ଭାରତୀୟ ରେଳ ବିଭାଗରେ ନିଯୁକ୍ତି ଜାରି, ବିନା ପରୀକ୍ଷାରେ ପାଇ ପାରିବେ ନିଯୁକ୍ତି

ସରକାରୀ ଚାକିରିର ଆଶା ରଖିଥିବା ଯୁବ ପିଢିଙ୍କ ପାଇଁ ଭାରତୀୟ ରେଳ ବିଭାଗରେ ନିଯୁକ୍ତି ଜାରି। ପଶ୍ଚିମ ରେଳ ବିଭାଗରେ ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ କେବଳ ଆଜି ଗୋଟିଏ ଦିନ ହିଁ ରହିଛି। ଏହିକାରଣରୁ ଡେରି ନକରି ଇଛୁକ ଆବେଦନକାରୀ ଆଜି ହିଁ ରାତି ୯ଟା ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।
ପଶ୍ଚିମ ରେଳବାଇରେ ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍ ପଦ ପାଇଁ RRC ପକ୍ଷରୁ ନିଯୁକ୍ତ ଜାରି କରାଯାଇଛି। ଏଥିପାଇଁ ୧୮ ବର୍ଷରୁ ୩୩ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ସୂଚନା ମୁତାବକ ଆବେଦନକାରୀଙ୍କ ବୟସ ସୀମା ୨୨.୦୭.୨୦୨୦ ପର୍ଯ୍ଯନ୍ତ ଆଧାରରେ ଗଣାଯିବ।

indian_railwaysବୟସ ସୀମା:

ସାଧାରଣ ବର୍ଗର ଆବେଦନକାରୀଙ୍କ ବୟସ ସୀମା: ୧୮ ବର୍ଷରୁ ୩୩ ବର୍ଷ

ଓବିସି ବର୍ଗର ଆବେଦନକାରୀଙ୍କ ବୟସ ସୀମା: ୧୮ ରୁ ୩୬ ବର୍ଷ

ଏସସି/ଏସଟି ବର୍ଗର ଆବେଦନକାରୀଙ୍କ ପାଇଁ: ୧୮ ରୁ ୩୮ ବର୍ଷ

job applyପଦବୀ ବିବରଣୀ:

ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍ (ୱର୍କ୍ସ): ୧୯ ପଦ

ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍ (ଇଲେକ୍ଟ୍ରିକାଲ): ୧୨ ପଦ

ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍ (ଟେଲି/ ଏସ ଆଣ୍ଡ ଟି): ୧୦ ପଦ

job apply ibpsଶିକ୍ଷାଗତ ଯୋଗ୍ଯତା:

ପଶ୍ଚିମ ରେଳ ନିଯୁକ୍ତି ଅଧୀନରେ ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍ (ୱାର୍କସ୍) ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କିମ୍ବା ସମ୍ପୃକ୍ତ ଷ୍ଟ୍ରିମରେ ବି.ଏସ୍ ଡିଗ୍ରୀ ହାସଲ କରିବା ଉଚିତ୍। ଏହା ବ୍ୟତୀତ ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍ (ଇଲେକ୍ଟ୍ରିକାଲ୍) ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ମେକାନିକାଲ୍ / ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଡିପ୍ଲୋମା କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ମେକାନିକାଲ୍ / ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂର ୪ ବର୍ଷର ପାଠ୍ୟକ୍ରମ ଡିଗ୍ରୀ ହାସଲ କରିଥିବା ଜରୁରୀ |

ଏହି ପଦବୀରେ ଆବେଦନ ପାଇଁ ସାଧାରଣ ବର୍ଗର ଆବେଦନକାରୀଙ୍କୁ ୫୦୦ଟଙ୍କା ଦେବାକୁ ପଡିବ। ସେହିଭଳି ଏସସି/ଏସଟି/ଓବିସି/ମହିଳା/ଅଳ୍ପସଂଖ୍ଯକ/ଇଡବ୍ଲୁଯଏସ ବର୍ଗଙ୍କ ପାଇଁ ୨୫୦ ଟଙ୍କା ଜମା କକରିବାକୁ ପଡିବ।

railway jobଚୟନ ପ୍ରକ୍ରିୟା:

ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କୁ କୌଣସି ପ୍ରକାର ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। ଆବେଦନକାରୀଙ୍କୁ ମେରିଟ୍ ଲିଷ୍ଟ ଏବଂ ଅଭିଜ୍ଞତା ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.