ପୁରୁଣା ହୋଇଯାଇଛି କିମ୍ବା ଫାଟିଯାଇଛି କି ଆପଣଙ୍କ Driving License, ତାହେଲେ ଏପରି କରନ୍ତୁ Smart DL

ଯଦି ଆପଣଙ୍କ ପାଖରେ ଗାଡି ଅଛି ତାହେଲେ ସାଧାରଣ କଥା ଆପଣଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ନିଶ୍ଚୟ ଥିବ। କିନ୍ତୁ କଣ ଆପଣଙ୍କୁ ଏମିତି କେବେ ଲାଗିଛି ଯେ ଆପଣଙ୍କର ପୁରୁଣା ଚିରି ଫଟା ଡିଏଲକୁ ଆପଣ ସ୍ମାର୍ଟ ଡିଏଲରେ ବଦଳାଇପାରିବେ। ଯଦି ଏପରି କେବେ ଲାଗିଛି ତାହେଲେ ଆମର ଆଜିର ଏ ଖବର ଆପଣଙ୍କ ପାଇଁ। ଟ୍ରାଡିସନାଲ ଡ୍ରାଇଭିଙ୍ଗ ଲାଇସେନ୍ସର ଆଡଭାନ୍ସ ଭର୍ସନ ଏବେ ସ୍ମାର୍ଟ ଡିଏଲ, ଯାହା ମାଇକ୍ରୋଚିପ୍‌ ସହ ଲେସ୍‌ ରହିଛି। ଏଥିରେ ଇଲେକଟ୍ରୋନିକ ଭାବେ ବ୍ୟକ୍ତିଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମହଜୁଦ୍‌ ରହିଥାଏ।

ସ୍ମାର୍ଟ ଡ୍ରାଇଭିଙ୍ଗ ଲାଇସେନ୍ସରେ ଆପଣଙ୍କୁ କଟିଯିବା ଫାଟିଯିବାର ଟେନସନ୍‌ ରହିନଥାଏ। ଯଦି ଆପଣ ମଧ୍ୟ ନିଜ ପୁରୁଣା ଟ୍ରାଡିସନାଲ ଡିଏଲକୁ ସ୍ମାର୍ଟ ଡିଏଲରେ ବଦଳାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଆରଟିଓ ଅଫିସ କିମ୍ବା ଆରଟିଓର ୱେବସାଇଟକୁ ଯିବାକୁ ହେବ। ଏଠାରେ ହିଁ ଆପଣ ଟ୍ରାଡିସନାଲ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସ୍ମାର୍ଟ ଡ୍ରାଇଭିଙ୍ଗ ଲାଇସେନ୍ସରେ କନଭର୍ଟ କରିପାରିବେ। ସ୍ମାର୍ଟ କାର୍ଡ ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ୍ସ।

ଟ୍ରାଡିସନାଲ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସ୍ମାର୍ଟ କାର୍ଡରେ ଏପରି କରନ୍ତୁ କନଭର୍ଟ

  • ସର୍ବପ୍ରଥମେ ଆପଣଙ୍କୁ ରାଜ୍ୟ ପରିବହନ ବା ଷ୍ଟେଟ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ଏବଂ ସ୍ମାର୍ଟ କାର୍ଡ ଡିଏଲ ଆପ୍ଲିକେସନ ଡାଉନଲୋଡ୍‌ କରିବାକୁ ହେବ।
  • ଏହାପରେ ଫର୍ମ ଭରନ୍ତୁ ଏବଂ ଜରୁରୀ ଡକ୍ୟୁମେଣ୍ଟସକୁ ଆଟାଚ୍‌ କରନ୍ତୁ।
  • ଏହାପରେ ଆପଣଙ୍କୁ ଆରଟିଓ ଯିବାକୁୁ ହେବ। ଏହାପରେ ଆପ୍ଲିକେସନ ଜମା କରନ୍ତୁ।
  • ଏହାପରେ ଏହାର ପେମେଣ୍ଟ କରନ୍ତୁ ଏବଂ ଡ୍ରାଇଭିଙ୍ଗ ଟେଷ୍ଟ ସିଡ୍ୟୁଲ କରନ୍ତୁ।
  • ଥରେ ଆପଣଙ୍କ ଡ୍ରାଇଭିଙ୍ଗ ଟେଷ୍ଟ କ୍ଲିୟର ହୋଇଗଲେନିଜର ବାୟୋମେଟ୍ରିକ୍ସ ଜମା କରନ୍ତୁ। ଏହାପରେ ଫିଙ୍ଗରପ୍ରିଣ୍ଟ, ରେଟିନା ସ୍କାନିଙ୍ଗ ଏବଂ ଫଟୋ ସାମିଲ ରହିଥାଏ।
  • ଏହି ପ୍ରୋସେସକୁ ପୂରା କରିବା ପରେ ରେଜିଷ୍ଟର୍ଡ ଆଡ୍ରେସରେ ଆପଣଙ୍କ ସ୍ମାର୍ଟ କାର୍ଡ ଡ୍ରାଇଭିଙ୍ଗ ଲାଇସେନ୍ସକୁ ଜାରୀ କରିଦିଆଯିବ।
  • ତେବେ ଏଥିପାଇଁ ଆପଣଙ୍କୁ ୨୦୦ ଟଙ୍କା ଶୁଳ୍କ ଦେବାକୁ ହେବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.