ପ୍ରବଳ ବର୍ଷା ଯୋଗୁ ବଢିଲା ହୀରାକୁଦ ଜଳସ୍ତର, ପୁଣି ଖୋଲିଲା ୧୫ଟି ଗେଟ୍

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦର ୧୫ଟି ଗେଟ୍‌। ଗତକାଲି ୧୩ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଜଳସ୍ତର ବଢିବାରୁ ପୁଣି ୨ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ୧୫ଟି ଗେଟ୍‌ ଦଇ ବନ୍ୟାଜଳ ନିଷ୍କାସିତ ହେଉଛି।

ଜଳଭଣ୍ଡାରର ଜଳସ୍ତର ୬୧୯.୧୫ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୮୮ହଜାର ୨୦୯କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ନିଷ୍କାସିତ ହେଉଛି ୨ଲକ୍ଷ ୧୯ହଜାର ୬୪୮କ୍ୟୁସେକ୍‌ ଜଳ। ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରୁ ପର୍ଯ୍ୟାୟକ୍ରମେ ଗେଟ୍‌ ଗୁଡିକୁ ଖୋଲାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.