ଯଦି ଆପଣଙ୍କ ନାମରେ କୌଣସି ଘର ଅଛି ତେବେ ବୃଦ୍ଧାବସ୍ଥାରେ ପାଇବେ ପେନସନ୍‌ , ବାସ୍‌ କରିବାକୁ ହେବ ଏହି କାମ

ରିଟାୟରମେଣ୍ଟ ପରେ ସାଲାରୀ ବନ୍ଦ ହୋଇଯାଏ ଏବଂ ପ୍ରାଇଭେଟ୍‌ ଚାକିରି କରିଥିବା ବ୍ୟକ୍ତିଙ୍କୁ ତ ପେନସନ୍‌ ବି ମିଳିନଥାଏ। ଆଜିକାଲି ସରକାରୀ ଚାକିରିରେ ମଧ୍ୟ ପେନସନକୁ ନେଇ ଅନେକ ନିୟମ ଲାଗୁ ହୋଇଗଲାଣି। ତେବେ ଏମିତିରେ ରିଟାୟରମେଣ୍ଟ ପରେ ଲୋକମାନେ ଭାବିବାକୁ ଲାଗନ୍ତି ଯେ ସେମାନଙ୍କ ବାକି ଜୀବନ କେମିତି କଣ ମ୍ୟାନେଜ୍‌ ହେବ? ଆଉ ଘର ଖର୍ଚ୍ଚ କେମିତି ଚାଲିବ? ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ବ୍ୟାଙ୍କ ଏକ ନୂଆ ଯୋଜନା ନେଇ ଆସିଛି, ଯାହାଦ୍ୱାରା ଆପଣଙ୍କୁ ବହୁତ ଭଲ ପେନସନ୍‌ ମିଳିପାରିବ। ତାହେଲେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ।

ଆମେ ଯେଉଁ ସ୍କିମ୍‌ ବିଷୟରେ ଆପଣଙ୍କ କହୁଛି ତାର ନାମ ହେଉଛି ରିଜର୍ଭ ମୋର୍ଗେଜ୍‌ ଲୋନ୍‌ ସ୍କିମ୍‌। ଏହି ସ୍କିମରେ ଘରକୁ ବ୍ୟାଙ୍କ ପାଖରେ ମୋର୍ଗେଜ ରଖିବାକୁ ହୋଇଥାଏ। କିନ୍ତୁ ଏହାର ଅର୍ଥ ଏୟା ନୁହେଁ ଯେ ବ୍ୟାଙ୍କ୍‌ ଆପଣଙ୍କ ଘର ଉପରେ କବ୍ଜା କରିନେବ। ଘର ଆପଣଙ୍କ ପାଖରେ ହିଁ ରହିବ। ବ୍ୟାଙ୍କ କେବଳ ବୃଦ୍ଧ ଦମ୍ପତିଙ୍କ ଚଳିବା ଖାଇବା ପାଇଁ ପ୍ରତି ମାସ ଏକ ନିର୍ଦ୍ଧିଷ୍ଟ ରାଶି ପ୍ରଦାନ କରିବ। ଆପଣ ଏହା ବି ବୁଝିପାରିବେ ଯେ ଏହି ସ୍କିମ୍‌ ହୋମ୍‌ ଲୋନ୍‌ ଠାରୁ ବିଲକୁଲ ଓଲଟା। ହୋମ୍‌ ଲୋନରେ ଆପଣଙ୍କୁ ପ୍ରତି ମାସ ଟଙ୍କା ଜମା କରିବାକୁ ହୋଇଥାଏ, କିନ୍ତୁ ଏହି ଯୋଜନାରେ ବ୍ୟାଙ୍କ ଆପଣଙ୍କୁ ପ୍ରତି ମାସ ଟଙ୍କା ପେମେଣ୍ଟ କରିଥାଏ।

କେମିତି ଉଠାଇବେ ଏହାର ଫାଇଦା ଜାଣନ୍ତୁ

ଏହି ଋଣ ସେହି ସିନିୟର ସିଟିଜେନଙ୍କୁ ମିଳିଥାଏ, ଯାହାଙ୍କର ବୟସ ୬୦ ବର୍ଷ କିମ୍ବା ତାଠାରୁ ଅଧିକ ହୋଇଥିବ। ଏହି ଲୋନ୍‌ ୧୫ ବର୍ଷ ପାଇଁ ମିଳିଥାଏ। ଏହି ଯୋଜନାରେ ପ୍ରତି ମାସ କେତେ ଆମାଉଣ୍ଟ ଆସିବ, ତାହା ବନ୍ଧା ରଖାଯାଇଥିବା ଘର ଉପରେ ନିର୍ଭର କରିଥାଏ। ଏହା ମଧ୍ୟ ଆପଣ ବୁଝିପାରିବେ ଯେ ଯଦି ଘରର ଦାମ୍‌ ୨୫ ଲକ୍ଷ ଟଙ୍କା ରଖାଯାଇଛି ତାହେଲେ ଏମିତି ସ୍ଥିତିରେ ବ୍ୟାଙ୍କ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସ ପ୍ରାୟ ୫୦୦୦ ଟଙ୍କା ଦେଇପାରେ। ଯଦି ଆପଣଙ୍କୁ ଏକକାଳୀନ ରାଶିର ଆବଶ୍ୟକ ପଡୁଛି ତାହେଲେ ମେଡିକାଲ ଟ୍ରିଟମେଣ୍ଟ ପାଇଁ ଆପଣ ଟଙ୍କା ନେଇପାରିବେ। ଖାସ୍‌ କଥା ହେଉଛି ଏହି ସ୍କିମରେ ଋଣ ନେବା ପାଇଁ କୌଣସି ମିନିମମ୍‌ ଇନକମ୍‌ ପ୍ରମାଣ ପତ୍ରର ଆବଶ୍ୟକତା ପଡିବନାହିଁ।

ଏବେ ଜାଣନ୍ତୁ ଋଣକୁୁ ଫେରସ୍ତ କେବେ କରିବେ?

ଯେତେବେଳେ ଦମ୍ପତିଙ୍କ ଦେହାନ୍ତ ହୋଇଯାଏ, ବ୍ୟାଙ୍କ ତାଙ୍କ ପିଲାମାନଙ୍କୁ କିମ୍ବା ଆଇନତଃ ସନ୍ତାନଙ୍କୁ ଏହି ଲୋନର ଜମା କରିବାର ଅପ୍ସନ ଦେବ। ଯଦି ସେମାନେ ଲୋନ୍‌ ଜମା କରନ୍ତି ତାହେଲେ ମୋର୍ଗେଜ୍‌ ପ୍ରପଟୀ ତାଙ୍କୁ ଫେରେଇ ଦିଆଯିବ। ଆଉ ଯଦି ଆଇନତଃ ସନ୍ତାନ ଟଙ୍କା ଜମା କରୁନାହାଁନ୍ତି ତାହେଲେ ବ୍ୟାଙ୍କ ସେହି ଘରକୁ ନିଲାମ କରିଦେବାକୁ ବାଧ୍ୟ ହୋଇଥାଏ ଏବଂ ବୃଦ୍ଧଙ୍କୁ ଦିଆଯାଇଥିବା ଟଙ୍କାକୁ କାଟିବା ପରେ ହିଁ ବାକି ପେମେଣ୍ଟ ରାଶିକୁ ତାଙ୍କ ପରିବାରକୁ ଫେରସ୍ତ କରିଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.