Below header

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯୋଗାଯୋଗ କରିବାକୁ ଚାହୁଁଛନ୍ତି କି? ଟିପି ରଖନ୍ତୁ ଏହି ଫୋନ୍‌ ନମ୍ବର, ଇମେଲ ଆଇଡି ଓ ଠିକଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସିଧାସଳଖ ନିଜ କଥା ପହଞ୍ଚାଇବା ଏବେ ଆହୁରି ସହଜ ତଥା ସରଳ ହୋଇଯାଇଛି। ସାଧାରଣ ଲୋକ ଯେଭଳି ସିଧାସଳଖ ନିଜ ସୁବିଧା ଅସୁବିଧା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇପାରିବେ ତାହାକୁ ଦୃଷ୍ଟିରେ ରଖି ମୋଦି ବିଭିନ୍ନ ବାଟ ଖୋଲିଛନ୍ତି। ଏବେ ଲୋକମାନେ ନିଜ ସମସ୍ୟା ସମ୍ପର୍କରେ ମୋଦିକୁ କଲ କରି, ମେସେଜ୍‌ କରି, ଚିଠି ପଠାଇ କିମ୍ବା ଇମେଲ ମାଧ୍ୟମରେ ଜଣାଇପାରିବେ। ତେବେ ଆସନ୍ତୁ ଜାଣିବା ମୋଦିଙ୍କୁ ଯୋଗାଯୋଗ କରିବା ମାଧ୍ୟମ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋନ୍‌ ନମ୍ବର:

ପିଏମ୍‌ଓ : +୯୧-୧୧-୨୩୦୧୨୩୧୨
ପିଏମ୍‌ଓ ଫ୍ୟାକ୍ସ : +୯୧-୧୧-୨୩୦୧୯୫୪୫, ୨୩୦୧୬୮୫୭
ପିଏମ୍‌ଓ ହେଲ୍ପଲାଇନ୍‌ : +୯୧-୧୮୦୦-୧୧୦-୦୩୧

ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ:

ୟୁଟ୍ୟୁବ୍‌: https://www.youtube.com/user/narendramodi
ଫେସ୍‌ବୁକ୍‌: https://facebook.com/narendramodi
ଟ୍ଵିଟର: https://twitter.com/narendramodi, @narendramodi,  @PMOIndia
ଇନ୍‌ଷ୍ଟାଗ୍ରାମ୍‌: https://instagram.com/narendramodi

ମୋଦିଙ୍କ ଇମେଲ ଆଇଡି:

https://pmopg.gov.in/pmocitizen/Grievancepmo.aspx

https://www.mygov.in/home/61/discuss/

ମୋଦିଙ୍କୁ ଏମିତି ପଠାଇପାରିବେ ଚିଠି:

ନିଜ ସୁବିଧା ଅସୁବିଧା ସମ୍ପର୍କରେ ଆପଣ ମୋଦିଙ୍କୁ ଚିଠି ଲେଖି ମଧ୍ୟ ଜଣାଇପାରିବେ। ପ୍ରଧାନମନ୍ତ୍ରୀ/ ପିଏମ୍‌ଓ ଠିକଣାରେ ଚିଠି ଲେଖି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ସାଉଥ୍‌ ବ୍ଲକ, ନୂଆଦିଲ୍ଲୀ, ପିନ୍‌-୧୧୦୦୧୧ କୁ ପଠାଇପାରିବେ। ଆପଣ ଚାହିଁଲେ ସିଧାସଳଖ ହାତରେ ଚିଠି ନେଇ ପିଏମ୍‌ଓ ଡାକ୍‌ କାଉଣ୍ଟର, ସାଉଥ୍‌ ବ୍ଲକ, ନୂଆଦିଲ୍ଲୀ ଠିକଣାରେ ବି ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.