ସାଓମି ଭାରତରେ ଲଞ୍ଚ କଲା ତିନିଟି ଦମଦାର ଟିଭି, ଜାଣନ୍ତୁ କେତେ ରହିଛି ମୂଲ୍ଯ

ନୂଆଦିଲ୍ଲୀ : ସାଓମି ସ୍ମାର୍ଟଫୋନ ବଜାରରେ ନିଜର ଅଧିତ୍ବ ବିସ୍ତାର କରିବା ପରେ ଏବେ ଟେଲିଭିଜନ ଦୁନିଆରେ ପାଦ ରଖିଛି। ତେବେ ସ୍ମାର୍ଟଫୋନ ଭଳି ସାଓମିର ଟିଭିକୁ ମଧ୍ୟ ଲୋକ ବହୁଳ ଭାବେ ପସନ୍ଦ କରୁଛନ୍ତି। ତେବେ ଏବେ ସାଓମି ତିନିଟି ନୂତନ ଟେଲିଭିଜନ ଭାରତ ବଜାରରେ ଲଞ୍ଚ କରିଛି। ଏଥିରେ ରହିଛି ୫୫ଇଞ୍ଚ ସ୍କ୍ରିନ୍ ବିଶିଷ୍ଟ ଏମଆଇ ଏଲଇଡ଼ି ୪ଏ, ୪୯ ଇଞ୍ଚ ସ୍କ୍ରିନ୍ ବିଶିଷ୍ଟ ୪ଏ ପ୍ରୋ  ଏବଂ ୩୨ ଇଞ୍ଚ ବିଶିଷ୍ଟ  ଏମ ଏଲଇଡ଼ି ଟିଭି ୪ଏ ପ୍ରୋ ଲଞ୍ଚ କରିଛି। ଏହି ତିନୋଟି ଡ଼ିଭାଇସ୍ ଆନଡ଼୍ରୋଏଡ଼୍ ଉପରେ ଆଧାରିତ ରହିଛି। ଏହା ଛଡ଼ା ଏଥିରେ ବିଲ୍ଡ ଇନ୍ କ୍ରେମାକାଷ୍ଟ ସପୋର୍ଟ ମଧ୍ୟ ଦିଆଯାଇଛି। ଏଥିସହ ଗୁଗୁଲ ପ୍ଲେ ଷ୍ଟୋରର ସୁବିଧା ମଧ୍ୟ ଦିଆଯାଇଛି।

mi 2

୩୨ ଏମଆଇ ୪ସି  ଟିଭିଟି ୩୨ ଇଞ୍ଚ ବିଶିଷ୍ଟ। ୪ସି ପ୍ରୋକୁ ସବୁଠାରୁ କମ ମୂଲ୍ଯ ବିଶିଷ୍ଟ ମଡ଼ଲେ କୁହାଯାଇଛି। ଏହାର ମୂଲ୍ଯ ୧୪,୯୯୯ଟଙ୍କା ଥିବା ବେଳେ ଏହାକୁ ଆମେଜନ ଇଣ୍ଡିଆ ଏବଂ ଏମଆଇ. କମରେ ୯ ଅକ୍ଟୋବର ପରେ ଉପଲବ୍ଧ କରାଯାଉଛି।

ଏହି ଟେଲିଭିଜନରେ ୧ଜିବି ରାମ୍ ସହ ୮ଜିବି ଇଣ୍ଟରନାଲ ଷ୍ଟୋରେଜ୍ ରହିଛି। ଏଥିସହ ଟେଲିଭିଜନ ବ୍ଲୁଟୁଥ ଆଦିର ସୁବିଧା ରହିଛି। ସେହିପରି ୪୯ ଇଞ୍ଚ ବିଶିଷ୍ଟ ସାଓମି ୪ଏ ପ୍ରୋର ମୂଲ୍ଯ ୨୯,୯୯୯ ଟଙ୍କା ହୋଇଥିବା ବେଳେ ଏହାର ବିକ୍ରି ୯ ଅକ୍ଟୋବରରୁ ଫ୍ଳିପକାର୍ଟରେ ବିକ୍ରି ଆରମ୍ଭ ହେବାକୁ ଯାଉଛି। ସେହିପରି ଏହି ତିନୋଟି ସ୍ମାର୍ଟଟିଭି ମଧ୍ୟରେ ସବୁଠାରୁ ମହଙ୍ଗା ବିକ୍ରି ହେଉଛି ଏମଆଇ ଏଲଇଡ଼ି ୪ପ୍ରୋ। ଏହାର ମୂଲ୍ଯ ୪୯,୯୯୯ଟଙ୍କା ହୋଇଥିବା ବେଳେ ୩୮୪୦ X ୨୧୬୦ ପିକ୍ସଲ ରିଜୋଲ୍ଯୁସନକୁ ସପୋର୍ଟ କରିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.