ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ଅଘଟଣ, ଗାଧୋଇବା ସମୟରେ ୫ବର୍ଷର ଶିଶୁ ନିଖୋଜ, ଅନ୍ଯ ୩ ଉଦ୍ଧାର

ରାୟଗଡ଼ା (କେନ୍ୟୁଜ୍): ନଦୀରେ ଗାଧୋଉ ଥିବାବେଳେ ୫ବର୍ଷର ଶିଶୁ ନିଖୋଜ। ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ଅଘଟଣ। ପଡ଼େଶୀ ଆନ୍ଧ୍ରପ୍ରଦେଶର ଏଲୁରୁ ଅଞ୍ଚଳରୁ ଆସିଥିବା କିଛି ପର୍ଯ୍ୟଟକ ନାଗାବଳୀ ନଦୀରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଳସ୍ରୋତରେ ୪ଜଣ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି।

ତେବେ ୫ବର୍ଷର ଶିଶୁ ଫସିରହିବା ପରେ ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ବାପା ନଦୀକୁ ଡେଇଁଥିଲେ। ଶିଶୁର ବାପାଙ୍କୁ ମଧ୍ୟ ଅଗ୍ନିଶମ ବାହିନୀ ଅଧିକାରୀ ଉଦ୍ଧାର କରିଛି। କିନ୍ତୁ ଶିଶୁ ଜଣକ ନିଖୋଜ ରହିଛି। ଅଗ୍ନିଶମ ବିଭାଗ ନାଗାବଳୀ ନଦୀରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।