ଏଥର ସିଭିଲ ସର୍ଭିସ ପରୀକ୍ଷା ପାଇଁ ବାହାରିିଛି ଅଧିକ ପଦବୀ, ତୁରନ୍ତ କରନ୍ତୁ ଆପ୍ଲାଏ

ସଂଘ ଲୋକ ସେବା ଆୟୋଗ ଚଳିତ ବର୍ଷ ସିଭିଲ ସର୍ଭିସ ସେବା ପରୀକ୍ଷା ପାଇଁ ନୋଟିଫିକେସନ ଜାରି କରିଛନ୍ତି। ଏହି ନୋଟିଫିକେସନ ଜରିଆରେ ସବୁ ପରୀକ୍ଷାର୍ଥୀ ନିଜର ଜରୁରୀ ସୂଚନା ଦେଇ ଆଦେବନ କରିପାରିବେ। ଏଥିପାଇଁ ଆଶାୟୀ ପ୍ରାର୍ଥ upsc.gov.in କିମ୍ବା upsconline.nic.in ରେ ଯାଇ ଆବେଦନ କରିପାରିବେ।

ତେବେ ଆଦେବନ ପ୍ରକ୍ରିୟା ଆସନ୍ତା ୨୨ ଫେବୃଆରୀ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ। ୟୁପିଏସସି ସିଭିଲ ସର୍ଭିସର ପ୍ରିଲିମ୍ସ ପରୀକ୍ଷା ଆସନ୍ତା ଜୁନ ୫ ତାରିଖରେ ଆୟୋଜିତ ହେବ। ଯେଉଁମାନେ ପ୍ରିଲିମ୍ସ କ୍ୱାଲିଫାଏ କରିବେ ସେମାନେ ମେନ ପରୀକ୍ଷା ପାଇଁ  ଉତ୍ତୀର୍ଣ୍ଣ ହେବେ। ତେବେ ଏଥିପାଇଁ ବୟସ ସୀମା ୨୧ ରୁ ୩୨ ବର୍ଷ ହେବା ଆବଶ୍ୟକ।

ପ୍ରିଲିମ୍ସ ପରୀକ୍ଷା ପାଇଁ ପେପର ୧ ଏବଂ ପେପର ୨ ସାମିଲ ରହିବ । ବସ୍ତୁନିଷ୍ଠ ପେପର ପାଇଁ ମଲ୍ଟିପୁଲ ଚଏସ୍‌ ପ୍ରଶ୍ନ ଆସିବ। ଏହା ମୋଟ ୪୦୦ମାର୍କର ଆସିବ। ପେପର ୨ରେ ପରୀକ୍ଷାର୍ଥିଙ୍କୁ ୩୩% ଅଙ୍କ ମାର୍କ ସହ କ୍ୱାଲିଫାଏ କରିବାକୁ ହେବ। ପରୀକ୍ଷାରେ  ମାଇନସ୍‌ ମାର୍କିଂ ମଧ୍ୟ ରହିଛି। ଏଥିରେ ୧/୩ ନମ୍ବର ନେଗେଟିଭ ମାର୍କିଂରେ  ଲାଗୁ ହେବ। ଏଥର ମୋଟ ୮୬୧ ସିଟ ବାହାରିଛି। ଯଦି ଅଧିକ କିଛି ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ େଓ୍ଵବସାଇଟକୁ ଯାଇ ଜାଣିପାରିବେ।

Leave A Reply

Your email address will not be published.