ଗାଡିରେ ନମ୍ବର ପ୍ଲେଟକୁ ଲୁଚାଇ ରଖିଥିଲେ ଭଲକି ଫସିପାରନ୍ତି ଆପଣ, ଆଉ କାମ ଦେବନି ଏହି ତରିକା

ପ୍ରତିବର୍ଷ କ୍ୟାମେରା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ଚାଲାଣ କଟାଯାଉଛି । କ୍ୟାମେରାରେ କଟା ଯାଉଥିବା ଚାଲାଣର ଖାସ୍‌ କଥା ହେଉଛି ଏଥିରେ କୌଣସି ବି ଭେଦଭାବ ହୋଇନଥାଏ । ଯିଏ କେହି ବି ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ତାହା କ୍ୟାମେରା ନଜରରେ ଆସିଥାଏ ।

ରାସ୍ତାରେ ଅନେକ ସ୍ଥାନରେ ଏବେ କ୍ୟାମେରା ଲାଗିଛି । ଖାସକରି ଟ୍ରାଫିକ୍‌ ନିୟମକୁ ଉଲଙ୍ଘନ କରୁଥିବା ଲୋକଙ୍କୁ ଧରିବା ପାଇଁ ଏହାକୁ ଲଗାଯାଇଛି । ପ୍ରତିବର୍ଷ କ୍ୟାମେରାରୁ ଲକ୍ଷାଧିକ ଲୋକଙ୍କର ଚାଲାଣ କଟାଯାଉଛି ।

ଗତ କିଛି ବର୍ଷରେ ଟ୍ରାଫିକ୍‌ ସହ ଜଡିତ ନିୟମକୁ କଠୋର ଏବଂ କଡାକଡି କରାଯାଇଛି । ଆଉ ଏବେ କୌଣସି ବି ନିୟମର ଉଲଙ୍ଘନ କଲେ ହଜାର ହଜାର ଟଙ୍କାର ଚାଲାଣ କଟାଯାଉଛି ।
ପୂର୍ବରୁ ଯେଉଁଠି ଟ୍ରାଫିକ୍‌ ପୋଲିସ୍‌ ଚାଲାଣ କାଟୁଥିଲେ, ଏବେ କିନ୍ତୁ ରାସ୍ତାରେ ଲାଗିଥିବା କ୍ୟାମେରା ଦ୍ୱାରା ଚାଲାଣ କଟୁଛି । ପ୍ରତିବର୍ଷ କ୍ୟାମେରା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ଚାଲାଣ କଟାଯାଉଛି ।

କ୍ୟାମେରାରେ କଟା ଯାଉଥିବା ଚାଲାଣର ଖାସ୍‌ କଥା ହେଉଛି ଏଥିରେ କୌଣସି ବି ଭେଦଭାବ ହୋଇନଥାଏ । ଯିଏ କେହି ବି ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ତାହା କ୍ୟାମେରା ନଜରରେ ଆସିଥାଏ ।

ରେଡ ଲାଇଟ୍‌ କ୍ରସ୍‌ କରିବା, ହେଲମେଟ ନପିନ୍ଧିବା କିମ୍ବା ଓଭର ସ୍ପିଡିଂ ଚାଲାଣ କ୍ୟାମେରା ଦ୍ୱାରା କଟାଯାଇଥାଏ । ଏହି କାରଣରୁ ଲୋକମାନେ ଏବେ କ୍ୟାମେରା ଠାରୁ ଲୁଚିବା ପାଇଁ ତରିକା ବାହାର କରୁଛନ୍ତି ।

କ୍ୟାମେରା ପାଇଁ କଟୁଥିବା ଚାଲାଣ ଠାରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ନମ୍ବର ପ୍ଲେଟକୁ ଲୁଚାଇ ଦେଉଛନ୍ତି । କିଛିଚ ଲୋକ ତ ନମ୍ବର ପ୍ଲେଟ ଉପରେ ଟେପ୍‌ ଲଗାଇ ଦେଉଛନ୍ତି । ସେହିପରି ଆଉ କିଛି ଲୋକ ଜାଣି ଶୁଣି ଧୂଳି ଲଗାଇ ଦେଉଛନ୍ତି ।

ଯଦି ଆପଣ ବି ଏମିତି କରୁଛନ୍ତି ତାହେଲେ ଆପଣଙ୍କୁ ସାବଧାନ କରାଇ ଦେଉଛୁ । ଆପଣ ଏବେ ଏମିତି କରିବା ଠାରୁ ନିବୃତ୍ତ ରୁହନ୍ତୁ । ଆଉ ସାବଧାନ ରୁହନ୍ତୁ । କାହିଁକିନା ଏମିତି କରିବା ଦ୍ୱାରା ଆପଣଙ୍କୁ ପାଞ୍ଚ ହଜାର ଟଙ୍କା ଚାଲାଣ ଦେବାକୁ ପଡିପାରେ ।

ନମ୍ବର ପ୍ଲେଟକୁ ଲୁଚାଇ ରଖିଲେ କିମ୍ବା ଏହାସହିତ କୌଶସି ପ୍ରକାରର ହେରାଫେରି କଲେ ଆପଣଙ୍କ ଗାଡିକୁ ଜବତ ବି କରାଯାଇପାରେ । ତେଣୁ ଏଥିପ୍ରତି ବେଶ୍‌ ସଜାଗ ରୁହନ୍ତୁ ଆପଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.