ଲଞ୍ଚ୍ ହେଲା Triumph ର ଦୁଇଟି ପାୱାରଫୁଲ୍ ବାଇକ୍, ଜାଣନ୍ତୁ ଦାମ ଏବଂ ଫିଚର୍ସ
ଏହି ଦୁଇଟି ବାଇକରେ କଣ ଖାସିୟତ୍ ରହିଛି, ଏଥିରେ କେତେ ଦମଦାର୍ ଇଞ୍ଜିନ୍ ଦିଆଯାଇଛି ଏବଂ ଏହାକୁ ଭାରତୀୟ ବଜାରରେ କେଉଁ ଦାମରେ ଲଞ୍ଚ୍ କରାଯାଇଛି? ଏହି ସମସ୍ତ ସୂଚନା ଆମେ ଆପଣଙ୍କୁ ଆଜି ଜଣାଇବୁ ।

ଦେଶର ପ୍ରମୁଖ ଦୁଇ ଚକିଆ ବାହନ ନିର୍ମାତା ବଜାଜ୍ ସହ ମିଶି ଟ୍ରାମ୍ଫ ଦୁଇଟି ବାଇକ୍ସକୁ ଲଞ୍ଚ୍ କରିଛି । ଏହି ଦୁଇଟି ବାଇକରେ କଣ ଖାସିୟତ୍ ରହିଛି, ଏଥିରେ କେତେ ଦମଦାର୍ ଇଞ୍ଜିନ୍ ଦିଆଯାଇଛି ଏବଂ ଏହାକୁ ଭାରତୀୟ ବଜାରରେ କେଉଁ ଦାମରେ ଲଞ୍ଚ୍ କରାଯାଇଛି? ଏହି ସମସ୍ତ ସୂଚନା ଆମେ ଆପଣଙ୍କୁ ଆଜି ଜଣାଇବୁ ।
ଟ୍ରାମ୍ଫ୍ ବଜାଜ୍ ସହ ମିଶି ଦୁଇଟି ନୂଆ ବାଇକ୍ସକୁ ଲଞ୍ଚ୍ କରିଛି । ସ୍ପିଡ୍ ୪୦୦ ଏବଂ ସ୍କ୍ରାମ୍ବଲର ୪୦୦ଏକ୍ସ ବାଇକରେ କମ୍ପାନୀ ୪୦୦ ସିସିର ଇଞ୍ଜିନ୍ ଦେଇଛି । ଖାସ୍ କଥା ହେଉଛି ଏହି ଦୁଇ ବାଇକକୁ ଭାରତରେ ହିଁ ତିଆରି କରାଯାଇଛି । ଏବଂ ଏହା କମ୍ପାନୀ ପକ୍ଷରୁ ଲଞ୍ଚ୍ କରାଯାଇଥିବା ଏବେ ପର୍ଯ୍ୟନ୍ତର ସବୁଠାରୁ ଛୋଟ ଇଞ୍ଜିନ୍ ଯୁକ୍ତ ବାଇକ୍ସ । ଏହାପୂର୍ବରୁ ଏହି ଦୁଇ ବାଇକ୍ସକୁ ଲଣ୍ଡନରେ କମ୍ପାନୀ ଗ୍ଲୋବାଲୀ ଲଞ୍ଚ୍ କରିଥିଲା ।
ଇଞ୍ଜିନ୍
ଦୁଇଟି ବାଇକ୍ସରେ ୩୯୮ ସିସି ର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ଦିଆଯାଇଛି । ଏହି ଇଞ୍ଜିନରେ ବାଇକକୁ ୪୦ ପିଏସ୍ ପାୱାର ଏବଂ ୩୭.୫ ନ୍ୟୁଟନ୍ ମିଟରର ଟର୍କ ମିଳିଥାଏ । ଏହି ବାଇକର ଇଞ୍ଜିନକୁ ଲିକ୍ବିଡ କୁଲଡ ଟେକନିକ୍ ଏବଂ ୬ ସ୍ପିଡ୍ ଟ୍ରାନ୍ସମିସନ୍ ସହିତ ଲଞ୍ଚ୍ କରାଯାଇଛି ।
ଫିଚର୍ସ
ଟ୍ରାମ୍ଫ ର ଉଭୟ ବାଇକରେ ଟ୍ରାକସନ୍ କଣ୍ଟ୍ରୋଲ ସିଷ୍ଟମ ଦିଆଯାଇଛି । ଯାହାକୁ ସ୍ବିଚ୍ ଅଫ୍ ବି କରାଯାଇପାରେ । ଏହାବ୍ୟତୀତ ଏଥିରେ ଡୁଆଲ ଚ୍ୟାନେଲ ଏବିଏସ୍, ଡିସ୍କ ବ୍ରେକ, ୧୭ ଏବଂ ୧୯ ଇଞ୍ଚ୍ ର ଅଲୟ ହ୍ବିଲ୍ସ, ୪୩ ଏମଏମ ୟୁଏସବି ଟାଇପ୍ ସି ଚାର୍ଜିଙ୍ଗ୍ ପୋର୍ଟ, ରାଇଡ ବାୟ ୱାୟର ଥ୍ରୋଟାଲ, ଅଲ ଏଲଇଡି ଲାଇଟ୍ସ, ଷ୍ଟିୟରିଙ୍ଗ ଲକ୍ ଏବଂ ଆଣ୍ଟି ଥେଫ୍ଟ ଇମମୋବିଲାଇଜର ସହିତ ହିଁ ୨୫ଟି ଅଫିସିଆଲ ଆକ୍ସେସରିଜର ବିକଳ୍ପ ଭଳି ଫିଚର୍ସ ମିଳିଥାଏ ।
ଦାମ୍
ଟ୍ରାମ୍ଫ ଏହି ଦୁଇଟି ବାଇକ୍ସକୁ ଭାରତୀୟ ବଜାରରେ ଲଞ୍ଚ୍ କରିଛି। କିନ୍ତୁ ଏଥିରୁ ଗୋଟେ ବାଇକର ଦାମକୁ ଏବେ କମ୍ପାନୀ ପକ୍ଷରୁ ସାର୍ବଜନିକ କରାଯାଇନାହିଁ । କମ୍ପାନୀ କେବଳ ସ୍ପିଡ୍ ୪୦୦ର ଦାମ୍ କୁ ସାର୍ବଜନିକ କରିଛି । ସ୍ପିଡ୍ ୪୦୦ର ଏକ୍ସ ଶୋରୁମ ଦାମ୍ ୨.୩୩ ଲକ୍ଷ ଟଙ୍କା ରଖାଯାଇଛି । କିନ୍ତୁ ତାପୂର୍ବରୁ ପ୍ରାୟ ୧୦ ହଜାର ଗ୍ରାହକଙ୍କୁ ଏହି ବାଇକ କେବଳ ୨.୨୩ ଲକ୍ଷ ଟଙ୍କାରେ ଦିଆଯିବ । ଏହି ବାଇକସକୁ କମ୍ପାନୀର ଅଫିସିଆଲ ୱେବସାଇଟରେ ଦୁଇ ହଜାର ଟଙ୍କାର ଟୋକନ ଆମାଉଣ୍ଟ ଦେଇ ବୁକ୍ କରିପାରିବେ ।