Union Bank ରେ ଖାଲିପଡିଛି SO ଏବଂ ଡୋମେନ ଏକ୍ସପର୍ଟ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ବ୍ୟାଙ୍କ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ। ୟୁନିଅନ ବ୍ୟାଙ୍କରେ ଖାଲିପଡିଛି ପଦବୀ। ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ସ୍ପେଶାଲ କ୍ୟାଡର ଅଫିସର ଏବଂ ଡୋମେନ ଏକ୍ସପର୍ଟ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ୟୁବିଆଇରେ ଏହି ନିଯୁକ୍ତି ଚୁକ୍ତିଭିତ୍ତିକ ହେବ। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଧିକାରକ େଓ୍ଵବସାଇଟ୍‌ www.unionbankofindia.co.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୭ ଜାନୁଆରୀ ୨୦୨୨ ରହିଛି।

ପଦବୀ ବିବରଣୀ:୨୫

ସିନିଅର ମ୍ୟାନେଜର: ୧

ମ୍ୟାନେଜର (ଡିଜିଟାଲ) :୧

ମ୍ୟାନେଜର (ଡାଟା ସାଇଣ୍ଟିଷ୍ଟ): ୨

ମ୍ୟାନେଜର(ଡାଟା ଆନାଲିଷ୍ଟ): ୨

ମ୍ୟାନେଜର : ୨

ମ୍ୟାନେଜର ଡାଟାବେସ ଆଡମିନିଷ୍ଟ୍ରେଟର: ୧

ସିନିଅର ମ୍ୟାନେଜର: ୨

ମ୍ୟାନେଜର (ଇକୋନୋମିଷ୍ଟ) :୨

ସିନିଅର ମ୍ୟାନେଜର(ଇଣ୍ଡଷ୍ଟ୍ରୀ ରିସର୍ଚ୍ଚ): ୨

ମ୍ୟାନେଜର (ଇଣ୍ଡଷ୍ଟ୍ରୀ ରିସର୍ଚ୍ଚ): ୨

ସିନିଅର ମ୍ୟାନେଜର(API): ୨

ମ୍ୟାନେଜର: ୨

ସିନିଅର ମ୍ୟାନେଜର( ଡିଜିଟାଲ ଲୋଡିଂ ଆଣ୍ଡ ଫିନ୍‌ ଟେକ): ୨

ମ୍ୟାନେଜର (ଡିଜିଟାଲ ଲୋଡିଂ ଆଣ୍ଡ ଫିନ୍‌ ଟେକ): ୨

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୪ ଡିସେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ୭ ଜାନୁଆରୀ ୨୦୨୨ରେ ହେବ।

କେମିତି କରିବେ ଆବେଦନ:

ପ୍ରଥମେ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆର ଅଧିକାରକ େଓ୍ଵବସାଇଟ www.unionbankofindia.co.in କୁ ଯାଆନ୍ତି।

ରିକ୍ରୁଟମେଣ୍ଟ ଟ୍ୟାବ୍‌ରେ କ୍ଲିକ କରନ୍ତୁ।

କରେଣ୍ଟ ରିକ୍ରୁଟମେଣ୍ଟରେ କ୍ଲିକ୍‌ କରନ୍ତୁ।

ସେଠାରେ ଥିବା Recruitment of Specialist Officers/Domain Experts in Union Bank of India on Contractual Basis କ୍ଲିକ କରନ୍ତୁ।

ଏଠାରେ ଅନଲାଇନ ଆପ୍ଲାଏ ଅପସନ ଉପରେ କ୍ଲିକ କରନ୍ତୁ। ଏଥିରେ ଏକ ନୂଆ ଓ୍ଵିଣ୍ଡୋ ଓପନ କରିବ, ସେଥିରେ ପ୍ରାର୍ଥୀ ରେଜିଷ୍ଟର କରିବାକୁ ହେବ। ତା’ ପରେ ହିଁ ପ୍ରାର୍ଥୀ ଆବେଦନ କରିପାରିବେ।

ଏହା ପରେ ପ୍ରାର୍ଥୀ ଫଟୋ, ସାଇନ ଏବଂ ଅନ୍ୟ ଦସ୍ତାବିଜ ଅପଲୋଡ କରିପାରିବେ।

ପ୍ରାର୍ଥୀ ଅନଲାଇନ ପେମେଣ୍ଟ କରିବାକୁ ହେବ। ଆପ୍ଲିକେସନ ଫିସ୍‌ ଭରିବା ପରେ ଫର୍ମର ପ୍ରିଣ୍ଟ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.unionbankofindia.co.in/pdf/Notification%20for%20Recruitment%20of%20Specialist%20Officers,%20Domain%20Experts%20on%20Contractual%20Basis.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.