ଭୁବନେଶ୍ୱର ୨ଟି ଶିକ୍ଷାନୁଷ୍ଠାନରୁ ୧୪ କରୋନା ସଂକ୍ରମିତ ! କେଭି-୧ରେ ୧୦ରୁ ଅଧିକ ଶିକ୍ଷକ ପଜିଟିଭ୍

ଭୁବନେଶ୍ବର(କେନ୍ଯୁଜ୍): ଶିକ୍ଷାନୁଷ୍ଠାନରେ କରୋନା ଭୟ । ଦୁଇଟି ଶିକ୍ଷାନୁଷ୍ଠାନରୁ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୟାପିଟାଲ ହାଇସ୍କୁଲରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକଣାକୁ କଡାକଡି କରାଯିବା ସହ ଥଣ୍ଡା, କାଶ ଜ୍ୱର ଲକ୍ଷଣ ଥିବା ପିଲାଙ୍କୁ ସ୍କୁଲ ନଆସିବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ବିଏମସି ପକ୍ଷରୁ ପିଲାଙ୍କର ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି ।

ସେହିପରି କେନ୍ଦ୍ରୀୟ ବିଦ୍ୟାଳୟର ୧୦ରୁ ଅଧିକ ଶିକ୍ଷକ କୋରାନା ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଶିକ୍ଷକଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । କ୍ଲାସରୁମ୍‌ ଓ ହଷ୍ଟେଲ ପରିସରରେ କରୋନା କଟକଣାକୁ ଆହୁରି କଡାକଡି କରାଯାଇଛି । ରାଜଧାନୀର ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ ଟେଷ୍ଟିଂକୁ କଡାକଡି କରାଯାଇଛି ।

ବିଏମସିର ୩ଟି ଜୋନରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଇଛି । ପ୍ରତି ଜୋନର ଜୋନାଲ ଡେପୁଟି କମିଶନର ଏହି ଟେଷ୍ଟିଂ ଦାୟିତ୍ୱ ନେଇଛନ୍ତି । ପ୍ରତି ଜୋନରୁ ୧୫ ଶହ ଲେଖାଏ ନମୂନା ଟେଷ୍ଟିଂ କରାଯାଉଥିବା ବିଏମସି ପକ୍ଷରୁ କୁହାଯାଇଛି । ଏଥିରେ ଉଭୟ ଆଣ୍ଟିଜେନ୍‌ ଓ ଆରଟିପିସିଆର ଟେଷ୍ଟ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.