ବିଶ୍ୱକପ ଜର୍ସିରେ ଇଣ୍ଡିଆ ନୁହେଁ ଭାରତ ଲେଖାଯାଉ, ବିସିସିଆଇକୁ ଅପିଲ କଲେ ବୀରେନ୍ଦ୍ର ସେହ୍ଵାଗ
ବିଶ୍ୱକପ ପାଇଁ ଭାରତୀୟ ଟିମ ଜର୍ସିରେ ଇଣ୍ଡିଆ ବଦଳରେ ଭାରତ ଲେଖାଯାଉ । ବିସିସିଆଇ ସଚିବ ଜୟ ଶାହାଙ୍କୁ ଅପିଲ କରିଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ ।
ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଟିମ୍ ଘୋଷଣା ପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ ବିସିସିଆଇ ସାମ୍ନାରେ ଅଜବ ଦାବି କରିଛନ୍ତି । ବୀରେନ୍ଦ୍ର ସେହ୍ଵାଗ ବିସିସିଆଇ ସଚିବ ଜୟ ଶାହାଙ୍କୁ ଅପିଲ କରିଛନ୍ତି କି, ଟିମ୍ର ଜର୍ସିରେ ଇଣ୍ଡିଆ ବଦଳରେ ଭାରତ ନାମ ଲେଖାଯାଉ ।
ସେହ୍ଵାଗ ଟ୍ଵିଟ୍ କରି ଲେଖିଛନ୍ତି, ‘ଆମେ ଭାରତୀୟ,ଇଣ୍ଡିଆ ନାମ ଇଂରେଜ ମାନେ ଦେଇଥିଲେ । ତେଣୁ ଟିମ୍ ଇଣ୍ଡିଆର ନାମ ବଦଳି ଭାରତ ହେବା ଜରୁରୀ । ଆଉ ବିଶ୍ୱକପ ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ଛାତିରେ ଭାରତ ଲେଖାହୋଇଥିବା ଜର୍ସି ଦେଖିବାକୁ ମିଳୁ ।
ସେହ୍ଵାଗଙ୍କ ଟ୍ଵିଟ୍ ପରେ ଖୁବଶୀଘ୍ର ଇଂଲିଶରେ ଇଣ୍ଡିଆ ବଦଳରେ ଭାରତ ଲେଖା ହୋଇଥିବା ଦେଖିବାକୁ ମିଳିପାରେ । ସେହ୍ଵାଗ ନେପାଳ ବିପକ୍ଷ ମ୍ୟାଚ ସମୟରେ India vs Nepal ବଦଳରେ Bharat vs Nepal ହ୍ୟାଶଟାଗ ବ୍ୟବହାର କରିଥିଲେ ।
I have always believed a name should be one which instills pride in us.
We are Bhartiyas ,India is a name given by the British & it has been long overdue to get our original name ‘Bharat’ back officially. I urge the @BCCI @JayShah to ensure that this World Cup our players have… https://t.co/R4Tbi9AQgA— Virender Sehwag (@virendersehwag) September 5, 2023
ଯଦି ଏପରି ହୁଏ, ତେବେ ପ୍ରଥମ ଥର ପାଇଁ ନୁହେଁ କୌଣସି ଇଣ୍ଟରନ୍ୟାସନାଲ କ୍ରିକେଟ ଟିମର ନାମ ବଦଳିଯିବ । ଏହା ପୂର୍ବରୁ ନେଦରଲାଣ୍ଡ ଟିମର ନାମ ବଦଳିଛି । ପୂର୍ବରୁ ଟିମର ନାମ ହଲାଣ୍ଡ ରହିଥିଲା । କିନ୍ତୁ ଜାନୁଆରୀ, ୨୦୨୦ରେ ନିଜର ଅଫିସିଆଲ ନାମ ନେଦରଲାଣ୍ଡ କରିଦିଆଯାଇଥିଲା ।