ମୋବାଇଲ ନମ୍ବର ପୋର୍ଟାବିଲିଟୀ ହେଲା ଶସ୍ତା, ଏବେ କେବଳ ଏତିକି ଟଙ୍କାରେ କରିପାରିବେ ପୋର୍ଟ

ଟେଲିକମ୍‌ ରେଗୁଲେଟାରୀ ଅଥୋରିଟୀ ଅଫ୍‌ ଇଣ୍ଡିଆ ଅର୍ଥାତ ଟ୍ରାଇ ଲୋକଙ୍କୁ ଲାଭ ପହଁଞ୍ଚାଇବା ପାଇଁ ମୋବାଇଲ ନମ୍ବର ପୋର୍ଟାବିଲିଟୀରେ ଦରରେ ହ୍ରାସ କରିଛନ୍ତି। ଏହାଛଡା ଟ୍ରାଇର ଏହି ପଦକ୍ଷେପରେ ଦୂରସଞ୍ଚାର କମ୍ପାନୀକୁ ବହୁତ ଫାଇଦା ହେବ। ଦୂରସଞ୍ଚାର ନିୟାମକ ଟ୍ରାଇ ମୋବାଇଲ ନମ୍ବର ପୋର୍ଟାବିଲିଟୀର ନୂଆ ଦାମ ୫.୭୪ ଟଙ୍କା ରଖାଯାଇଛି।

ସେହିଭଳି ଏମଏନପିର ନୂଆ ଦର ୩୦ ସେପ୍ଟେମ୍ବର ଠାରୁ ଲାଗୁ ହେବ। ଟ୍ରାଇ ଏମଏନପି ନିୟମରେ ପରିବର୍ତ୍ତନ କରିବା ପରେ ହିଁ ନୂଆ ଦାମର ନିଷ୍ପତ୍ତି ନେଇଛି। ମୋବାଇଲ ନମ୍ବର ପୋଟୋବିଲିଟୀର ଦାମରେ ପରିବର୍ତ୍ତନକୁ ନେଇ ଚେୟାରମ୍ୟାନ କହିଛନ୍ତି ଏମଏନପିର ନୂଆ ଦାମ ୩୦ ସେପ୍ଟେମ୍ବର ଠାରୁ ଲାଗୁ ହେବ।

traiଦୂରସଞ୍ଚାର କମ୍ପାନୀକୁ ହେବ ଲାଭ

ଦେଶର ସମସ୍ତ କମ୍ପାନୀକୁ ନମ୍ବର ପୋର୍ଟାବିଲିଟୀ ପାଇଁ ଏଜେନ୍ସୀଙ୍କୁ ବିଭିନ୍ନ ଦାମ ସହିତ ପେମେଣ୍ଟ କରିବାକୁ ପଡିଥାଏ। ଏମଏନପି ଦାମରେ ପରିବର୍ତ୍ତନ ହେବା ପରେ ଦୂରସଞ୍ଚାର କମ୍ପାନୀଙ୍କୁ ବହୁତ ଲାଭ ମିଳିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ନିଜର ଗ୍ରାହକଙ୍କ ନମ୍ବର ପୋର୍ଟ କରିବା ପାଇଁ ୧୯ ଟଙ୍କା ପେମେଣ୍ଟ କରିଥାନ୍ତି। ଏହାଛଡା ଜିଓ, ଏୟାରଟେଲ, ଭୋଡାଫୋନ ଏବଂ ବିଏସଏନଏଲ ଭଳି କମ୍ପାନୀ ବର୍ଷକୁ ୭୫ କୋଟି ସଞ୍ଚୟ କରିହେବ।

ଏହାସହ ପଢନ୍ତୁ : ଏରୋପ୍ଲେନ ଭଳି କାର ବି ଉଡ଼ିବ ଆକାଶରେ, ଆସନ୍ତା ବର୍ଷ ହୋଇପାରେ ଲଞ୍ଚ

ସରକାର ମଧ୍ୟ ବର୍ଷ ଆରମ୍ଭରେ ମୋବାଇଲ ନମ୍ବର ପୋର୍ଟାବିଲିଟୀ ଦାମରେ ୪ ଟଙ୍କା ହ୍ରାସ କରିଥିଲେ। କିନ୍ତୁ ଏହାର ତୁରନ୍ତ ପରେ ସିନିୟର ଟେକ୍ନୋଲୋଜି ମାନେ ହାଇକୋର୍ଟରେ କେସ୍‌ ଫାଇଲ କରିଥିଲେ। ଏହାପରେ ସରକାର ନୂଆ ଦାମକୁ ରଦ୍ଦ କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.