Below header

ଯେତେ ଦିନ ଯାଏ ଶିଖିବ ନାହିଁ ସେତେ ଦିନ ପାକିସ୍ତାନ ବିରୋଧରେ ଚାଲିବ ସର୍ଜିକାଲ ଷ୍ଟ୍ରାଇକ୍ : ସୀତାରମଣ

 ଚେନ୍ନାଇ : ପାକିସ୍ତାନ ଯଦି ସଚେତନ ହେଉ ନାହିଁ କି ନିଜ ଭୁଲରୁ ଶିକ୍ଷା ଲାଭ କରୁ ନାହିଁ ତେବେ ସଜିକାଲ ଷ୍ଟ୍ରାଇକ୍ ଭଳି କାର୍ଯ୍ୟାନୁଷ୍ଠାନ ଜାରି ରଖିବ ଭାରତ । ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସର୍ଜିକାଲ ଷ୍ଟ୍ରାଇକର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଚେନ୍ନାଇ ଠାରେ ଏହା କହିଛନ୍ତି ମନ୍ତ୍ରୀ । ଆହୁରି ମଧ୍ୟ ପାକିସ୍ତାନକୁ ଚେତାଇ ଦେଇ କହିଛନ୍ତି ଉଡି ଆକ୍ରମଣରେ ପାକିସ୍ତାନ ପ୍ରଶିକ୍ଷିତ ଆତଙ୍କବାଦୀଙ୍କ ହାତ ରହିଛି । ଏଭଳି ସୀମା ପାର ଆତଙ୍କ ପାଇଁ ପାକିସ୍ତାନ ଦାୟୀ । ତେବେ ଏଭଳି ସର୍ଜିକାଲ ଷ୍ଟ୍ରାଇକ୍ ପାକିସ୍ତାନକୁ ନୀତିହୀନ କାମ କରିବାରୁ ରୋକିବ । ଆମେ ଏହା ଦ୍ବାରା ସାରା ବିଶ୍ବକୁ ଦେଖାଇ ଦେଇଛୁ ଯେ ଭାରତ ଆତଙ୍କବାଦକୁ ବରଦାସ୍ତ କରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.