଓ୍ଵାର୍ମ ଅପ୍ ହେଉଛି ବୋଲି ଭାବୁଛନ୍ତି ।
Tennis time for Captain Saab 💛#MSDhoni #Dhoni pic.twitter.com/SS9Nwa58Ta
— Dhoni Raina Team (@dhoniraina_team) November 28, 2023
ସୂଚନାଯୋଗ୍ୟ, ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଆଇପିଏଲ ଟାଇଟଲ ହାସଲ କରିସାରିଛି । ୨୦୧୦, ୨୦୧୧, ୨୦୧୮, ୨୦୨୧ ଏବଂ ୨୦୨୩ରେ ଟ୍ରଫି ଜିତିଛି ।
ଚଳିତବର୍ଷ ଆଇପିଏଲ ରିଟେସନରେ ଚେନ୍ନାଇ ସୁପର କିଙ୍ଗସ ୮ଟି ଖେଳାଳିଙ୍କୁ ରିଲିଜ କରିଛି । ଷ୍ଟୋକ୍ସ, ଅମ୍ବାତି ରାୟଡୁ, ପ୍ରୀଟୋରିୟସ, ଭଗତ ବର୍ମା, ଶୁଭ୍ରାଂଶୁ ସେନାପତି, ଆକାଶ ସିଂ, କାଇଲ ଜେମିସନ, ସିସଂଦା ମଗାଲା ।