ଲଞ୍ଚ ହେଲା Volvo C40 Recharge ଇଲେକ୍ଟ୍ରିକ କାର, ଜାଣନ୍ତୁ କେତେ ରହିଛି ମୂଲ୍ୟ

Volvo C40 Rechargeକୁ ୭୮ କିଲୋୱାଟ କ୍ଷମତା ବିଶିଷ୍ଟ ବ୍ୟାଟେରୀ ଦିଆଯାଇଛି । ଯାହା ସହିତ ଡୁଆଲ ଇଲେକ୍ଟ୍ରିକ୍ ମୋଟର ଦିଆଯାଇଛି । ଏହି ବ୍ୟାଟେରୀ ସହିତ SUV ୫୩୦ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇପାରିବ । ଏଥିରେ ଭଲ ଫିଚର ସହିତ ଲମ୍ବା ରେଞ୍ଜର ଅଫର ଦିଆଯାଇଛି ।

ଇଲେକ୍ଟ୍ରିକ୍ ପ୍ରିମିୟମ୍ ସେଗମେଣ୍ଟରେ ଆଉ ଏକ ନୂଆ ଏସୟୁଭି ଭାରତୀୟ ବଜାରରେ ଲଞ୍ଚ କରାଯାଇଛି । ସ୍ୱିଡେନର ଅଟୋମୋବାଇଲ କମ୍ପାନୀ ନିଜର ଦମଦାର ଇଲେକ୍ଟ୍ରିକ Volvo C40 Recharge SUV ଲଞ୍ଚ କରିଛି । ଏଥିରେ ଭଲ ଫିଚର ସହିତ ଲମ୍ବା ରେଞ୍ଜର ଅଫର ଦିଆଯାଇଛି ।

Volvo C40 Rechargeକୁ ୭୮ କିଲୋୱାଟ କ୍ଷମତା ବିଶିଷ୍ଟ ବ୍ୟାଟେରୀ ଦିଆଯାଇଛି । ଯାହା ସହିତ ଡୁଆଲ ଇଲେକ୍ଟ୍ରିକ୍ ମୋଟର ଦିଆଯାଇଛି । ଏହି ବ୍ୟାଟେରୀ ସହିତ SUV ୫୩୦ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇପାରିବ । ଏହା ସହିତ ଏହାକୁ ଚାର୍ଜ କରିବାକୁ ଆଠ ଘଣ୍ଟା ସମୟ ଲାଗିଥାଏ । ଅନ୍ୟପଟେ ଫାଷ୍ଟ ଚାର୍ଜର ସହିତ ୧୦ ରୁ ୮୦ ପ୍ରତିଶତ ଚାର୍ଜ କରିବାକୁ ମାତ୍ର ୨୭ ମିନିଟ୍ ସମୟ ଲାଗିଥାଏ । ଏଥିରେ ଲାଗିଥିବା ମୋଟରରୁ ଏସୟୁଭିକୁ ୪୦୮ ବିଏଚପି ଏବଂ ୬୬୦ ନ୍ୟୁଟନ୍ ମିଟର ଟର୍କ ମିଳିଥାଏ ।

କମ୍ପାନୀ ତରଫରୁ ଏହି ଏସୟୁଭିରେ ୟୁନିକ ବ୍ୟାଟେରୀ ସେଫ୍ଟି କେଜ୍, ପାନୋରମିକ୍ ସନରୁଫ୍, ଗୁଗଲ୍ ଆସିଷ୍ଟାଣ୍ଟ, ଗୁଗଲ୍ ପ୍ଲେ, ଗୁଗଲ୍ ମ୍ୟାପ୍, ଭଲଭୋ କାର୍ ଆପ୍, ହରମାନ କାର୍ଡନ୍ ମ୍ୟୁଜିକ୍ ସିଷ୍ଟମ୍, ୧୩ ସ୍ପିକର୍, ଏୟାର ଫିଲ୍ଟର୍, ୩୬୦ ଡିଗ୍ରୀ କ୍ୟାମେରା, ଏଡିଏଏସ୍, ସାତଟି ଏୟାରବ୍ୟାଗ, େଓ୍ଵୟର ଲେସ ଚାର୍ଜର, ଲେଦର ଫ୍ରି ଇଣ୍ଟେରିଅର ଭଳି ଫିଚର ଦିଆଯାଇଛି ।

କମ୍ପାନୀ ତରଫରୁ ତିନି ବର୍ଷର କମ୍ପ୍ରିହେନ୍ସିଭ ୱାରେଣ୍ଟି, ତିନି ବର୍ଷର ଭଲଭୋ ସର୍ଭିସ ପ୍ୟାକେଜ୍, ତିନି ବର୍ଷର ରୋଡ ସାଇଡ ଆସିଷ୍ଟାଣ୍ଟ , ଆଠ ବର୍ଷର ବ୍ୟାଟେରୀ ୱାରେଣ୍ଟି ଏବଂ ଡିଜିଟାଲ୍ ସର୍ଭିସ ପାଇଁ ପାଞ୍ଚ ବର୍ଷର ସବସ୍କ୍ରିପସନ୍‌ ଦିଆଯାଉଛି । ଏହାର ଏକ୍ସ-ଶୋ’ରୁମ ମୂଲ୍ୟ ୬୧.୨୫ ଲକ୍ଷ ରଖାଯାଇଛି । ଏହି SUV ସେପ୍ଟେମ୍ବର ୫ ଅର୍ଥାତ ଆଜି ଅପରାହ୍ନ ୫ ଟାରୁ ବୁକିଂ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.