କରୋନା ସମୟରେ ଗର୍ଭନିରୋଧକ ବଟିକା ଖାଉଥିଲେ ସାବଧାନ, ଦେଖାଦେଇପାରେ ଗମ୍ଭୀର ସମସ୍ୟା

କରୋନା ମହାମାରୀ ମଧ୍ୟରେ ଗର୍ଭନିରୋଧକ ବଟିକା ଖାଉଥିଲେ ସାବଧାନ ହୋଇଯାଆନ୍ତୁ। ଏହା ଜୀବନ ପ୍ରତି ବିପଦ ଆଣିପାରେ। ଆମେରିକାର ମେନ୍‌ ହେଲ୍‌ଥ ନେଟଓ୍ଵାର୍କ ସହ ଜଡ଼ିତ ରିପ୍ରଡକ୍ଟିଭ୍‌ ଏଣ୍ଡୋକ୍ରାଏନୋଲୋଜିଷ୍ଟ ଡା.ଡେନିୟଲ ସ୍ପ୍ରେଟ୍‌ ଏନେଇ ଚେତାବନୀ ଦେଇଛନ୍ତି। ଡାକ୍ତର କହିଛନ୍ତି ଯେ ଯେଉଁ ମହିଳାମାନେ ବର୍ତ୍ତମାନ ସମୟରେ ଗର୍ଭନିରୋଧକ ବଟିକା ଖାଉଛନ୍ତି କିମ୍ବା ହରମୋନ୍‌ ରିପ୍ଲେସମେଣ୍ଟ ଥେରାପୀ କରୁଛନ୍ତି ସେମାନେ ସତର୍କ ରହିବା ଆବଶ୍ୟକ।

Coronavirus & COVID-19 Overview: Symptoms, Risks, Prevention ...

ସେ କହିଛନ୍ତି ଯଦି ଜଣେ ମହିଳା କରୋନା ସଂକ୍ରମିତ ହେଉଛନ୍ତି ତେବେ ତାଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ରହିଛି। ଡାକ୍ତରଙ୍କ କହିବାନୁସାରେ ଗର୍ଭନିରୋଧକ ବଟିକାରେ ଏଷ୍ଟ୍ରୋଜେନ୍‌ ରହିଥାଏ ଯାହା ଫଳରେ ରକ୍ତବାହିକା ଗୁଡ଼ିକ ଶୁଖିଯାଏ। କରୋନା ହେବା ପରେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଏ। ଗର୍ଭାବସ୍ଥାରେ ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ୪ରୁ ୫ ଗୁଣ ବଢ଼ିଯାଏ।

Women Must Be Able To Have Abortions At Home During Coronavirus ...

ଡାକ୍ତରଙ୍କ ମତରେ ଶରୀରରେ ରକ୍ତ ଜମାଟ ବାନ୍ଧିବା ଗୋଡ଼ ଆଡ଼ୁ ଆରମ୍ଭ ହୋଇଥାଏ। ଧୀରେ ଧୀରେ ଏହା ହାର୍ଟ ଯାଏଁ ପହଞ୍ଚିଥାଏ। ଫଳରେ ହାର୍ଟ ଆଟାକ୍‌ ବା ହାର୍ଟ ଷ୍ଟ୍ରୋକ୍‌ର ଆଶଙ୍କା ବଢ଼ିଯାଏ। ଏଣୁ ମହାମାରୀ ସମୟରେ ଗର୍ଭନିରୋଧକ ବଟିକା ଖାଇବାରୁ ବିରତ ରହିବାକୁ ଡାକ୍ତର ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.