ଭୁବନେଶ୍ୱରରେ ଅଳ୍ପ କମିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ୍ ପରି ସୁନା ଓ ରୁପା ଦର ମଧ୍ୟ ବଦଳି ଥାଏ। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦,୮୯୦ ଟଙ୍କା ଥିବା ଜଣାଯାଇଛି।
ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୬୫୦ ଟଙ୍କା ଓ ୫୦,୮୯୦ ଟଙ୍କା ଛୁଇଁଛି। ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୬୫୦ ଟଙ୍କା ଓ ୫୦,୮୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର କମି ଯଥାକ୍ରମେ ୪୬,୬୫୦ ଟଙ୍କା ଓ ୫୦,୮୯୦ ଟଙ୍କା ରହିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬, ୭୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୧,୦୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୬୫୦ ଟଙ୍କା ଓ ୫୦,୮୯୦ ଟଙ୍କା ରହିଛି। ଅନ୍ୟପଟେ ରୁପା ମୂଲ୍ୟ ଆଜି କମ୍ ରହିଛି। ଆଜି କିଲୋଗ୍ରାମ ପ୍ରତି ରୁପା ଦର ୫୮, ୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।