ରାଜ୍ୟରେ ଆଜି ଆଉ ୩୧୪୪ କରୋନା ପଜିଟିଭ୍‌ ଚିହ୍ନଟ, ୧୬ ଆକ୍ରାନ୍ତ ମୃତ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୩୧୪୪ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୮୨୫, ଲୋକାଲ କେସ୍‌ ୧୩୧୯ ରହିଛି। ଖୋର୍ଦ୍ଧାରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକରୁ ୨୪୩, ସମ୍ବଲପୁରରୁ ୧୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୧୨୮ , କଳାହାଣ୍ଡି ୧୨୪ . କନ୍ଧମାଳ ୧୧୬, ଭଦ୍ରକରୁ ୧୦୧ , ଯାଜପୁର ୧୦୧, ମୟୂରଭଞ୍ଜରୁ ୧୧୫, ନୂଆପଡାରୁ ୧୧୪, ପୁରୀରୁ ୧୨୨ , ସୁନ୍ଦରଗଡ଼ ୧୦୫, ନବରଙ୍ଗପୁରରୁ ୧୦୭ ଓ ବଲାଙ୍ଗିର ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍‌ ୨ଲକ୍ଷ ୪୪ ହଜାର ୧୪୨କୁ ବୃଦ୍ଧି ହୋଇଛି। ୨୯ ହଜାର ୪୪୩ ଜଣ ଚିକିତ୍ସିତ ହୋଇଥିବା ବେଳେ ୨ ଲକ୍ଷ ୧୩ ହଜାର ୬୭୨ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ କରୋନାରେ ଆଉ ୧୬ ଆକ୍ରାନ୍ତ ମୃତ । ବାଲେଶ୍ୱର ଓ ଭୁବନେଶ୍ୱରରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି କଳାହାଣ୍ଡି , ମୟୂରଭଞ୍ଜ ଓ ନୟାଗଡରୁ ଦୁଇଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଅନ୍ଯପଟେ ଝାରସୁଗୁଡ଼ା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର  ମୃତ୍ୟୁ ହୋଇଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁସଂଖ୍ୟା ୯୭୪ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.