୭୭ ବର୍ଷ ବୟସରେ ନୌକାରେ ଭ୍ରମଣ କଲେ ସାରା ଦୁନିଆ ଆଉ ବନାଇଲେ ୱାର୍ଲଡ ରେକର୍ଡ

ସାଧାରଣତଃ ଭ୍ରମଣ କରିବା ପ୍ରାୟ ସମସ୍ତଙ୍କୁ ପସନ୍ଦ ଅଟେ I କିନ୍ତୁ କିଛିଲୋକଙ୍କୁ ଏହା ଏତେ ମାତ୍ରାରେ ପସନ୍ଦ ଆସିଥାଏ ଯେ ସେ ଏଥିପାଇଁ ଯେକୌଣସି କାମ କରିବାକୁ ପଛାନ୍ତି ନାହିଁ I ଏହିପରି ଜଣେ ମହିଳା ହେଉଛନ୍ତି ବ୍ରିଟେନର ୭୭ ବର୍ଷୀୟା ଜେନ ସେକ୍ରେଟସ I ସେ ସମୁଦ୍ରପଥରେ ସାରା ଦୁନିଆ ଭ୍ରମଣ କରିଥିବା ପ୍ରଥମ ମହିଳା ଅଟନ୍ତି ଯିଏକି ନିଜର ଯାତ୍ରାରେ ସମ୍ପୂର୍ଣ୍ଣ ଏକାଥିଲେ I ଯେନ ନିଜର ସମ୍ପୂର୍ଣ୍ଣ ଯାତ୍ରା ୩୨୦ ଦିନରେ ପୁରଣ କରିଥିଲେ ଯାହାକି ଏକ ନୂଆ ରେକର୍ଡ ସୃଷ୍ଟି କରିଛି I ସେ ନିଜର ଯାତ୍ରା ଏକ ୩୮ଫୁଟ ଲମ୍ବର ନେରିଡା ନୌକା ଦ୍ୱାରା କରିଥିଲେ କିନ୍ତୁ ସେହି ସମୟରେ ତୋଫାନ ହୋଇଥିବା କାରଣରୁ ନୌକାର ସବୁ ପ୍ୟାନେଲ ଗୁଡିକ ନଷ୍ଟ ହୋଇଯାଇଥିଲା I ଏତେ ସବୁ ବାଧାବିଘ୍ନ ସତ୍ତ୍ୱେ ମଧ୍ୟ ସେ ନିଜର ଯାତ୍ରା ଶେଷ କରିଥିଲେ ଓ ସେ ରବିବାରକୁ କାନ୍ନାଡା ଠାରେ ନିଜର ଯାତ୍ରା ସମ୍ପୂର୍ଣ କରିଛନ୍ତି I

Image result for jane socrates of limingtone

ସୂଚନା ଅନୁଯାୟୀ ଜେନ ୨୦୧୩ ମସିହାରେ ସାରା ଦୁନିଆ ଭ୍ରମଣ କରିସାରିଥିଲେ I ଏହି ସମୟରେ ସେ ୭୧ ବର୍ଷୀୟା ମିନୋରୁ ସାଟୋଙ୍କ ରେକର୍ଡ ଭାଙ୍ଗିଥିଲେ I ୨୦୦୫ ମସିହାରେ ମିନୋରୁ ସାରା ଦୁନିଆ ଭ୍ରମଣ କରିଥିବା ସବୁଠାରୁ ବୟସ୍କା ମହିଳା ଥିଲେ I ଜେନ ୨୦୧୭ରେ ବି ସାରା ଦୁନିଆ ଭ୍ରମଣ କରିବାକୁ ବାହାରିଥିଲେ କିନ୍ତୁ ସେହି ସମୟରେ ବୋଟରୁ ପଡିଯିବାରୁ ତାଙ୍କ ବେକର ହାଡ଼ ଭାଙ୍ଗି ଯାଇଥିଲା I

ଏହାସହ ପଢନ୍ତୁ ବିବାହ କରିବା ପାଇଁ ପଛରେ ପଡ଼ିଥିଲେ ଯୁବକ, ନମାନିବାରୁ ମହିଳାଙ୍କ ଦେହରେ ଲଗାଇଦେଲେ ନିଆଁ

ଜେନ ୧୯୯୭ ମସିହାରେ ଚାକିରିରୁ ଅବସର ନେବା ପରେ ନିଜ ପତିଙ୍କ ସହିତ ନୌକାରେ ଯାତ୍ରା ଆରମ୍ଭ କରିଥିଲେ ଓ ସେବେଠାରୁ ଏହି ଦମ୍ପତ୍ତି ସମ୍ପୂର୍ଣ ୟୁରୋପ, କ୍ୟାରିବିୟା ଏବଂ ଆମେରିକା ଭ୍ରମଣ କରିଥିଲେ I ୨୦୦୩ ମସିହାରେ ତାଙ୍କ ପତିଙ୍କର ମୃତ୍ୟୁ ହୋଇଯାଇଥିଲା କିନ୍ତୁ ଜେନ ନୌକାୟନ ଛାଡି ନଥିଲେ I ସେ ୨୦୦୯ ଏବଂ ୨୦୧୨ ମସିହାରେ ବୋଟ ଦ୍ୱାରା ସାରା ଦୁନିଆ ଭ୍ରମଣ କରିବାକୁ ଚେଷ୍ଟା କରିଥିଲେ ଏବଂ ୨୦୧୩ ମସିହାରେ ସେ ଏଥିରେ ସଫଳ ହୋଇ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ନିଜ ନାମ ସ୍ଥାନିତ କରିଥିଲେ I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.