ଏବେ ଯାତ୍ରୀ ବିନା ଟିକେଟରେ କରିପାରିବେ ଟ୍ରେନ ଯାତ୍ରା, ଆସିଲା ରେଳ ବିଭାଗର ନୂଆ ନିୟମ

ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଏବେ ଟିକେଟ ନଥିଲେ ବି କରିପାରିବେ ଟ୍ରେନ ଯାତ୍ରା। ଅନେକ ଥର ଏମିତି ପରିସ୍ଥିତି ଆସେ ଯେ ଯେବେ ଆପଣଙ୍କୁ ଅଚାନକ ଯାତ୍ରା କରିବାକୁ ପଡେ। ଆଉ ଏଭଳି ସମୟରେ ପାଖରେ ଟିକେଟ ଆଭିଲେଭଲ ନଥିଲେ ବଡ଼ ସମସ୍ୟା ହୋଇଥାଏ। ଶୀଘ୍ର କନଫର୍ମ ଟିକେଟ ପାଇବା ସହଜ ମଧ୍ୟ ନୁ ହେଁ। କିନ୍ତୁ ଏବେ ଆପଣ ବିନା ରିଜର୍ଭେସନରେ ମଧ୍ୟ ଟ୍ରେନରେ ଯାତ୍ରା କରିପାରିବେ।

ପୂର୍ବରୁ ତତ୍କାଳ ଟିକେଟ ପାଇଁ ଅପସନ ରହୁଥିଲା। କିନ୍ତୁ ଏବେ ଟ୍ରେନ ର ନୂଆ ନିୟମରେ ଆପଣ ରିଜର୍ଭେସନ ଅନ୍ତର୍ଗତ ଟ୍ରେନ ଯାତ୍ରା କରିପାରିବେ। ଏବେ ଯଦି ଆପଣଙ୍କ ପାଖରେ ରିଜର୍ଭେସନ ଟିକେଟ ନାହିଁ ଏବଂ ଆପଣ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ କେବଳ ପ୍ଲ୍‌ାଟଫର୍ମ ଟିକେଟରେ ମଧ୍ୟ ଟ୍ରେନରେ ଯାତ୍ରା କରିପାରିବେ। ଏହି ନିୟମ ରେଳ ବିଭାଗ ତରଫରୁ ବାହାର କରାଯାଇଛି। କିନ୍ତୁ ଏଥିପାଇଁ ଆପଣଙ୍କୁ ତୁରନ୍ତ ଟିଟିଇ ସହ ସମ୍ପର୍କ କରିବାକୁ ହେବ। ଏମିତିରେ ସେ ହିଁ ଆପଣଙ୍କ ଡେଷ୍ଟିନେସନ ପ୍ଲେସ ପାଇଁ ଟିକେଟ କରିଦେବେ।

ଅନେକ ଥର ସିଟ୍‌ ଖାଲି ନଥିଲେ ଟିଟିଇ ଯାତ୍ରୀଙ୍କୁ ରିଜର୍ଭ ସିଟ ଦେବାକୁ ମନା କରିଦିଏ। କିନ୍ତୁ ଯାତ୍ରା କରିବା ପାଇଁ ସେ ମନା କରିନଥାନ୍ତି। ଯଦି ଆପଣଙ୍କ ପାଖେ ଟ୍ରେନ ର ରିଜର୍ଭେସନ ଟିକେଟ ନାହିଁ ତେବେ ଯାତ୍ରୀଙ୍କଠୁ ୨୫୦ ଟଙ୍କା ପେନାଲ୍ଟି ଚାର୍ଗ ଦେବାକ ୁୁ ପଡ଼ିବ। ଏହାସହ ଯାତ୍ରା କରିବାର ଫୁଲ ଭଡ଼ା ଦେବାକୁ ହେବ। ଏମିତିରେ ପ୍ରତ୍ୟେକ ଯାତ୍ରୀଙ୍କୁ ଏହା ସମ୍ପର୍କରେ ସମସ୍ତ ସୂଚନା ଜାଣିବା ଆବଶ୍ୟକ। ଯାହାଫଳରେ ସହଜରେ କେଉଁଠାକୁ ବି ଯାତ୍ରା କରିବା ସହଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.