Below header

ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ: ଗତକାଲି ଗୋଟିଏ ଦିନରେ ରାଜ୍ୟରେ ମୋଟ୍‌ ୧୧ ହଜାର ୫୮୯ ଜଣ ନେଇଛନ୍ତି ଟିକା

ଭୁବନେଶ୍ବର: ଦେଶବ୍ୟାପୀ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ । ଗତକାଲି ଗୋଟିଏ ଦିନରେ ରାଜ୍ୟରେ ମୋଟ୍‌ ୧୧ ହଜାର ୫୮୯ ଜଣ ଟିକା ନେଇଛନ୍ତି । ସେଥିରୁ ୪୫ରୁ ୫୯ ବର୍ଷ ବୟସର ୩୦୦ ବ୍ୟକ୍ତିଙ୍କୁ ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ୧୧ ହଜାର ୨୮୯ ଜଣଙ୍କୁ ଟିକା ଦିଆଯାଇଛି ।

୧୮୩ଟି କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଏବଂ ୧୮ଟି କେନ୍ଦ୍ରରେ ଫ୍ରଣ୍ଟ ଲାଇନ୍‌ ୱାର୍କରଙ୍କୁ ଟିକା ଲାଗିଛି । ଏପର୍ଯ୍ୟନ୍ତ ମୋଟ୍‌ ୬ ଲକ୍ଷ ୪୦ ହଜାର ୭୩୫ ଜଣଙ୍କୁ ଟିକା ଦିଆଗଲାଣି । ସେଥିରୁ ୪ ଲକ୍ଷ ୬୫ ହଜାର ୨୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁଇଟି ଡୋଜ୍‌ ଟିକା ଦିଆଯାଇଛି । ଲକ୍ଷେ ୬୪ ହଜାର ୧୧୭ ଜଣ ଫ୍ରଣ୍ଟ ଲାଇନ୍‌ ୱାର୍କର କେବଳ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.