ରାଜ୍ଯରେ ଆଜି ୨୯ଟି ଜିଲ୍ଲାରୁ ୧୩୪୧ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୪୮,୭୯୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଜି ୧୩୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୧୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୫୨୩ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୪୮,୭୯୬ ରେ ପହଁଚିଛି । ଏମାନଙ୍କ ୩୩,୦୨୦ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୫,୪୨୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୪,ବାଲେଶ୍ବରରୁ ୫୪,ବରଗଡରୁ ୫୬, ଭଦ୍ରକରୁ ୮୩, ବଲାଙ୍ଗିରରୁ ୨୭, ବୌଦ୍ଧରୁ ୧୦, କଟକରୁ ୭୬,ଢେଙ୍କାନାଳରୁ ୧୪, ଗଜପତିରୁ ୨୦, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୫ ଝାରସୁଗୁଡା ୬୭, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୬, କେନ୍ଦ୍ରାପଡାରୁ ୨୭, କେନ୍ଦୁଝରରୁ ୨୩,ଖୋର୍ଦ୍ଧାରୁ ୨୧୮,କୋରାପୁଟରୁ ୪୫, ମାଲକାନଗିରିରୁ ୧୭,ମୟୁରଭଞ୍ଜରୁ ୯,ନବରଙ୍ଗପୁରରୁ ୬,ନୟାଗଡରୁ ୫୭,ନୂଆପଡାରୁ ୭, ପୁରୀରୁ୧୨,ରାୟଗଡାରୁ ୭୫,ସମ୍ବଲପୁରରୁ ୨୬,ସୋନପୁରରୁ୧୪ ଏବଂ ସୁନ୍ଦରଗଡରୁ ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.