ରଣବୀରଙ୍କ ଫିଲ୍ମ ‘ଆନିମଲ’ ପାଇଁ ପ୍ରଥମ ଦିନରେ ୨ ଲକ୍ଷ ଟଙ୍କାର ଆଡଭାନ୍ସ ବୁକିଂ

ଫିଲ୍ମ ଆନିମଲ ପାଇଁ ୨ ଲକ୍ଷରୁ ଅଧିକ ଟିକେଟ ଆଡଭାନ୍ସ ବୁକିଂ ହୋଇସାରିଛି । ରଣବୀରଙ୍କ ଫିଲ୍ମ ପାଇଁ ପ୍ରଥମ ଦିନରେ ୧ ଲକ୍ଷରୁ ଅଧିକ ଆଡଭାନ୍ସ ବୁକିଂ ହୋଇସାରିଛି । ପିଭିଆର-ଆଇନକ୍ସରେ ୮୧ ହଜାର, ସିନେପଲିସରେ ୧୯ ହଜାର ଟିକଟକୁ ମିଶାଇଲେ ମୋଟ ୧ ଲକ୍ଷ ଟିକଟ ବିକ୍ରି ହୋଇଛି।

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର ଟିଜର ରିଲିଜ ହୋଇଛି । ଟିଜର ରିଲିଜ ପରେ ଫିଲ୍ମକୁ ନେଇ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି । କିନ୍ତୁ ଟ୍ରେଲର ଆସିବା ପରେ ଫିଲ୍ମର କ୍ରେଜ ବଢିବାରେ ଲାଗିଛି । ଟ୍ରେଲର ଦେଖିବା ପରେ ମେକର୍ସ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହେବା ଘୋଷଣା କରିଛନ୍ତି । ପ୍ରଥମ ଦୁଇଦିନରେ ପାଖାପାଖି ୨ ଲକ୍ଷ ଟିକେଟ ପ୍ରିବୁକିଂ ହୋଇସାରିଛି ।

ଖବର ମୁତାବକ, ଫିଲ୍ମ ଆନିମଲ ପାଇଁ ୨ ଲକ୍ଷରୁ ଅଧିକ ଟିକେଟ ଆଡଭାନ୍ସ ବୁକିଂ ହୋଇସାରିଛି । ରଣବୀରଙ୍କ ଫିଲ୍ମ ପାଇଁ ପ୍ରଥମ ଦିନରେ ୧ ଲକ୍ଷରୁ ଅଧିକ ଆଡଭାନ୍ସ ବୁକିଂ ହୋଇସାରିଛି । ପିଭିଆର-ଆଇନକ୍ସରେ ୮୧ ହଜାର, ସିନେପଲିସରେ ୧୯ ହଜାର ଟିକଟକୁ ମିଶାଇଲେ ମୋଟ ୧ ଲକ୍ଷ ଟିକଟ ବିକ୍ରି ହୋଇଛି।

ରଣବୀର କପୁରଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର ରିଲିଜ ହୋଇଥିଲା । ଟିଜର ଆରମ୍ଭରେ ଅନିଲ କୁପର ରଣବୀରଙ୍କୁ ଚାପୁଡା ମାରୁଥିବାର ଦେଖିବାକୁ ମିଳିଥିଲେ । ଏହି ଫିଲ୍ମରେ ଅନିଲ କପୁର ରଣବୀରଙ୍କ ବାପା ଭୂମିକାରେ ନଜର ଆସିବେ । ଫିଲ୍ମରେ ରଣବୀରଙ୍କ ସହିତ ରଶ୍ମିକା ମନ୍ଦାନା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ।

ଏଥିରେ ରଣବୀର ଏବଂ ରଶ୍ମିକାଙ୍କ ବ୍ୟତୀତ ବବି ଦେଓ୍ଵଲ, ତୃପ୍ତି ଡିମରୀ ପ୍ରମୁଖ ଭୂମିକାରେ ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ବାଙ୍ଗା ଦେଉଛନ୍ତି । ସନ୍ଦୀପ ପୂର୍ବରୁ କବୀର ସିଂ, ଅର୍ଜୁନ ରେଡ୍ଡୀ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.