ଖୁବଶୀଘ୍ର ଲଞ୍ଚ ହେବ ଆପଣଙ୍କ ମନ ପସନ୍ଦର ବାଇକ Royal Enfield Bobber, ଜାଣନ୍ତୁ କଣ ରହିଛି ଦାମ

ଲଞ୍ଚ ହେବାକୁ ଥିବା ଏହି ବାଇକରେ ଆପଣ ହ୍ଵାଇଟଓ୍ଵାଲ ଟାୟାର ଦେଖି ପାରିବେ । ଏହି ବାଇକ ଦେଶର ପ୍ରଥମ ବାଇକ ହେବ ଯେଉଁଥିରେ ହ୍ଵାଇଟଓ୍ଵାଲ ଟାୟାର ଦେଖିବାକୁ ମିଳିବ, ଯାହା ସାଧାରଣତଃ ଭିଣ୍ଟେଜ ବାଇକର େଓ୍ଵଷ୍ଟ ସାଇଡରେ ଦେଖିବାକୁ ମିଳେ । ତେବେ ସମ୍ଭାବନା ରହିଛି ଯେ, ରୟାଲ ଏନଫିଲ୍ଡ ଲଞ୍ଚ କରିବାକୁ ଥିବା Bobber ବାଇକରେ ଏହି ହ୍ଵାଇଟଓ୍ଵାଲ ଟାୟାରକୁ ସାମିଲ କରିପାରେ ।

ରୟାଲ ଏନ୍‌ଫିଲ୍ଡର ଲୋକପ୍ରିୟ J ପ୍ଲାଟଫର୍ମ ଅନେକ ବାଇକ ମଧ୍ୟରେ ନିଜର ସ୍ଥାନ ସୃଷ୍ଟି କରିଛି । ଯେଉଁଥିରେ କ୍ଲାସିକ 350, ହଣ୍ଟର 350 ଏବଂ ମିଟର 350 ଭଳି ମଡେଲ ଗୁଡ଼ିକ ଅଧିକ ସେଗମେଣ୍ଟରେ ବ୍ୟବହାର ହେଉଛି । ତେବେ କମ୍ପାନୀ ରୟାଲ ଏନ୍‌ଫିଲ୍ଡ କ୍ଲାସିକ 350ର Bobber ଭର୍ସନ କୁ ମାର୍କେଟରେ ଲଞ୍ଚ କରି ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଯୋଜନା କରୁଛି । 350cc ଇଞ୍ଜିନ ସହ Royal Enfield Bobber କୁ ଖୁବଶୀଘ୍ର ଲଞ୍ଚ କରାଯିବ ବୋଲି ଆଶା କରାଯାଉଛି । ତେବେ ଆସନ୍ତୁ ଜାଣିବା ଲଞ୍ଚ ହେବାକୁ ଥିବା କ୍ଲାସିକ 350 Bobber ର କଣ ଫିଚର ରହିଛି ଏବଂ ଏହା କେବେ ଲଞ୍ଚ ହେବ ।

ଲଞ୍ଚ ହେବାକୁ ଥିବା ଏହି ବାଇକରେ ଆପଣ ହ୍ଵାଇଟଓ୍ଵାଲ ଟାୟାର ଦେଖି ପାରିବେ । ଏହି ବାଇକ ଦେଶର ପ୍ରଥମ ବାଇକ ହେବ ଯେଉଁଥିରେ ହ୍ଵାଇଟଓ୍ଵାଲ ଟାୟାର ଦେଖିବାକୁ ମିଳିବ, ଯାହା ସାଧାରଣତଃ ଭିଣ୍ଟେଜ ବାଇକର େଓ୍ଵଷ୍ଟ ସାଇଡରେ ଦେଖିବାକୁ ମିଳେ । ତେବେ ସମ୍ଭାବନା ରହିଛି ଯେ, ରୟାଲ ଏନଫିଲ୍ଡ ଲଞ୍ଚ କରିବାକୁ ଥିବା Bobber ବାଇକରେ ଏହି ହ୍ଵାଇଟଓ୍ଵାଲ ଟାୟାରକୁ ସାମିଲ କରିପାରେ ।

ତେବେ ରୟାଲ ଏନ୍‌ଫିଲ୍ଡ Bobber ଏକ ଆପ୍‌ ଷ୍ଟାଇଲ ହ୍ୟାଣ୍ଡେଲବାର ସହିତ ଆସିବ ବୋଲି ଆଶା କରାଯାଉଛି । ହ୍ୟାଣ୍ଡେଲବାର ବିଭିନ୍ନ ସାଇଜରେ ଥିଲେ ମଧ୍ୟ ବ୍ରାଣ୍ଡ ସେହି ହ୍ୟାଣ୍ଡେଲବାର ବ୍ୟବହାର କରିବ ଯାହା ରାଇଡର୍ସଙ୍କ ପାଇଁ ବେଷ୍ଟ ହୋଇଥିବ । ଲଞ୍ଚ ହେବାକୁ ଥିବା ବାଇକ ଗୋଟିଏ ସିଟ ସହ ଫ୍ୟାକ୍ଟ୍ରିରୁ ଆସିବ । କିନ୍ତୁ ଯଦି ଆପଣ ଚାହିଁବେ ତେବେ ଏହି ବାଇକରେ ଏକ ପିଲିଅନ ସିଟ ଲଗାଇ ପାରିବେ । ରୟାଲ ଏନ୍‌ଫିଲ୍ଡ କ୍ଲାସିକ 350 Bobber ର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହୋଇପାରେ । କ୍ଲାସିକ 350 ତୁଳନାରେ ଏହି ବାଇକର ମୂଲ୍ୟରେ ସାମାନ୍ୟ ପାର୍ଥକ୍ୟ ରହିଛି ।

ତେବେ ଆସନ୍ତୁ ଜାଣିବା ଆପଣ ଏହି ବାଇକ କେବେ ପାଇ ପାରିବେ । ଚଳିତ ବର୍ଷ ଶେଷ ସୁଦ୍ଧା ରୟାଲ ଏନ୍‌ଫିଲ୍ଡ ଏହି ବାଇକ ଲଞ୍ଚ କରିବ ବୋଲି ଯୋଜନା କରୁଛି । ବତ୍ତର୍ମାନ କମ୍ପାନୀ ହିମାଳୟ 450 ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ସେପ୍ଟେମ୍ବରରେ ଏହା ଲଞ୍ଚ ହେବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.