ମଦ ପିଇ ସ୍କୁଲକୁ ଆସୁଥିଲେ ସାର୍‌, ଚପଲ ଫୋପାଡିଲେ ପିଲା

ସ୍କୁଲରୁ ଶିକ୍ଷକଙ୍କୁ ତଡି ପାର କରାଇଲେ ଛାତ୍ର

ଶିକ୍ଷକଙ୍କୁ ଜୋତା ଚପଲ ଛାଟିଲେ ଛାତ୍ରଛାତ୍ରୀ । ଚପଲ ଦେଖାଇ ଗୋଡାଇ ଗୋଡାଇ ଏକଦମ୍‌ ଗେଟ ପାର କରାଇଦେଲେ ଛାତ୍ରଛାତ୍ରୀ । ହଁ ଏବେ ସୋସିଆଲ ମିଡିଆରେ ଏମିତି ଏକ ଆଶ୍ଚର୍ଯ୍ୟକର ଦୃଶ୍ୟ ଭାଇରାଲ ହେଉଛି । ଯେଉଁଠି ଜଣେ ସରକାରୀ ସ୍କୁଲର ଶିକ୍ଷକଙ୍କୁ ଛାତ୍ରମାନେ ଗୋଡାଇ ଗୋଡାଇ ଭଗେଇ ଦେଇଛନ୍ତି । ତେବେ ଏ ବିରଳ ଦୃଶ୍ୟ ଦେଖି ଆପଣ ନିହାତି ଭାବୁଥିବେ ଯେ ଶିକ୍ଷକ ଜଣଙ୍କ ଏମିତି କଣ କଲେ ଯେ ଛାତ୍ରମାନଙ୍କ ଠାରୁ ଚପଲ ମାଡ ଖାଇଲେ । ତେବେ କହିବାକୁ ଚାହିଁବୁ ଯେ ସାର ସ୍କୁଲକୁ ନିଶାରେ ଏକଦମ୍‌ ଚୁର୍‌ ହୋଇ ଆସିଥିଲେ । ଯାହାକୁ ଦେଖି ଛାତ୍ରମାନେ ଉଠାଇଛନ୍ତି ଏମିତି ଏକ ପଦକ୍ଷେପ ।

ଭାଇରାଲ ହେଉଥିବା ଫୁଟେଜରେ ଦେଖିପାରୁଥିବେ ଛାତ୍ରମାନଙ୍କ ଚପଲ ମାଡରେ ସାର ଜଲଦି ଜଲଦି ନିଜ ମୋଟରସାଇକେଲକୁ ଷ୍ଟାର୍ଟ କରି ପଳାଉଛନ୍ତି । କାହିଁକିନା ଆଉ କିଛି ଉପାୟ ନାହିଁ, ପିଲାମାନେ ସାରଙ୍କ ଉପରେ ଚପଲ ଫୋପାଡିବା ବନ୍ଦ ହିଁ କରୁନଥିଲେ ।

ଏ ଘଟଣା ହେଉଛି ଛତିଶଗଡ ବସ୍ତର ଜିଲ୍ଳାର ପୀଲିଭଟ୍ଟା ପ୍ରାଇମେରୀ ସ୍କୁଲର । ରିପୋର୍ଟ ମୁତାବକ ମଦ ନିଶାରେ ଚୁର ଶିକ୍ଷକ ଜଣଙ୍କର ସ୍କୁଲରେ ଉପସ୍ଥିତ ରହିବା ଚିନ୍ତାର କାରଣ ପାଲଟିଥିଲା । ନିଜ ଶିକ୍ଷକତାର କର୍ତ୍ତବ୍ୟକୁ ପୂରା କରିବା ବଦଳରେ ସେ ସ୍କୁଲ ବାରଣ୍ଡାରେ ଶୋଇବାକୁ ଲାଗିଲେ । ଆଉ ଯେତେବେଳେ ସାରଙ୍କ ଏପରି ଅବସ୍ଥା ଦେଖି ପିଲାମାନେ ତାଙ୍କ ପାଖକୁ ଗଲେ ତେବେ ସେବେବେଳେ ସେ ଅଭଦ୍ର ଭାଷାରେ ଗାଳି ଗୁୁଲଜ କଲେ । ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କଲେ । ଯାହାପରେ ପିଲାମାେ ଏକଦମ୍‌ ନିରାଶ ହୋଇଗଲେ ।

ତେବେ ସ୍ଥିତି ସେତେବେଳେ ବିଗିଡଲା ଯେତେବେଳେ ଏଇ ଗତ ସପ୍ତାହରେ ଶିକ୍ଷକ ଜଣଙ୍କ ପୁଣିଥରେ ପେଟାଏ ମଦ ପିଇ ସ୍କୁଲରେ ପହଁଚିଲେ । ଏଥର ପିଲାମାନେ ତାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ନିଜ ହାତରେ ମଦୁଆ ସାରଙ୍କୁ ଗୋଡାଇ ଗୋଡାଇ ଏକଦମ ସ୍କୁଲ ଗେଟ୍‌ ପାର କରାଇଦେଲେ । ଆଉ ଏହି ସମୟରେ କେହି ଜଣେ ଏ ଚିତ୍ରକୁ କ୍ୟାମେରାରେ କଏଦ କରିନେଲେ । ଯାହା ଏବେ ଭାଇରାଲ ହେଉଛି ସୋସିଆଲ ମିଡିଆରେ ।

ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ନିଜ ମତ ବ୍ୟକ୍ତ କରିଛନ୍ତି । କେହି କେହି ଅସନ୍ତୁଷ୍ଟ ପ୍ରକାଶ କରି ନିଜର ପ୍ରତିକ୍ରୀୟା ମଧ୍ୟ ଦେଇଛନ୍ତି । ତେବେ ଏଇ ଗତ କିଛି ଦିନ ତଳେ ଆଉ ଜଣେ ଶିକ୍ଷକଙ୍କର ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଠି ସ୍କୁଲ ପରିସରରେ ହିଁ ଶିକ୍ଷକଙ୍କୁ ମଦ ବୋତଲ ସହିତ ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବା ପରେ ଅନେକ ଲୋକ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ତେବେ ଯଦି ଏମିତି ଶିକ୍ଷକମାନେ ନିଜ କର୍ତ୍ତବ୍ୟ ଭୁଲିଯିବେ ତାହେଲେ ଆପଣ କୁହନ୍ତୁ ପିଲାମାନଙ୍କର ଭବିଷ୍ୟତ କଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.