Below header

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ମିଳିବ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଶବ୍ୟାକ, ତୁରନ୍ତ ଡାଉନ ଲୋଡ଼ କରନ୍ତୁ ଆପ

ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିସାରିଲାଣି । ରୋଷେଇ ସିଲିଣ୍ଡର ମୂଲ୍ୟ ବି ଫେବୃଆରୀରେ ତିନି ତିନି ଥର ବଢିଛି ପେଟ୍ରୋଲ ମୂଲ୍ୟ । କୌଣସି ବ୍ୟକ୍ତି ସବୁବେଳେ ଚେଷ୍ଟା କରିଥାଏ କୌଣସି ଉପାୟରେ କେମିତି ଦୁଇ ପଇସା ରକ୍ଷା କରାଯାଇ ପାରିବ । କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ତରିକା ବାବଦରେ କହିବାକୁ ଯାଉଛୁ ଯାହାକୁ ଫଲୋ କଲେ ଆପଣଙ୍କୁ ପେଟ୍ରୋଲ, ଡିଜେଲ କିମ୍ବା ସିଏନଜି ଗ୍ୟାସ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିପାରିବ । ତେବେ ଆସନ୍ତୁ ଏହି ଆପ ବିଷୟରେ ଜାଣିବା ।

ଗ୍ୟାସ ସିଲିଣ୍ଡର, ପେଟ୍ରୋଲ ଆଦି ଉପରେ ଆପଣ ଏକ ଆପ ମାଧ୍ୟମରେ କ୍ୟାସବ୍ୟାକ ପାଇପାରିବେ । ଏହି ଆପଟି ସମ୍ପୂର୍ଣ୍ଣ ରୂପେ ଭାରତରେ ତିଆରି ହୋଇଥିବା ବେଳେ ଏହାର ନାଁ ଫ୍ୟୁଏଲ (fyool) ରଖାଯାଇଛି । ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋରରୁ ସମ୍ପୂର୍ଣ୍ଣ ମାଗଣାରେ ଡାଉନଲୋଡ଼ କରିପାରିବେ । ଏହି ଆପର ଆକାର ପ୍ରାୟ ୧୦ ଏମବି ହେବ । ଏହାକୁ ଗତ ବର୍ଷ ଲଞ୍ଚ କରାଯାଇଥିବା ବେଳେ କିନ୍ତୁ ବର୍ତ୍ତମାନର ଚଢା ଦର ସମୟରେ ନିଶ୍ଚିନ୍ତ ରୂପେ ଏହି ଆପ ଲାଭଦାୟକ ହେବ ।

ଆସନ୍ତୁ ଜାଣିବା କେମିତି ମିଳିବ କ୍ୟାଶବ୍ୟାକ :

ଫ୍ୟୁଏଲ (fyool) ଆପ ହେଉଛି ଏକ କ୍ୟାଶବ୍ୟାକ ଆପ୍ଲିକେସନ । ଆପକୁ ଡାଉନଲୋଡ଼ କରିବା ପରେ ଏକ ଆଇଡ଼ି ତିଆରି କରିବାକୁ ହେବ । ଏହା ପରେ ପେଟ୍ରୋଲ, ଡିଜେଲ, ଘରୋଇ ଜିନିଷ, ଗ୍ୟାସ ସିଲିଣ୍ଡର ଯେଉଁଥିରେ ଆପଣଙ୍କୁ କ୍ୟାସବ୍ୟାକ ଦରକାର । ତାହାର ବିଲ ଆପଣ ଅପଲୋଡ କରିପାରିବେ । ବିଲ ଅପ୍ଲୋଡ କରିବାର ୪୮ ଘଣ୍ଟା ଭିତରେ କ୍ୟାସବ୍ୟାକ ମିଳିପାରିବ | ପ୍ଲେ ଷ୍ଟୋରରେ ଦିଆଯାଇଥିବା ଫ୍ୟୁଏଲ ମନି ଆପରେ ୫୦ ପ୍ରତିଶତ କ୍ୟାଶବ୍ୟାକ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.