ଚାଷୀଙ୍କ କ୍ଷେତରେ ଫଳିଲା ତରଭୁଜ ଆକାରର ଲେମ୍ବୁ, ଗିନିଜ୍‌ ବୁକ୍‌ ରେକର୍ଡରେ ପାଇବ ସ୍ଥାନ

ସାଧାରଣ ରୂପେ ଲେମ୍ବୁର ଆକାର ବହୁତ ଛୋଟ ହୋଇଥାଏ। ଲେମ୍ବୁର ଅନେକ ପ୍ରଜାତି ରହିଥାଏ, ଯାହାର ଆକାର ଭିନ୍ନ ଭିନ୍ନ ହୋଇଥାଏ। କିନ୍ତୁ କୌଣସି ବି ଲେମ୍ବୁର ଆକାର ହାତର ଲମ୍ବା ଠାରୁ ଅଧିକ ବଡ ହୋଇନଥାଏ। ଯଦି ଆପଣଙ୍କୁ କୁହାଯାଏ, ଗୋଟିଏ ଲେମ୍ବୁର ଓଜନ ଅଢେଇ କିଲୋ  ଏବଂ ଏହାର ଆକାର ତରଭୁଜ ଭଳି। ଏକଥା ଶୁଣିବା ପରେ ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ବିଲକୁଲ୍‌ ସତ। ସୂଚନା ମୁତାବକ ହରିୟାଣାର ହିସାର ସ୍ଥିତ ଜଣେ କୃଷକ ଏଭଳି ଲେମ୍ବୁ ଫଳାଇବାରେ ସକ୍ଷମ ହୋଇଛନ୍ତି।

farmerବାସ୍ତବରେ ହିସାରରେ କିଶନଗଢର କୃଷକ ବିଜେନ୍ଦ୍ର ଥୋରୀଙ୍କ କ୍ଷେତରେ ତରଭୁଜ ଆକାରର ଲେମ୍ବୁ ଫଳିଛି। ଏହାକୁ ଦେଖିବା ପାଇଁ ଦୂର-ଦୂରାନ୍ତରୁ ଲୋକମାନେ ଆସିବା ସହ ସାଥିରେ ଲେମ୍ବୁ ମଧ୍ୟ ନେଇଯାଉଛନ୍ତି। ସୂଚନା ଅନୁଯାୟୀ, କୃଷକ ଜଣକ ଅଢେଇ କିଲୋରୁ ସାଢେ ତିନି କିଲୋ ଲେମ୍ବୁ ଲଗାଇଛନ୍ତି। ଏହି ଲେମ୍ବୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏନେଇ କୃଷକ ବିଜେନ୍ଦ୍ର ଥୋରୀ ବହୁତ ଜଲଦି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡ ରେ ସ୍ଥାନ ପାଇବା ପାଇଁ ଆବେଦନ କରିବେ।

କୃଷକ ବିଜେନ୍ଦ୍ର କିଛି ବର୍ଷ ପୂର୍ବରୁ ନିଜର ୭ ଏକର ଜମି ଉପରେ ପଞ୍ଜାବରୁ ଆଖୁ ଆଣି ଲଗାନ୍ତି। ଏଥିସହ ମଝିରେ ମଝିରେ ମୌସୁମୀ, ଲେମ୍ବୁ ଗଛ ମଧ୍ୟ ଲଗାନ୍ତି। ବିଶେଷ କଥା ହେଉଛି ବିଜେନ୍ଦ୍ର ଚାଷ କରୁଥିବା ଲେମ୍ବୁ ଖୁବ୍‌ ବଡ ଆକାରର। ବିଜେନ୍ଦ୍ର ଏହି ଗଛକୁ ସମ୍ପୂର୍ଣ୍ଣ ରୂପେ ଅର୍ଗାନିକ୍‌ ଉପାୟରେ ପ୍ରସ୍ତୁତ କରିଛନ୍ତି। ଗ୍ରାମବାସୀଙ୍କ କହିବାନୁଯାୟୀ, ଏହି କାରଣରୁ ଲେମ୍ବୁର ଓଜନ ଅଧିକ ହୋଇଯାଇଛି। ଏତେ ବଡ ଲେମ୍ବୁର ଚର୍ଚ୍ଚା ଶୁଣିବା ପରେ ଅନେକ ଲୋକ ସେଠାରେ ପହଞ୍ଚିବା ସହ ଲେମ୍ବୁ ସହ ଫଟୋ ମଧ୍ୟ ଉଠାଉଛନ୍ତି।

lemonଏହି ଲେମ୍ବୁକୁ ବିଜେନ୍ଦ୍ର ଅନେକ ବିଶେଷଜ୍ଞଙ୍କୁ ଦେଖାଇଛନ୍ତି । କିନ୍ତୁ କୌଣସି ବି ବିଶେଷଜ୍ଞମାନେ ଏହାର ସଠିକ୍‌ ପ୍ରଜାତି ବିଷୟରେ ପ୍ରମାଣ ଖୋଜି ପାରିନାହାନ୍ତି। ଏଥିସହ ଏହି ବଡ଼ ଆକାରର ଲେମ୍ବୁ ପଥୁରୀ ଅର୍ଥାତ ଷ୍ଟୋନ୍‌ ସମସ୍ୟା ଥିବା ବ୍ୟକ୍ତିମାନଙ୍କ ପାଇଁ ରାମବାଣ ସଦୃଶ୍ୟ ପ୍ରମାଣିତ ହୋଇଛି। କୃଷକ ବିଜେନ୍ଦ୍ର ଥୋରୀଙ୍କ କହିବାନୁଯାୟୀ, ଏହି ଲେମ୍ବୁ ରସ ପିଇବା ଦ୍ୱାରା ପୁରା ଗାଁରେ ଜଣେ ବି ବ୍ୟକ୍ତିଙ୍କର ଷ୍ଟୋନ ସମସ୍ୟା ନାହିଁ।

You might also like