Below header

ସନ୍ତାନ ସୁଖ ପାଇବା ଇଚ୍ଛା ହେବ ପୂରଣ, ଯଦି ଧ୍ୟାନରେ ରଖିବେ ଏହି ବାସ୍ତୁ ଟିପ୍ସ

ବିବାହର ପରେ ସମସ୍ତେ ପିଲା ପାଇଁ ପ୍ଲାନିଙ୍ଗ୍ କରନ୍ତି। କିନ୍ତୁ ଅନେକ ଲୋକ ଜୀବନରେ ସନ୍ତାନ ସୁଖ ପାଇବା ଠାରୁ ବଞ୍ଚିତ ରହିଥାନ୍ତି। ବହୁତ ଚେଷ୍ଟା କରିବା ପରେ ମଧ୍ୟ ଯଦି ମହିଳାଙ୍କର କୋଳ ଖାଲି ରହିଥାଏ। ଏଥିପାଇଁ ବହୁତ ଦମ୍ପତି ନିରାଶ ହୋଇ ପଡନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ କୁହାଯାଇଛି ଯାହାକୁ ଯଦି ଆପଣାଯାଏ ତେବେ କେବଳ ସନ୍ତାନ ପ୍ରାପ୍ତ ହୋଇନଥାଏ ବରଂ ସନ୍ତାନ ସୁଖର କାମନା ପୂରା କରିବାରେ ସାହାଯ୍ୟ ମିଳିଥାଏ। ଆଜି ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ଜଣାଇବୁ ଯାହାଦ୍ୱାରା ସନ୍ତାନ ପ୍ରାପ୍ତିର ଯୋଗ ବନିବ।

ଯେଉଁ ଦମ୍ପତି ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛା ରଖୁଛନ୍ତି । ସେମାନେ ନିଜ ଶୟନ କକ୍ଷରେ ଶ୍ରୀକୃଷ୍ଣଙ୍କ ବାଳରୂପ ଫଟୋ ଲଗାନ୍ତୁ। ଯଦି ଶ୍ରୀକୃଷ୍ଣଙ୍କ ବାଳରୂପ ଫଟୋ ଲଗାଇବେ ତାହେଲେ ଏହାର ଦୁଇଟି ଫାଇଦା ମିଳିବ। ପ୍ରଥମ ହେଉଛି ସନ୍ତାନ ସୁଖ ମିଳିବ ଏବଂ ଦ୍ୱିତୀୟଟି ହେଉଛି ସନ୍ତାନ ଶ୍ରୀକୃଷ୍ଣଙ୍କ ଭଳି ଗୁଣବାନ୍ ହୋଇଥାନ୍ତି।

couple1ଯଦି ଆପଣ ଶ୍ରୀକୃଷ୍ଣଙ୍କ ବାଳରୂପ ଫଟୋ ଲଗାଇବାକୁ ଚାହୁଁନାହାନ୍ତି ତାହେଲେ କୌଣସି ହସ ହସ ବାଳକର ଫଟୋ ମଧ୍ୟ ଲଗାଇପାରିବେ।
କୁହାଯାଏ ଯେ ସନ୍ତାନ ସୁଖ ପାଇବା ପାଇଁ ନିଜ ବିଛଣାରେ ସବୁଜ ରଙ୍ଗର ବଂଶୀକୁ ଲୁଚାଇ ରଖନ୍ତୁ।

ସ୍ତ୍ରୀଙ୍କୁ ସର୍ବଦା ସ୍ୱାମୀଙ୍କ ବାମ ପଟେ ଶୋଇବା ଉଚିତ। ସ୍ୱାମୀ ସ୍ତ୍ରୀଙ୍କ ବିଛଣା ଛାତର ବିମ୍ ତଳେ ରହିବା ଅନୁଚିତ।

ସନ୍ତାନ ସୁଖରେ ବାଧା ହେବାଦ୍ୱାରା ଶୟନ କକ୍ଷରେ ହାତୀର ଚିତ୍ର କିମ୍ବା ପ୍ରତିମା ରଖିପାରିବେ।

childଐଶାନ୍ୟ କୋଣରେ କୌଣସି ବି ବାସ୍ତୁ ଦୋଷ ଭଳି ଭାରି ନିର୍ମାଣ, ଐଶାନ୍ୟ କୋଣ ଫାଟିଥିବା କିମ୍ବା ଉଚ୍ଚ ଥିବା, ସିଡି, ଟୟଲେଟ ଆଦି ରହିବା ସନ୍ତାନ ସୁଖରୁ ବଞ୍ଚିତ କରିଥାଏ। ଯଦି ଏସବୁ ଜିନିଷ ଥାଏ ତାହେଲେ ଐଶାନ୍ୟ କୋଣରେ କୌଣସି ବି ବାସ୍ତୁ ଦୋଷ ଦୂର କରିବା ପାଇଁ ପ୍ରଥମେ ସେହି ଦୋଷକୁ ଦୂର କରିବା ଉପାୟ କରନ୍ତୁ।

ବୃହଷ୍ପତି ଗ୍ରହ ସନ୍ତାନର ନୈସର୍ଗିକ କାରକ ହୋଇଥାଏ।

ଆଉ ମନେ ରଖନ୍ତୁ ଗର୍ଭଧାରଣ କରିବା ପରେ ଦମ୍ପତିଙ୍କୁ ଶୟନ କକ୍ଷରେ ଶୋଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.