ହୁ ହୁ ହୋଇ ବଢୁଛି ତେଲ ଦାମ, ଜାଣନ୍ତୁ ଆଜି ପେଟ୍ରୋଲ ଡିଜେଲ କେତେ ?

ପ୍ରତିଦିନ ଯଦି ଆପଣ ତୈଳ ଦରର ତାଜା ଅପଡେଟ୍ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ନିଶ୍ଚିତ ପଢନ୍ତୁ। ଆଜି ଭୁବନେଶ୍ୱର ସହରରେ ପେଟ୍ରୋଲ ଦର ରହିଛି ୧୦୨ଟଙ୍କା ୬୬ପଇସା । ଏଥିସହିତ ଡିଜେଲ ଦର ଲିଟର ପିଛା ରହିଛି ୯୨ ଟଙ୍କା ୪୮ପଇସା।

ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ଟଙ୍କା ୨୧ ପଇସା ଓ ଡିଜେଲ ଦର ୮୭ ଟଙ୍କା ୪୭ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୦ଟଙ୍କା ୮୨ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୫ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୫ ଟଙ୍କା ୫୧ପଇସା ଥିବାବେଳେ ଡିଜେଲ ଦର ୯୦ ଟଙ୍କା ୬୨ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୧୬ ପଇସା ଥିବା ବେଳେ ଡିଜେଲ ଦାମ ୯ ୨ ଟଙ୍କା ୧୯ ପଇସା ରହିଛି।

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

You might also like