ୱେଷ୍ଟର୍ଣ୍ଣ କୋଲଫିଲ୍ଡସରେ ୯୦୦ ପଦବୀ ଖାଲି, ୧୦ମ କି ଡିପ୍ଲୋମା କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ୱେଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡରେ ଚାକିରି ସୁଯୋଗ। ଏଠାରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏଠାରେ ୯୦୦ ପଦବୀ ଖାଲିପଡିଛି। ଏହି ଭର୍ତ୍ତି ପ୍ରକ୍ରିୟା ନଭେମ୍ବର ୭ରୁ ଆରମ୍ଭ ହୋଇ ୨୨ ନଭେମ୍ବର ଯାଏଁ ଚାଲିବ। ଭର୍ତ୍ତି ପାଇଁ ଆପ୍ଲାଏ କରିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ www.westercoal.in କୁ ଯାଇ ଆବେଦନ କରିପାରିବେ।

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୭ ନଭେମ୍ବର ୨୦୨୨ରୁ ଆରମ୍ଭ ହୋଇ ୨୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

ପଦବୀ ବିବରଣୀ : ୯୦୦

କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ : ୨୧୬
ସିକ୍ୟୁରିଟ ଗାର୍ଡ: ୬୦
ଫିଟର : ୨୨୧
ଇଲେକ୍ଟ୍ରିସିଆନ: ୨୨୮
ୱେଲଡର :୫୯
ୱେୟାରମ୍ୟାନ : ୨୪
ମେସିନିଷ୍ଟ : ୧୩
ସର୍ଭେୟର : ୯
ମେକାନିକ ଡିଜେଲ : ୩୭
ଡ୍ରାଫ୍ଟସମ୍ୟାନ : ୧୨
ଟର୍ନର : ୧୧
ପମ୍ପ ଅପରେଟର ଏବଂ ମେକାନିକ : ୫
ମେସନ (ୱେଲଡିଂ କଣ୍ଟ୍ରାକ୍ଟର) : ୫

ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ୧୦ମ ପାସ୍‌, ଇଣ୍ଟରମିଡିଏଡ କିମ୍ବା ସମ୍ବନ୍ଧୀୟ ଟ୍ରେଡରେ ଡିପ୍ଲୋମା ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ହେବା ଜରୁରୀ ।

ଦରମା : ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ଦରମା ୭,୭୦୦ ଟଙ୍କାରୁ ୮,୦୫୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ। ଫ୍ରେଶର୍ସଙ୍କୁ ୬,୦୦୦ ଟଙ୍କା ମାସିକ ଷ୍ଟାଇପେଣ୍ଡ ମିଳିବ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ଶିକ୍ଷାଗତ ଯୋଗ୍ୟତା, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ଆଧାରରେ ହେବ।

କେମିତି କରିବେ ଆବେଦନ :

୨୨ ନଭେମ୍ବର କିମ୍ବା ଏହାର ପୂର୍ବରୁ ଆବେଦନ ଅନଲାଇନ ମୋଡରେ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.placementstore.com/category/notification.php?id=1OT0rRln22dgpfb_I1peYsRAv3MNRNIxf&name=WCL%20Security%20Guard,%20Apprentice%20Notification%202022%20Apply%20Online%20900%20Post.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.