Below header

ଇଂଜିନିୟର ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ସରକାରୀ ଚାକିରି ସହ ମାସକୁ ମିଳିବ ୨ ଲକ୍ଷ ପର୍ଯ୍ୟନ୍ତ ଦରମା

ତାମିଲନାଡୁ ଲୋକ ସେବା ଆୟୋଗ ବା ଟିଏନପିଏସସି ଇଂଜିନିୟର୍ସ ମାନଙ୍କ ପାଇଁ ଏକ ଜବରଦସ୍ତ ଚାକିରୀ ସୁଯୋଗ ଜାରି କରିଛି । ଅଟୋମୋବାଇଲ ଇଂଜିନିୟର, ଜୁନିୟର ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଇଂଜିନିୟର ସମେତ ଅନ୍ୟାନ ପଦବୀ ପାଇଁ ଭର୍ତ୍ତି ସୁଯୋଗ ଆଣିଛି କମ୍ପାନୀ । ଏହି ପଦ ଗୁଡିକ ନିମନ୍ତେ ଆବେଦନର ଶେଷ ତାରିଖ ଆଉ ମାତ୍ର କିଛି ଦିନ ହିଁ ବାକି ଅଛି । କହିରଖିବା ଉଚିତ ହେବକି ଏହି ପ୍ରକ୍ରିୟା ମାଧ୍ୟମରେ ୫୫୦ ରୁ ଅଧିକ ସଂଖ୍ୟକ ପଦବୀରେ ଭର୍ତ୍ତି କରାଯିବ \ ସଂୟୁକ୍ତ ଇଂଜିନିୟର୍ସ ସେବା ପରୀକ୍ଷା ୨୦୨୨ ମାଧ୍ୟମରେ ଏହି ପଦ ଗୁଡିକୁ ଭରା ଯିବ । ଜାରି ହୋଇଥିବା ଅଧିସୂଚନା ଅନୁଯାୟୀ, ଆସନ୍ତା ଜୁନ ୨୬ ତାରିଖରେ ଦୁଇଟି ସିଟିଙ୍ଗରେ ପରୀକ୍ଷା ଆୟୋଜନ କରାଯିବ । ଏନେଇ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ମେ ୩ ତାରିଖ ସୁଦ୍ଧା ଅନଲାଇନ ଜରିଆରେ ଆବେଦନ କରିପାରିବେ ।

ଅଟୋମୋବାଇଲ ଇଂଜିନିୟର ପଦ ପାଇଁ ନିଯୁକ୍ତ ହୋଇଥିବା ଅଧିକାରୀଙ୍କୁ ୫୬ ହଜାର ୧୦୦ ଟଙ୍କାରୁ ୨ ଲକ୍ଷ ୫ ହଜାର ୭୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ । ଆସିଷ୍ଟାଣ୍ଟ ଇଂଜିନିୟର ପଦ ପାଇଁ ଆଶାୟୀ ମାନଙ୍କୁ ୩୭ ହଜାର ୭୦୦ ଟଙ୍କାରୁ ଆରମ୍ଭ କରି ୧
ଲକ୍ଷ ୩୮ ହଜାର ୫୦୦ ଟଙ୍କା ପର୍ଯ୍ୟନ୍ତ ବେତନ ମିଳିବ ବୋଲି ନିର୍ର୍ଦେଶନାମାରେ ଜାରି ହୋଇଛି । ଜାଣି ରଖନ୍ତୁ କେଉଁ ବିଭାଗରେ କେତେ ପଦ ଖାଲି ରହିଛି;

ଅଟୋମୋବାଇଲ ଇଂଜିନିୟର- ୪ଟି

ଜୁନିୟର ଇଲେକ୍ଟ୍ରିକାଲ ଇନ୍ସପେକ୍ଟର- ୮ଟି

ଆସିଷ୍ଟାଣ୍ଟ ଇଂଜିନିୟର- ୫୦୧ ଟି ପଦ

ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଅଫ ଇଣ୍ଡଷ୍ଟ୍ରିୟାଲ ସେଫଟି ଆଣ୍ଡ ହେଲ୍ଥ- ୧୮ଟି

ଜେନେରାଲ ଫୋରମେନ- ୭ଟି

ଟେକ୍ନିକାଲ ଆସିଷ୍ଟାଣ୍ଟ- ୧୧ଟି

କଣ ରହିଛି ଯୋଗ୍ୟତା;

ଅଟୋମୋବାଇଲ ଇଂଜିନିୟର ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ନିକଟରେ ଅଟୋମୋବାଇଲ କିମ୍ବା ମେକାନିକାଲ ଇଂଜିନିୟରିଂରେ ଡିଗ୍ରୀ ଥିବା ଆବଶ୍ୟକ । ଜୁନିୟର ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ପଦ ପାଇଁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ଡିଗ୍ରୀ ଥିବା ନିହାତି ଆବଶ୍ୟକ । ଆସିଷ୍ଟାଣ୍ଟ ଇଂଜିନିୟର ପାଇଁ ଇଂଜିନିୟରିଂରେ ଡିଗ୍ରୀ ଓ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଅଫ ଇଣ୍ଡଷ୍ଟ୍ରିୟାଲ ସେଫଟି ଆଣ୍ଡ ହେଲ୍ଥ ପଦ ପାଇଁ ମେକାନିକାଲ ଇଂଜିନିୟରିଂ, ପ୍ରଡକ୍ସନ ଇଂଜିନିୟରିଂ କିମ୍ବା ଟେକ୍ସଟାଇଲ ଟେକ୍ନୋଲୋଜି ରେ ଡିଗ୍ରୀ ଥିବା ନିହାତି ଦରକାର । ଅଧିକ ସୂଚନା ପାଇବା ପାଇଁ ଅଫିସିଆଲ ୱେବସାଇଟ http;//www.tnpsc.gov .inକୁ ଯାଇ ଚେକ କରନ୍ତୁ । ୱାନ ଟାଇମ ରେଜିଷ୍ଟ୍ରେସନ ସିସ୍ଟମରେ ନିଜର ରେଜିଷ୍ଟ୍ରେସନ କରନ୍ତୁ । ୟୁଜର ଆଇଡି ଓ ପାସ୍ୱାର୍ଡ ଉପଯୋଗ କରି ଲଗଇନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.