ରାଜ୍ଯରେ ଆଜି ୨୩୪ଜଣ କରୋନା ପଜିଟିଭ୍ ଚିହ୍ନଟ, ଗଲା ୩ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ଯରେ ଆଜି ୨୩୪ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୩୬, ଏବଂ ଲୋକାଲ୍ କେସରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ହଜାର ୭୩୮ କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୨୪ ହଜାର ୦୬୮। ଆକ୍ଟିଭ କେସ୍‌ ରହିଛି ୨ ହଜାର ୭୫୩।

ଅନ୍ଯପଟେ ଆଜି ରାଜ୍ଯରେ ଗଲା ୩ ଜଣ କରୋନା ସଂକ୍ରମିତଙ୍କ ଜୀବନ। ଏମାନଙ୍କ ଭିତରେ ରାୟଗଡା, ଭୁବନେଶ୍ବର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୬୪କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.