ଶୀଘ୍ର ନିଅନ୍ତୁ ନୂଆ ଫୋନ, କାରଣ ୨୦୧୯ରୁ ଏହି ସ୍ମାର୍ଟଫୋନରେ ଆଉ କାମ ଦେବ ନାହିଁ Whatsapp

ନୂଆଦିଲ୍ଲୀ : ସାରା ବିଶ୍ବରେ ସର୍ବାଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ ହେଉଛି ହ୍ବାଟ୍ସଆପ୍। ପ୍ଳେ ଷ୍ଟୋର ହେଉବା ଆପଲ ଷ୍ଟୋର ଏହାକୁ ଲକ୍ଷାଧିକ ଲୋକ ଡ଼ାଉନଲୋଡ଼ କରି ବ୍ୟବହାର କରୁଛନ୍ତି। ଏବେ କିଛି ଗ୍ରାହକଙ୍କ ପାଇଁ ଖରାପ ଖବର ଆଣିଛି ହ୍ବାଟ୍ସଆପ୍। କମ୍ପାନି ଏକ ତାଲିକା ଜାରୀ କରିଛି ଯେଉଁଥିରେ ସାମିଲ ରହିଥିବା ମୋବାଇଲ ଫୋନରେ ଆଉ ହ୍ବାଟ୍ସଆପ କାମ କରିବ ନାହିଁ। ଆସନ୍ତୁ ଜାଣିବା କେଉଁ ମୋବାଇଲରେ ହେବ ହ୍ବାଟ୍ସଆପ ବ୍ୟାନ୍ ।

whatsapp-stock-1

ସୂଚନା ଅନୁଯାୟୀ, NokiaS40 ଅପରେଟିଂ ସିଷ୍ଟମ ଦ୍ବାରା ଚାଲୁଥିବା ମୋବାଇଲ ଗୁଡ଼ିକରେ ଆଉ ହ୍ବାଟ୍ସଆପ କାମ କରିବ ନାହିଁ। ଏହାଛଡ଼ା ଆଡ଼୍ରୋଏଡ଼୍ ଭର୍ସନ ୨.୩.୭ ଏବଂ ଏହା ପୂର୍ବର ଅପରେଟିଂ ସିଷ୍ଟମ ମାନଙ୍କରେ ମଧ୍ୟ ହ୍ବାଟ୍ସଆପ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। ଯଦିବି ଚାଲୁ ରହିବ ତାହା ସୁରକ୍ଷିତ ରହିବ ନାହିଁ।

whats app 2

ଏହି ଅପରେଟିଂ ସିଷ୍ଟମ ଛଡ଼ା IOS7 ଏବଂ ତାହାଠାରୁ ପୁରୁଣା ଆଇଫୋନ ମାନଙ୍କରେ ଫେବୃଆରୀ ୨୦୨୦ ପରେ ହ୍ବାଟ୍ସଆପ କାମ କରିବା ବନ୍ଦ କରିଦେବ। କମ୍ପାନି ଅନୁଯାୟୀ ଏହି ନିର୍ଣ୍ଣୟ ଆସନ୍ତା ୭ବର୍ଷରେ ହେବାକୁ ଥିବା ପରିବର୍ତ୍ତନକୁ ନଜରରେ ରଖି କରାଯାଇଛି। ଏଣୁ ଯଦି ଆପଣଙ୍କର ମୋବାଇଲ ମଧ୍ୟ ଏହି ଅପରେଟିଂ ସିଷ୍ଟମରେ ଚାଲୁଛି ତେବେ ଶୀଘ୍ର ତାହାକୁ ବଦଳି ନୂଆ ଫୋନ କିଣନ୍ତୁ।

You might also like