ଦିଲ୍ଲୀରେ ରାଜସ୍ଥାନ ବିଧାନସଭା ନିର୍ବାଚନ ନେଇ କଂଗ୍ରେସର ବୈଠକ

ଦିଲ୍ଲୀରେ ରାଜସ୍ଥାନ ବିଧାନସଭା ନିର୍ବାଚନ ନେଇ କଂଗ୍ରେସର ବୈଠକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ବୈଠକରେ ଉପସ୍ଥିତ ଅଛନ୍ତି ।

ଦିଲ୍ଲୀରେ ରାଜସ୍ଥାନ ବିଧାନସଭା ନିର୍ବାଚନ ନେଇ କଂଗ୍ରେସର ବୈଠକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ବୈଠକରେ ଉପସ୍ଥିତ ଅଛନ୍ତି । ଦିଲ୍ଲୀରେ ଥିବା ସଚିନ ପାଇଲଟଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଭିଡିଓ କନଫରେନ୍ସିଂରେ ବୈଠକରେ ସାମିଲ ହେବେ । ରାଜସ୍ଥାନ ନିର୍ବାଚନ ଓ କଂଗ୍ରେସ ନେତାଙ୍କୁ ଏକଜୁଟ କରିବାକୁ ବୈଠକରେ ରଣନୀତି ପ୍ରସ୍ତୁତ ହେବ। ଏହା ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ବିବାଦକୁ ତୁଟାଇବାକୁ ବୈଠକରେ ଆଲୋଚନା ହୋଇପାରେ । ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ସାମତ ୩୦ କଂଗ୍ରେସ ନେତାଙ୍କୁ ବୈଠକକୁ ଡକାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.