ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ସୁନା ରୁପା ଦାମ୍
ପ୍ରତ୍ୟକ ଦିନ ସୁନା ଓ ରୂପ ମୂଲ୍ୟ ପରିବର୍ତ୍ତନ ହେଉଛି , ସୁନା ଓ ରୂପ କିଣିବାକୁ ଚାହୁଁଥିଲେ ଆପଣ ଆଜି ଆପଣଙ୍କ ସହରରେ କେତେ ସୁନା ଦର ରହିଛି ଜାଣି ରଖନ୍ତୁ। ଆଜି ଭାରତୀୟ ବଜାରରେ ସୁନା ଦାମରେ କିଛି ଟା ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଭାରତୀୟ ବଜାରରେ ସୁନା ଦର ଆଜି ମଧ୍ୟ ସ୍ଥିର ରହିଛି। ୨୨ କ୍ୟାରେଟ ସୁନା ଦର ୪୭ ହଜାର ,୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୧,୭୬୦ ଟଙ୍କା ରହିଥିବା ଜଣାପଡ଼ିଛି। ତେବେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ସୁନା ଦାମ୍ ଆଜି ୨୨ କ୍ୟାରେଟ ସୁନା ଦର ୪୭,୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୧,୮୨୦ ଟଙ୍କା ଛୁଇଁଛି । ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୪୫୦ ଟଙ୍କା ଓ ୫୧,୭୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୫୦୦ ଟଙ୍କା ଓ ୫୧,୭୬୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୫୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୧,୮୫୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୫୦୦ ଟଙ୍କା ଓ ୫୧,,୮୨୦ ଟଙ୍କା ରହିଛି। କିନ୍ତୁ ଆଜି ଭାରତୀୟ ବଜାରରେ ରୂପା ଦର ସାମାନ୍ୟ ପରିବର୍ତ୍ତନ ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦ ହଜାର ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।